www.samajalive.in
Sunday, December 14, 2025
26.1 C
Bhubaneswar

ଘର ଲୋକ ଆଇଏଏସ୍‌ ପାଇଁ କରିଥିଲେ ଚେଷ୍ଟା ଏବେ ଦିନକୁ ରୋଜଗାର କରୁଛନ୍ତି ପ୍ରାୟ ୩୦ ଲକ୍ଷ ଟଙ୍କା

ନୂଆଦିଲ୍ଲୀ – ଅଧିକାଂଶ ବପା ମାଆ ନିଜ ସନ୍ତାନ ସନ୍ତତିଙ୍କୁ ଉଚ୍ଚ ପଦ ପଦବୀରେ ଦେଖିବା ପାଇଁ ଚାହାନ୍ତି । କେହି କେହି ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ ଚାହିଁ ଥାଆନ୍ତି ।

ମାତ୍ର ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କର ବାପା ମାଆ ତାଙ୍କୁ ଆଇଏଏସ୍‌ କରିବା ପାଇଁ ଚାହୁଁଥିଲେ । ମାତ୍ରେ ସେ ଚା ଦୋକାନ କରିଥିଲେ। ଭଲ କାଫେ ତିଆରି କରିଥିଲେ । ତାଙ୍କ କାଫେର ଲୋକ ପ୍ରିୟତା ଏତେ ବଢିଲା ଯେ ଗୋଟିଏ ଦୋକାନରୁ ଅନେକ ଶାଖା ହୋଇଥିଲା । ଏବେ ସେ ଦିନକୁ ଦେଛ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି । ଏହି ବ୍ୟକ୍ତିଙ୍କ ନାମ ଅନୁଭବ ଦୁବେ।

- Advertisement -

ସେ ଜଣେ ସଫଳ ବ୍ୟବସାୟୀ । ପ୍ରଥମେ ଷ୍ଟାର୍ଟଅପ୍‌ରେ ସେ କାଫେ କରିଥିଲେ । ନିଜ ସାଙ୍ଗ ଆନନ୍ଦ ନାୟକଙ୍କ ସହ ମିଶି ସେ ଏହି ବ୍ୟବସାୟ ଆରମ୍ଭ କରିଥିଲେ । ଅନୁଭବଙ୍କ ତାଙ୍କ ଘର ଲୋକ ପ୍ରଶାସନିକ ସେବା ପାଇଁ ତାଲିମ ନେବାକୁ ଦିଲ୍ଲୀ ପଠାଇଥିଲେ । ସେ ଏଥିପାଇଁ ଜୋର ସୋରରେ ପ୍ରସ୍ତୁତି କରୁଥିଲେ । ମାତ୍ର ୨୦୧୬ରେ ସେ ନିଜ ପିଲାବେଳ ସାଙ୍ଗ ଆନନ୍ଦ ନାୟକ ସହ ମିଶି ଏହି ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହିଁଲେ । ସେମାନଙ୍କ ପାଖରେ ଟଙ୍କା ନଥିଲା ।

କୌଣସି ପ୍ରକାରେ ୩ ଲକ୍ଷ ଟଙ୍କା ଯୋଗାଡ କରି ସେ ଏହି ଚା ଦୋକନ କରିଥିଲେ । ଇନ୍ଦୋରରେ ତାଙ୍କ ଦୋକାନ ବେଶ୍‌ ଭଲ ଚାଲିଥିଲା । ଏବେ ସାରା ଦେଶରେ ତାଙ୍କର ୧୫୦ଟି ଆଉଟ୍‌ ଲେଟ ରହିଛି । ସେମାନେ ପ୍ରତିବର୍ଷ ୧୦୦ -୧୫୦ କୋଟି ଟଙ୍କା ରୋଜଗାର କରୁଛନ୍ତି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories