ଭବାନୀପାଟଣା: ଜାତୀୟ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନକ୍ରମେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ପକ୍ଷରୁ ଗୁରୁବାର ଧର୍ମଗଡ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। କୃଷି ଋଣ ଛାଡ, ଜଳସେଚନ ପାଇଁ ବିଦ୍ୟୁତ ଦେୟ ଛାଡ ଆଦି ୬ ଦଫା ଦାବିରେ ଚାଷୀମାନେ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣ ଧାରଣା ଦେଇଛନ୍ତି। ଚାଷିନେତା ତୁଷାର ପାଟ୍ଟଯୋଶୀ, ଲିଙ୍ଗରାଜ ଆଜାଦ, ନିରଞ୍ଜନ ପ୍ରଧାନ, ଲକ୍ଷ୍ମଣ ରଣବୀର, ଉମେଶ ପଟଯୋଶୀ, ଦେବେନ୍ଦ୍ର ପାତ୍ର, ସୁରେଶ ଭଏଁଶାଲ ପ୍ରମୁଖ ବହୁନେତା ଏଥିରେ ସାମିଲ ହୋଇଛନ୍ତି।
Popular Categories



