ଭୁବନେଶ୍ବର: ଦୟା ନଦୀରୁ ମଣିଷ କଙ୍କାଳ ଉଦ୍ଧାର। ଭୁବନେଶ୍ୱର ଉପକଣ୍ଠ ଧଉଳି ଖଟୁଆପଡ଼ା ନିକଟ ଦୟା ନଦୀରୁ ମଣିଷ କଙ୍କାଳ ଉଦ୍ଧାର ହୋଇଛି। କଙ୍କାଳଟି ଏକ ଅଖାରେ ଭର୍ତ୍ତି ହୋଇ ନଦୀ କୂଳରେ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଧଉଳି ପୁଲିସ ପହଞ୍ଚି କଙ୍କାଳଟିକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ତେବେ ଏହା ପୁରୁଷ ଲୋକର କଙ୍କାଳ ନା ଜଣେ ମହିଳାଙ୍କର ତାହା ସ୍ପଷ୍ଟ ହୋଇନାହିଁ। ହତ୍ୟାକାଣ୍ଡ ପରେ ଦୁର୍ବୁତ୍ତମାନେ ମୃତ ବ୍ୟକ୍ତିଙ୍କ ମୃତଦେହକୁ ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି।
Popular Categories



