www.samajalive.in
Saturday, December 6, 2025
26.1 C
Bhubaneswar

କଲେଜ ଛାତ୍ରୀନିବାସରେ ପାନୀୟ ଜଳ ସଙ୍କଟ, ଅଧ୍ୟକ୍ଷଙ୍କୁ ଘେରିଲେ ଅନ୍ତେବାସୀ

ଆଠଗଡ :  ଆଠଗଡର ସର୍ବପୁରାତନ ଗୋପବନ୍ଧୁ ବିଜ୍ଞାନ କଲେଜର ଛାତ୍ରୀନିବାସରେ ଗତ ୩ଦିନ ଧରି ପାନୀୟ ଜଳ ସଙ୍କଟ ଦେଖାଦେବାରୁ ଅନ୍ତେବାସୀ ଛାତ୍ରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜଳ ସଙ୍କଟ ଯୋଗୁଁ ଅନ୍ତେବାସୀ ଛାତ୍ରୀ ପିଇବା ଓ ଗାଧୁଆପାଧୁଆ କରିବାରେ ଅସୁବିଧା ଭୋଗୁଥିବାବେଳେ ଗୁରୁବାର ରୋଷେଇ କରିବା ପାଇଁ ମଧ୍ୟ ପାଣି ମିଳିଲା ନାହିଁ। ଏଥିପାଇଁ କଲେଜ କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ଦାୟୀ କରି ହଷ୍ଟେଲର ୪୦ଜଣ ଅନ୍ତେବାସୀ ଛାତ୍ରୀ ବୁଧବାର କଲେଜ ଅଧ୍ୟକ୍ଷଙ୍କୁ ତାଙ୍କ କାର୍ଯ୍ୟାଳୟରେ ଘେରିବା ସହ ଜଳ ସଙ୍କଟ ଦୂର କରିବା ଲାଗି ପଦକ୍ଷେପ ନେବାକୁ ଦାବି କରିଥିଲେ। କଲେଜର ପାଚେରୀ ନିର୍ମାଣ କରୁଥିବା ଶାସକ ଦଳର ଠିକାଦାର ଜେସିବି ମେସିନରେ ଖୋଳିବା ବେଳେ ପାଣି ପାଇପକୁ ଦୁଇଟି ସ୍ଥାନରେ ଫଟେଇ ଦେଇଛନ୍ତି। ସଂପୃକ୍ତ ରାଜନୈତିକ ଠିକାଦାରଙ୍କୁ ପାଇପ ମରାମତି ପାଇଁ କୁହାଯିବାରୁ ସେ ରୋକଠୋକ ଏହା କରିପାରିବେନି ବୋଲି ମନା କରିଦେଇଥିଲେ। କଲେଜରେ ବିଧାୟକଙ୍କ ସୁପାରିଶରେ ଅଣଶିକ୍ଷକ କର୍ମଚାରୀ ଭାବେ ନିଯୁକ୍ତ ହୋଇଥିବା କିଛି ଶାସକ ଦଳ କର୍ମୀ କଲେଜର ଅଧ୍ୟକ୍ଷଙ୍କୁ ଆଦୌ ଖାତିର କରୁନଥିବାବେଳେ ଓଲଟା ତାଙ୍କୁ ଅନେକ ସମୟରେ ଧମକାଉ ଥିବାରୁ କଲେଜରେ ଏକ ଖରାପ ବାତାବରଣ ଓ ପରମ୍ପରା ସୃଷ୍ଟି ହେଉଛି। କଲେଜ କର୍ତ୍ତୃପକ୍ଷ କିମ୍ବା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଫାଟିଥିବା ପାଇପକୁ ମରାମତି କରାନଯିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଶେଷରେ କଲେଜ କର୍ତ୍ତୃପକ୍ଷ ନିଜ ପକ୍ଷରୁ ଲୋକ ଲଗାଇ ପାଇପ ମରାମତି କରିବା ପରେ ବୁଧବାର ପୁଣି ଅନ୍ୟଏକ ସ୍ଥାନରେ ପାଇପ ଫାଟିଥିବା ଦେଖିଥିଲେ। ଫଳରେ ଆଜି ସନ୍ଧ୍ୟା ସୁଦ୍ଧା ମଧ୍ୟ ସଂପୃକ୍ତ ଛାତ୍ରୀନିବାସକୁ ପାନୀୟ ଜଳ ଯୋଗାଣ ହୋଇପାରିଲା ନାହିଁ। ଦିନବେଳା ଛାତ୍ରୀମାନେ ଅଭିଯୋଗ କରିବା ପରେ ଅଧ୍ୟକ୍ଷ ହୋଟଲରୁ ଖାଦ୍ୟ ଆଣି ସେମାନଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକ୍ଷକ, ଉପଅଧିକ୍ଷକ ଓ ତତ୍ତ୍ୱାବଧାରକଙ୍କ ଅବହେଳା ଯୋଗୁଁ ଅନ୍ତେବାସୀ ଛାତ୍ରୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଆସନ୍ତାକାଲି ଶୁକ୍ରବାର ସୁଦ୍ଧା ପାଇପ ମରାମତି ହୋଇ ଜଳ ଯୋଗାଣ ହେବା ପରେ ସମସ୍ୟାର ସମାଧାନ ହେବ ବୋଲି ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ପ୍ରକାଶ କରିଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories