ଭୁବନେଶ୍ୱର : ଭୁବନେଶ୍ବରରେ ନୂଆ ଶୋ-ରୁମ୍ ସହ ସର୍ଭିସ ସେଣ୍ଟର ଉନ୍ମୋଚନ କରିଛି ଇଲେକ୍ଟ୍ରିକ୍ ବାଇକ୍ ନିର୍ମାତା ଓବେନ୍ ଇଲେକ୍ଟ୍ରିକ୍ । ବର୍ତ୍ତମାନ ସୁଦ୍ଧା କମ୍ପାନୀ ସାରା ଦେଶରେ ୨୬ଟି ସହରରେ ୩୭ଟି ଶୋରୁମ୍ ଖୋଲିସାରିଛି ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ୧୦୦ରୁ ଅଧିକ ଶୋରୁମ୍ ଖୋଲିବା ପାଇଁ ଲକ୍ଷ୍ୟ ରଖିଛି । ନିଜ ଗ୍ରାହକ ବଢାଇବା ପାଇଁ ଏବଂ ଓଡ଼ିଶାରେ ଇ-ବାଇକର ଚାହିଦା ପୂରଣ କରିବା ଲକ୍ଷ୍ୟ ନେଇ କମ୍ପାନୀ ଭୁବନେଶ୍ବରରେ ଏହାର ଶୋରୁମ୍ ଖୋଲିଛି । ଶୋରୁମରେ ଗାଡିର ପାର୍ଟ ମଧ୍ୟ ଉପଲବ୍ଧ କରାଉଛି କମ୍ପାନୀ । ଗ୍ରାହକଙ୍କ ଆବଶ୍ୟକତାକୁ ନଜରରେ ରଖି କମ୍ପାନୀ ଗାଡି ବିକ୍ରି ପରବର୍ତ୍ତୀ ସେବା ଯୋଗାଇବା ପାଇଁ ବଦ୍ଧପରିକର । ଏପରିକି କମ୍ପାନୀ ଡୋରଷ୍ଟେପ୍ ସେବା ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ପ୍ରଦାନ କରୁଛି ।

କମ୍ପାନୀ ନିଜ ଗାଡିକୁ ଆକର୍ଷଣୀୟ କରିବା ସହ ବ୍ୟାଟେରୀ ଉପରେ ମଧ୍ୟ ଗୁରୁତ୍ବ ଦେଇଛି । ଏହାର ବ୍ୟାଟେରୀକୁ ସମ୍ପୂର୍ଣ୍ଣ ଭାରତରେ ଡିଜାଇନ୍ ଏବଂ ପ୍ରସ୍ତୁତ କରାଯାଇଛି । ଏଥିରେ ୨.୬ KWH, ୩.୪ KWH, ଏବଂ ୪.୪ KWH ୩ଟି ଭାରିଆଣ୍ଟର ବ୍ୟାଟେରୀ ଉପଲବ୍ଧ ହେବ । ଏହି ବାଇକ୍ ଫୁଲ ଚାର୍ଜରେ ୧୭୫ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ମାତ୍ର ୩.୩ ସେକେଣ୍ଡରେ ଶୂନ୍ୟରୁ ୪୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍ ଏହା ଧରିପାରିବା ସହ ସର୍ବାଧିକ ୯୫ କିଲୋମିଟର ପ୍ରତି ଘଣ୍ଟା ସ୍ପିଡରେ ଯାତ୍ରା କରିପାରିବ । ମାତ୍ର ୪୫ ମିନିଟରେ ଏହା ୮୦% ଚାର୍ଜିଂ ହାସଲ କରିବ ବୋଲି କମ୍ପାନୀ ସୂଚନା ଦେଇଛି । ରୋର ଇଜେଡ୍ ୯୯,୯୯୯ (ଏକ୍ସ-ଶୋରୁମ୍) ର ପ୍ରାରମ୍ଭିକ ମୂଲ୍ୟରେ ଏବଂ ମାତ୍ର ୭,୯୯୯ ର ସହଜ ଡାଉନ୍ ପେମେଣ୍ଟ ସହିତ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ଭୁବନେଶ୍ୱରସ୍ଥିତ ଶୋ’ରୁମରେ ପ୍ରଥମ ମାସକ ମଧ୍ୟରେ ଓବେନ୍ ରୋର ଇଜେଡ୍ କ୍ରୟ କରୁଥିବା ଗ୍ରାହକମାନଙ୍କୁ ଏକ ମାଗଣା ସ୍ଵର୍ଣ୍ଣ ମୁଦ୍ରା ମିଳିବ ବୋଲି କମ୍ପାନୀ ସୂଚନା ଦେଇଛି ।




