www.samajalive.in
Saturday, December 6, 2025
17.1 C
Bhubaneswar

ସିସିଟିଭି ଫୁଟେଜ ; ଘର ସାମ୍ନାରୁ ପିକଅପ୍ ଚୋରି

ନୀଳଗିରି: ନୀଳଗିରି ସହରରେ ଘର ସାମ୍ନାରୁ ଜଣେ ବ୍ୟବସାୟୀଙ୍କ ପିକଅପ୍ ଚୋରି ହେବା ଘଟଣା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି। ନୀଳଗିରି ତଳସଡ଼କ କଦମସାହିରେ ଥିବା ସାଇମାର୍ବଲ ପାଶ୍ୱର୍ରେ ପିକଅପଟି ଛିଡ଼ା ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ୨ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ମାତ୍ର ୫ମିନିଟ ମଧ୍ୟରେ ପିକଅପକୁ ଚୋରି କରି ଚମ୍ପଟ ମାରିଛନ୍ତି। ଏହି ପିକଅପଟି ନୀଳଗିରିରୁ ସେରଗଡ଼ ରାସ୍ତାରେ ନେଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି । ଏ ସମ୍ପର୍କରେ ଆଜି ସାଇମାର୍ବଲର ମାଲିକ ବୁନା ଜେନା ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ପକ୍ଷରୁ ଏହି ଘଟଣାରେ ଖୋଳତାଡ଼ କରାଯାଉଥିଲେ ହେଁ ଏଯାବତ ଦୁର୍ବୃତ୍ତଙ୍କ ଖୋଜ ଖବର ମିଳି ନାହିଁ। ସେପଟେ କିଛିମାସ ପୂର୍ବରୁ ଉକ୍ତ ସାଇମାର୍ବଲ ଭିତରେ ପଶି କେତେକ ଦୁର୍ବୃତ୍ତ ଅଢ଼େଇ ଲକ୍ଷ ଟଙ୍କା ସହ ସିସି କ୍ୟାମେରାର ସର୍ଭରଟି ଚୋରି କରି ନେଇଥିଲେ।

ଜାଣନ୍ତୁ : ଶୁକ୍ର ମହାଦଶା କ’ଣ ; ୨୦ ବର୍ଷ ଯାଏ ରହେ ପ୍ରଭାବ, ରାଜା ଭଳି ଦେଇଥାଏ ଜୀବନ ନା କରିଥାଏ ଗରିବ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories