www.samajalive.in
Saturday, December 6, 2025
16.1 C
Bhubaneswar

ବୁଲା କୁକୁରଙ୍କୁ ଗୋଡ଼ାଇଲା କୁଲଡିହା ଦନ୍ତା

ନୀଳଗିରି: ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟର ପାଦଦେଶ ଅଞ୍ଚଳ କୁହାଯାଉଥିବା ଢ଼ୋଲପୁର ଗାଁରୁ ସୋମବାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଗତକାଲି ରାତିରେ ଖାଦ୍ୟ ଅନ୍ୱେଷଣରେ ଉକ୍ତ ଗାଁକୁ ପଶି ଆସିଥିବା ଦନ୍ତା ହାତୀଟି ସକାଳେ ବାଟବଣା ହୋଇ ଜଙ୍ଗଲକୁ ଯାଇ ପାରିନଥିଲା। ହାତୀକୁ ଦେଖି ଗାଁର ବୁଲା କୁକୁରମାନେ ଭୋକିଥିବା ଯୋଗୁ ଏହି ହାତୀଟି ଏକ ଖେଳ ପଡ଼ିଆରେ ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ ବୁଲା କୁକୁରମାନଙ୍କୁ ଗୋଡ଼ାଇ ନାକେଦମ୍‍ କରି ଦେଇଛି । ଏହି ସମୟରେ ଉକ୍ତ ଗାଁରେ ଜନୈକ ବ୍ୟକ୍ତି ଘରେ ରହି ଭିଡ଼ିଓ ଉତ୍ତୋଳନ କରିଥିଲେ। ଯାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଦୀର୍ଘ ସମୟରେ କୁକୁରଙ୍କୁ ଗୋଡ଼ାଇ ଦନ୍ତାଟି ମଧ୍ୟ ହନ୍ତସନ୍ତ ହେବା ପରେ ସେ ନିକଟସ୍ଥ ଦେବଗିରି ପାହାଡ଼କୁ ପଳାଇଥିବା ଦେଖାଯାଇଛି।

ଜାଣନ୍ତୁ : ଶୁକ୍ର ମହାଦଶା କ’ଣ ; ୨୦ ବର୍ଷ ଯାଏ ରହେ ପ୍ରଭାବ, ରାଜା ଭଳି ଦେଇଥାଏ ଜୀବନ ନା କରିଥାଏ ଗରିବ..

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories