www.samajalive.in
Sunday, December 14, 2025
16.1 C
Bhubaneswar

ଗୁରୁବାର ଉପାୟ : ଶୀଘ୍ର ବିବାହ ଠାରୁ ଆରମ୍ଭ କରି ମିଳିବ ସଫଳତା, ସୁଖସମୃଦ୍ଧି

ଭଗବାନ ବିଷ୍ଣୁଙ୍କ ପୂଜା କରିବା ପାଇଁ ଗୁରୁବାର ଦିନର ବିଶେଷ ମହତ୍ତ୍ୱ ରହିଛି। ଗୁରୁବାର ଦିନ ବ୍ରତ ପାଳନ କରିବା ଦ୍ୱାରା ପ୍ରଭୁ ପ୍ରସନ୍ନ ହେବା ସହ ଶୁଭଫଳ ମିଳିଥାଏ। ଏହାସହ ଗୁରୁବାର ଦିନ ବୃହସ୍ପତିଙ୍କୁ ସମର୍ପିତ। ବୃହସ୍ପତିଙ୍କୁ ଦେବତାଙ୍କ ଗୁରୁ ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଗ୍ରହଙ୍କୁ ଖୁବ୍‌‌ ଶୁଭ ବୋଲି କୁହାଯାଏ। ଜାତକରେ ଗୁରୁଙ୍କ ଶୁଭ ପ୍ରଭାବ ରହିଲେ, ସୁଖ, ସୌଭାଗ୍ୟ, ଜ୍ଞାନ ଓ ପ୍ରତିଷ୍ଠା ପ୍ରାପ୍ତି ହୋଇଥାଏ। ଜାତକରେ ଗୁରୁଗ୍ରହ ମଜଭୂତ ହେବା ପାଇଁ ଗୁରୁବାର ଦିନ କିଛି ବିଶେଷ ଉପାୟ ଆପଣାନ୍ତୁ।

ବାରମ୍ବାର କାର୍ଯ୍ୟରେ ଅସଫଳତା ପ୍ରାପ୍ତି ହେଉଥିଲେ, ଭାଗ୍ୟ ସାଥ୍‌‌ ଦେଉନଥିଲେ, ବିବାହରେ ବାଧା ଲାଗି ରହୁଥିଲେ, ଆର୍ଥିକ ସମସ୍ୟା ଦୂର ପାଇଁ କିଛି ଉପାୟ ଜାଣନ୍ତୁ..

- Advertisement -

ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ଭକ୍ତିଭାବରେ ପୂଜା କରନ୍ତୁ। ପୂଜା ସହ ମନ୍ତ୍ର ଜପ କରନ୍ତୁ। ଏହାଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ।

ଗୁରୁବାର ସକାଳେ ସ୍ନାନ କରିବା ପରେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ଏହାପରେ କଦଳୀ ବୃକ୍ଷର ପୂଜା କରନ୍ତୁ। କଦଳୀ ବୃକ୍ଷ ନିକଟରେ ଜଳ ଅର୍ପଣ କରନ୍ତୁ। ଘିଅର ଦୀପ ଲଗାନ୍ତୁ। ଏହାପରେ ସେଠାରେ ବସି ଭଗବାନ ବିଷ୍ଣୁଙ୍କ ୧୦୮ ନାମର ଜପ କରନ୍ତୁ। ଏହାଦ୍ୱାରା ଖୁବ୍‌‌ ଶୀଘ୍ର ବିବାହ ହୋଇଥାଏ।

ଗୁରୁବାର ସକାଳେ ସ୍ନାନ କରିବା ପରେ ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କରନ୍ତୁ। ଏହାପରେ ଭଗବାନ ବିଷ୍ଣୁଙ୍କ ମନ୍ଦିର ଯାଇ ଘିଅର ଦୀପ ଲଗାନ୍ତୁ। ଏହାଦ୍ୱାରା ଜୀବନ ସୁଖମୟ ହୋଇଥାଏ।

ପ୍ରତ୍ୟେକ ଗୁରୁବାର କୁଶ ଆସନରେ ବସି ଭଗବାନ ବିଷ୍ଣୁଙ୍କ ଚାଳିଶା ପାଠ କରନ୍ତୁ। ଏହାସହ ଭଗବାନ ଶ୍ରୀହରିଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ। ଏହାଦ୍ୱାରା ସଫଳତା ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

ଗୁରୁବାର ଦିନ କଦଳୀ,ଆମ୍ବ ଦାନ କରନ୍ତୁ। ଏହାଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ।

ଗୁରୁବାର ଦିନ କେସର ମିଶ୍ରିତ କ୍ଷୀରୀ ପ୍ରସ୍ତୁତ କରି ଭଗବାନ ବିଷ୍ଣୁଙ୍କ ନିକଟରେ ଭୋଗ ଲଗାନ୍ତୁ। ଏହାପରେ ପରିବାର ସଦସ୍ୟଙ୍କ ସହ ମିଶି ଭୋଗ ଭାବେ ଏହାକୁ ଗ୍ରହଣ କରନ୍ତୁ। ଏହାଦ୍ୱାରା ଗୃହକୁ ଧନର ଆଗମନ ହୋଇଥାଏ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories