ରାଜଧାନୀରେ ହୁକାବାର ବୃଦ୍ଧି,୪ ସପ୍ତାହରେ ରିପୋର୍ଟ ଦେବାକୁ ମାନବାଧିକାର ଆୟୋଗଙ୍କ ନିର୍ଦେଶ

0

ଭୁବନେଶ୍ବର: ରାଜଧାନୀରେ ହୁକାବାର ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଉଦ୍‌ବେଗ୍‌ ପ୍ରକାଶ କରିଛନ୍ତି ରାଜ୍ୟମାନବାଧିକାର ଆୟୋଗ ଅଧ୍ୟକ୍ଷ ଜଷ୍ଟିସ ବିମଳା ପ୍ରସାଦ ଦାସ। ନିକଟରେ ଗଣମାଧ୍ୟମରେ ଏନେଇ ଏକ ଖବର ପ୍ରକାଶ ପାଇବା ପରେ ରାଜ୍ୟ ମାନବାଧିକାର ଆୟୋଗ ଏହାକୁ ନିଜଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅକ୍ଟୋବର ୨୧ ସୁଦ୍ଧା ରିପୋର୍ଟ ଦେବାକୁ ପୁଲିସ କମିସନର ଏବଂ ଅବକାରୀ କମିସନରଙ୍କୁ ନିର୍ଦେଶ ଦେଇଛନ୍ତି।
ରାଜ୍ୟ ସରକାର ବିଭିନ୍ନ ସୁବାସର ହୁକାବାର୍‌ ଖୋଲିବା ଉପରେ କଟକଣା କରିଛନ୍ତି। ତଥାପି ରାଜଧାନୀରେ ଛତୁ ଫୁଟିବା ଭଳି ଖୋଲିଥିବା ପାର୍ଲରରେ ହର୍ବାଲ୍‌ ସୁବାସର ହୁକା ଉପଲବ୍ଧ କରାଯାଉଥିବା ପ୍ରଚାର ପ୍ରସାର କରାଯାଉଛି। ଫଳରେ ଅନେକ ଯୁବପିଢ଼ି ଏଥିରେ ଆସକ୍ତ ହୋଇ ପାର୍ଲର ଓ ରେସ୍ତୋରାଁଗୁଡ଼ିକୁ ଯାଉଛନ୍ତି। ଏସବୁ ପାର୍ଲରରେ ଯୁବକଯୁବତୀମାନେ ସାପ୍ତାହିକ ପାର୍ଟି ଆୟୋଜନ କରୁଥିବା ଲକ୍ଷ୍ୟ କରାଯାଉଛି।

kalyan agarbati
Leave A Reply