www.samajalive.in
Saturday, December 6, 2025
15.1 C
Bhubaneswar

ଦିନକୁ କେତେ ଘଣ୍ଟା ଏସି ଲଗାଇବା ଉଚିତ୍ ; କରନ୍ତୁ ନାହିଁ ଏହି ଭୁଲ୍..

ନୂଆଦିଲ୍ଲୀ : ଦିଲ୍ଲୀ – ଏନସିଆରର ସହର ନୋଏଡାରେ ଅଟ୍ଟାଳିକାର ଏକ କକ୍ଷରେ ଏସି ବିସ୍ଫୋରଣରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। ଖାଲି ଦିଲ୍ଲୀର ନୁହେଁ ଅଧିକାଂଶ ସ୍ଥାନରେ ଏଭଳି ଘଟଣା ସାମ୍ନାକୁ ଆସିଥାଏ।
ଏଭଳି ପରିସ୍ଥିତିରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ ଲଗାତାର କେତେ ଘଣ୍ଟା ଏସି ଚଲାଇ ପାରିବେ।
କେତେ ଘଣ୍ଟା ଏସି ଚଲାଇ ପାରିବେ ଏହାକୁ ନେଇ କମ୍ପାନୀ ପକ୍ଷରୁ କୌଣସି ଗାଇଡଲାଇନ୍ ନାହିଁ। ମାତ୍ର ଗୋଟିଏ ଏସିକୁ ଦିନକୁ ୧୦ ରୁ ୧୪ ଘଣ୍ଟା ଲଗା ଯାଇପାରିବ।

ଜାଣନ୍ତୁ : ଶୁକ୍ର ମହାଦଶା କ’ଣ ; ୨୦ ବର୍ଷ ଯାଏ ରହେ ପ୍ରଭାବ, ରାଜା ଭଳି ଦେଇଥାଏ ଜୀବନ ନା କରିଥାଏ ଗରିବ..

- Advertisement -

ମାତ୍ର ଦିନ ରାତି ୨୪ * ୭ ଅର୍ଥାତ ଦିନରାତି ଲଗାଯାଏ, ଏହା କ୍ଷତିକାରକ ହୋଇଥାଏ। ଏଥିରେ ନିଆଁ ଲାଗିବାର ସମ୍ଭାବନା ମଧ୍ୟ ଅଧିକ ଥାଏ।
ଏସିକୁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ପର୍ଯ୍ୟନ୍ତ ବ୍ୟବହାର କରାଗଲେ, ଏହା ମଧ୍ୟରେ ଥିବା ଯନ୍ତ୍ର ଥଣ୍ଡା ରୁହେ। ଏସି ଭିତରେ ଥିବା ବିଭିନ୍ନ ଯନ୍ତ୍ରାଂଶ ମଧ୍ୟ ଗରମ ହୋଇନଥାଏ। ଏହା ବ୍ୟତୀତ ଅନ୍ୟ କିଛି ଉପାୟ ରହିଛି, ଯାହା ଏସିକୁ ସୁରକ୍ଷା ପ୍ରଦାନ କରି ପାରିବ।
ଏସିକୁ ନିଆଁ ଲାଗିବାରୁ ରକ୍ଷା କରିବା ପାଇଁ ସଠିକ୍ ସମୟରେ ଏହାକୁ ସଫା କରନ୍ତୁ। କମ୍ପରେସର୍ ନିକଟରେ ଧୂଳିକୁ ମଧ୍ୟ ସଫା ରଖନ୍ତୁ।

ସୁନା କିଣିବେ କି ? ଜାଣନ୍ତୁ କେତେ ଶସ୍ତା ହେଲା..

ଏସି ୟୁନିଟ୍ ଭିତରେ ଥିବା ଫ୍ୟାନ୍ ସଠିକ୍ ଭାବେ କାମ କଲେ, ତେବେ ୟୁନିଟର ଉଷ୍ଣତାକୁ ବାହାର କରି ଦିଏ। ଫଳରେ ଭିତର ଅଂଶ ଅଧିକ ଗରମ ହୋଇନଥାଏ।
ଏସିକୁ ସମୟ ସମୟରେ ଘରେ ମଧ୍ୟ ସଫା କରି ପାରିବେ।
ଏସି ଖରାପ ହେବାକୁ ଆରମ୍ଭ ହେବା ମାତ୍ରେ ଏହାକୁ ସଜାଡି ଦିଅନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories