www.samajalive.in
Monday, December 15, 2025
14.1 C
Bhubaneswar

ବିପୁଳ ବିସ୍ଫୋରକ ଜବତ, ୪ ଗିରଫ

ଭବାନୀପାଟଣା: ସୁନ୍ଦରଗଡ଼ ଜିଲ୍ଲାରେ ମାଓବାଦୀଙ୍କ ଦ୍ଵାରା ବିସ୍ଫୋରକ ଲୁଟ ପରେ କଳାହାଣ୍ଡି ଜିଲା ପ୍ରଶାସନ ସତର୍କ ହୋଇଛି। ଗୁରୁବାର ଜୟପାଟଣାର ଜାମଚୁଆଁ ଅଞ୍ଚଳରେ ଥିବା ଏକ କ୍ରସରରେ ପୁଲିସ ଚଢ଼ାଉ କରି ୨ଟି ଗାଡ଼ିରେ ଥିବା ବିସ୍ଫୋରକ ଏବଂ ଡିଟୋନେଟର ଜବତ କରିଛି। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି।

କଳାହାଣ୍ଡି ପୁଲିସ ସୂଚନା ଅନୁଯାୟୀ, ଜୟପାଟଣା ଥାନା ଲାଖବହାଲିସ୍ଥିତ ଜଗନ୍ନାଥ କ୍ରସରରୁ କଳାହାଣ୍ଡି ପୁଲିସ ବହୁ ପରିମାଣର ବିସ୍ଫୋରକ ଜବତ କରିଛି। କଳାହାଣ୍ଡି କନିଷ୍ଠ ଖଣି ଅଧିକାରୀ ପ୍ରଶାନ୍ତ କାର୍ଜିଙ୍କ ଅଭିଯୋଗକ୍ରମେ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ହେଇଛି। ଦୁଇଟି ଗାଡିରୁ ସାଢେ଼ ୬ କ୍ଵିଣ୍ଟାଲ ବିସ୍ଫୋରକ ସମେତ  ୭୫୦ ମିଟର ଲେଖାଏଁ ଲମ୍ବ ଥିବା ୧୧୫ ଡିଟୋନେଟର ଜବତ ହୋଇଛି। କଣ୍ଟାବାଞ୍ଜିର କଳିଙ୍ଗ ଏଣ୍ଡ କୋ ଆଲିଶାନ ଲାଇଫ ଷ୍ଟାଇଲ ଦ୍ଵାରା ଏହି ପରିମାଣର ବିସ୍ଫୋରକ ଗୋଟାଏ ଟ୍ରକ୍ ଏବଂ ଗୋଟାଏ ପିକଅପ ଭ୍ୟାନରେ ଲାଖବାହାଲିସ୍ଥିତ ଜଗନ୍ନାଥ କ୍ରସରକୁ ପଠାଯାଇଥିଲା। ତେବେ ଖଣି ବିଭାଗ ନିୟମ ଅନୁଯାୟୀ ପଥର ଖଣି ବା ଷ୍ଟୋନ କ୍ରସର୍ ପାଇଁ ଯେଉଁ ଗ୍ରେଡର ବିସ୍ଫୋରକ ଆବଶ୍ୟକ ତାଠାରୁ ଅଧିକ ଗ୍ରେଡର ବିସ୍ଫୋରକ ଗାଡ଼ିରେ ଆସିଥିଲା। ବିନା ସୁରକ୍ଷାକର୍ମୀରେ ଏହି କ୍ରସରରେ ବିସ୍ଫୋରକ ରଖାଯାଉଥିଲା। ଏପରିକି କଣ୍ଟାବାଞ୍ଜିରୁ ଜୟପାଟଣା ଯାଏଁ ଥିବା ଥାନାଗୁଡିକରେ ବିସ୍ଫୋରକ ପରିବହନ ନେଇ କୌଣସି ସୂଚନା ଦିଆଯାଇ ନ ଥିଲା। ଏଣୁ କଳାହାଣ୍ଡି ପୁଲିସ ଆଜି ଗାଡି ଦୁଇଟି ସହିତ ସମସ୍ତ ବିସ୍ଫୋରକ, ଡିଟୋନେଟରକୁ ଜବତ କରିବା ସହିତ ଟ୍ରକ୍ ଚାଳକ ରାଜାରାମ ଖିତି, ପିକଅପ୍ ଚାଳକ ଧର୍ମ ପୋଢ, କ୍ରସର ସୁପରଭାଇଜର ଜଗନ୍ନାଥ ତିୱାରୀ ଏବଂ ଅରୁଣ କୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା ସୂଚନା ଦେଇଛନ୍ତି।

- Advertisement -

ଜିଲ୍ଲାରେ ଥିବା ସମସ୍ତ ପ୍ରାୟ ୨୭ଟି ପଥର ଖଣିରେ ଖଣି ବିଭାଗର ନିୟମ ଉଲ୍ଲଂଘନ ହେଉଥିବା ଅଭିଯୋଗ ହେଉଛି। ଏ ନେଇ କଳାହାଣ୍ଡି ଖଣି ଉପନିର୍ଦେଶକ ବିଶ୍ଵନାଥ ସୋରେନଙ୍କୁ ପଚାରିବାରୁ ସେ କହିଛନ୍ତି, ସବୁ କ୍ରସରର ତଦନ୍ତ ହେଉଛି। ଏଣିକି କ୍ରସରଗୁଡ଼ିକ ଜିଲା ପ୍ରଶାସନ ବଦଳରେ ଖଣି ବିଭାଗରୁ ଅନୁମତି ନେଇ କ୍ରସର ଚଳାଇବା ଏବଂ ସମସ୍ତ ସୁରକ୍ଷା ବ୍ୟବସ୍ଥା ଅନୁପାଳନ କରିବା ବାଧ୍ୟତାମୂଳକ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories