www.samajalive.in
Tuesday, December 9, 2025
26.1 C
Bhubaneswar

ବିପଦସଂକୁଳ ଅବସ୍ଥାରେ ହୁଳୁହୁଳା ସେତୁ; ପ୍ରସ୍ତାବିତ ସୁଉଚ୍ଚ ସେତୁ ନିର୍ମାଣ ଦାବୀ

ବାଙ୍କୀ: ବାଙ୍କୀ ବ୍ଲକ ଅଧିନ ରତାଗଡ଼ ଓ ଘୋଡାବର ଗ୍ରାମର ମଧ୍ୟସ୍ଥଳରେ ରହିଛି ହୁଳୁହୁଳା ସେତୁ। ସୁବର୍ଣ୍ଣପୁର-ବିନ୍ଧାଣିମା ମୁଖ୍ୟ ରାସ୍ତାରେ ତିଗିରିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧିନରେ ଏହି ସେତୁ। ଦୀର୍ଘବର୍ଷ ତଳେ ଅଞ୍ଚଳର ଜନସାଧାରଣଙ୍କ ଗମନାଗମନ ଏବଂ ବିନ୍ଧାଣିମା ଦେଇ ଆଠଗଡ଼-ନରସିଂହପୁର ମୁଖ୍ୟ ରାସ୍ତା ସହ ଏହି ରାସ୍ତାର ସଂଯୋଗୀକରଣ କରାଯାଇଥିଲା। ଦୀର୍ଘ ବର୍ଷ ପରେ ବିନ୍ଧାଣିମାଠାରୁ ରତାଗଡ଼ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଦ୍ୱାରା ରାସ୍ତା ପ୍ରଶସ୍ତିକରଣ ଏବଂ ସ୍ଥାନୀୟ ଗଇନାଳଠାରେ ସୁଉଚ୍ଚ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବହୁ ପ୍ରତୀକ୍ଷିତ ହୁଳୁହୁଳା ସେତୁ ଏବେବି ବିପଦସଂକୁଳ ଅବସ୍ଥାରେ।

ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ମହାନଦୀରେ ବନ୍ୟା ଆସି ବନ୍ୟାଜଳ କୂଳ ଲଂଘିଲେ ମହାନଦୀର ଜଳ ଏହି ସେତୁ ଦେଇ ବ୍ୟାପକ ଅଞ୍ଚଳ ଜଳମଗ୍ନରେ। ରାସ୍ତା ଉପରେ ୪ରୁ ୫ଫୁଟ, ବଡବନ୍ୟା ହେଲେ ଏଠାରେ ୧୦ଫୁଟର ବନ୍ୟାଜଳ ପ୍ରବାହିତ ହେବା ଦ୍ୱାରା ବାହ୍ୟଜଗତରୁ ରତାଗଡ଼, ବନ୍ଦାଳ, ବାଉଁଶପୁଟ ସହିତ ତିଗିରିଆ ବ୍ଲକର ୨ଟି ପଞ୍ଚାୟତ ମଧ୍ୟ ବିଚ୍ଛିନ୍ନ ହୁଏ। ସୁବର୍ଣ୍ଣପୁର-ବିନ୍ଧାଣିମା ରାସ୍ତା ବିଚ୍ଛିନ୍ନ ହେବାରୁ ଜନଜୀବନ ପ୍ରଭାବିତ ଏବଂ ଗାଡିମଟର ଯାତାୟତ ଠପ୍‍ ହେଉଛି। ବନ୍ୟା ପରିଦର୍ଶନରେ ଆସୁଥିବା ଜନ ପ୍ରତିନିଧି, ଉପଖଣ୍ଡ, ବ୍ଲକ ଏବଂ ଜିଲ୍ଲା ପ୍ରଶାସନର ତୁରନ୍ତ ସେତୁ ନିର୍ମାଣ କରିବାର ପ୍ରତିଶୃତି ବର୍ଷ ପରେ ବର୍ଷ ପାଣିର ଗାର ପାଲଟୁଛି। ସ୍ଥାନୀୟ ଅଞ୍ଚଳବାସୀ ବିପଦପୂର୍ଣ୍ଣ ଭାବରେ ନୀଚ୍ଚା ଏବଂ ସମ୍ପୂର୍ଣ୍ଣ ସୁରକ୍ଷାବାଡ ନଥିବା ପୋଲ ଉପରେ ଯାତାୟତ କରୁଛନ୍ତି। ସେହିପରି ସ୍ଥାନଟି ଅତି ମୋଡଣୀପୂର୍ଣ୍ଣ ହୋଇଥିବାରୁ ବିପଦ ସଙ୍କୁଳ ଯାତ୍ରା ହେଉଛି। ସେତୁର ଉଭୟପାର୍ଶ୍ବରେ ୩ଫୁଟ ଉଚ୍ଚର ସିମେଣ୍ଟ କଂକ୍ରିଟ ନିର୍ମିତ ଖୁଣ୍ଟି ବିପଦ ଡାକୁଛି।

- Advertisement -

ଯଥାଶୀଘ୍ର ଏହି ହୁଳୁହୁଳା ପୋଲର ପୁନରୁଦ୍ଧାର କିମ୍ବା ପୋଲ ପାର୍ଶ୍ବରେ ସାନି ସୁଉଚ୍ଚ ଓ ପ୍ରଶସ୍ତ ସେତୁଟିଏ ନିର୍ମାଣ ପାଇଁ ପୂର୍ତ୍ତବିଭାଗ ଗୁରୁଦାୟିତ୍ୱ ନେବା ନିମନ୍ତେ ଅଞ୍ଚଳବାସୀ ଦାବୀ କରିଛନ୍ତି। ପ୍ରତିବର୍ଷ ଜୁନ-ଜୁଲାଇ ମାସ ଆସି ମହାନଦୀରେ ବନ୍ୟାଜଳ ପ୍ରବେଶ କଲେ ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରନ୍ତି। ବିଭିନ୍ନ ମହଲ, ଗାଁ ଓ ରାସ୍ତାରେ ସେତୁ ସମ୍ପର୍କିତ ଚର୍ଚ୍ଚା ଆରମ୍ଭ ହେବା ନୂଆ ନୁହେଁ। ଦୀର୍ଘ ବର୍ଷଧରି ଅଞ୍ଚଳବାସୀଙ୍କ ଦୁଃଖ ପାଲଟିଛି ହୁଳୁହୁଳା ସେତୁ। ପ୍ରସ୍ଥାବିତ ସେତୁ ନିର୍ମାଣର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ତିଗିରିଆ ରାସ୍ତା ଓ ଗୃହନିର୍ମାଣ ଅନୁଭାଗ(ଡିଭିଜନ)ର ସହକାରୀଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ଘୋଡାବର ହୁଳୁହୁଳା ସେତୁକୁ ସୁଉଚ୍ଚ ନିର୍ମାଣ ନିମନ୍ତେ ସେତୁର ରୂପରେଖ ପ୍ରସ୍ତୁତ କାର୍ଯ୍ୟ ଅନୁମୋଦିତ ହୋଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ସେତୁର ଗଠନଶୈଳୀ ଅନୁମୋଦନ ପାଇଁ ପଠାଯାଇଛି। ଖୁବଶୀଘ୍ର(୨ମାସ ମଧ୍ୟରେ) ଟେଣ୍ଡର ପ୍ରକ୍ରୀୟା କରାଯାଇ ନିର୍ମାଣ କାର୍ଯ୍ୟ ହାତକୁ ନିଆଯିବ। ପୁରୁଣା ସେତୁର ମହାନଦୀ ପଟରେ ଏକ ନୂତନ ସୁଉଚ୍ଚ ସେତୁ ନିର୍ମାଣ କରାଯିବ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories