www.samajalive.in
Monday, December 15, 2025
16.1 C
Bhubaneswar

୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ୨୦୨୨ ସୁଦ୍ଧା ଦେଶର କୌଣସି ଲୋକ ବାସହୀନ ହୋଇ ରହିବେ ନାହିଁ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁମାନେ ଘର ପାଇନାହାନ୍ତି, ଦିନେ ସେମାନଙ୍କୁ ନିଶ୍ଚିତ ଘର ମିଳିବ। କାନପୁରଠାରେ ଏକ ରାଲିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଯୋଜନାରେ ୧କୋଟି ୫୦ଲକ୍ଷ ବାସଗୃହ ନିର୍ମାଣ କରାଯାଇଛି ଓ ୨୦୧୭ମସିହାରେ ଉତ୍ତର ପ୍ରଦେଶରେ ସରକାର ପରିବର୍ତ୍ତନ ହେବା ପରେ ସେଠାରେ ବାସଗୃହ ନିର୍ମାଣ ତ୍ୱରାନ୍ୱିତ ହୋଇଛି। କାଶ୍ମୀର ଲୋକମାନଙ୍କ ଉପରେ ହୋଇଥିବା ଆକ୍ରମଣର ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମେ ବର୍ତ୍ତମାନ ଏକତା, ସଦଭାବନା ଓ ଭ୍ରାତୃଭାବ ଚାହୁଁ। ସେ କହିଛନ୍ତି, କିଛି ଦୁର୍ବୃତ୍ତ କାଶ୍ମୀର ଭାଇମାନଙ୍କ ଉପରେ ଆକ୍ରମଣ କରିଛନ୍ତି, ତେବେ ରାଜ୍ୟ ସରକାର ଦ୍ରୁତଗତିରେ ପଦକ୍ଷେପ ନେଇଛନ୍ତି। ପାକିସ୍ତାନର ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆତଙ୍କବାଦକୁ ସାହାଯ୍ୟ ସମର୍ଥନ କରୁଥିବା ସମୟରେ ପାକିସ୍ତାନ ଧରାପଡିଛି ଓ ସମଗ୍ର ବିଶ୍ୱ ତାହାର ସମାଲୋଚନା କରୁଛନ୍ତି। କିନ୍ତୁ ବିରୋଧୀ ଦଳମାନେ ଦେଉଥିବା ମନ୍ତବ୍ୟକୁ ପାକିସ୍ତାନ ଭାରତ ବିରୋଧରେ ବ୍ୟବହାର କରୁଛି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories