www.samajalive.in
Sunday, December 14, 2025
17.1 C
Bhubaneswar

ମୋହନା ତହସିଲରେ ୫୨୪ ଜଣ ଆଦିବାସୀ ପରିବାରକୁ ପଟ୍ଟା ବଣ୍ଟନ

ଚାନ୍ଦିପୁଟ : ଗଜପତି ଜିଲ୍ଲା ମୋହନା ତହସିଲ ଅଧିନରେ ଥିବା ବିଭିନ୍ନ ଗ୍ରାମରେ ବସବାସ କରୁଥିବା ଆଦିମ ଜନଜାତି ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି । ବିଶ୍ବ ଆଦିବାସୀ ଦିବସ ଅବସରରେ ମୋହନା ତହସିଲର ମୋଟ ୫୨୪ ଜଣ ଆଦିବାସୀ ପରିବାରଙ୍କୁ ସରକାରଙ୍କ ତରଫରୁ ପଟ୍ଟା ବଣ୍ଟନ କରାଯାଇଛି। ଚନ୍ଦ୍ରଗିରି ସ୍ଥିତ ସଉରା ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ପଛୁଆ ଓ ଅନଗ୍ରସର ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ୩୦୩ ଟି ଆଦିବାସୀ ପରିବାରକୁ ମୋହନା ତହସିଲଦାର ହିମାଂଶୁ ଭୁଷଣ ପଲାଇ, ସଉରା ସଂସ୍ଥାର ସ୍ବତନ୍ତ୍ର ଉନ୍ନୟନ ଅଧିକାରୀ ପଟ୍ଟା ବଣ୍ଟନ କରିଛନ୍ତି, ଓପିଏଲାଇପି ପରିଚାଳକ ଶ୍ରୀଧର କୁମାର ସାହୁ ପ୍ରମୁଖ ଉପସ୍ଥିତିରେ ଏହି ପଟ୍ଟା ବଣ୍ଟନ କରାଯାଇଛି । ଅନ୍ୟପକ୍ଷରେ ବିଭିନ୍ନ ଗାଁରେ ଘରକୁ ଘର ରାଜସ୍ବ ନୀରିକ୍ଷକ ଓ କର୍ମଚାରୀ ମାନେ ଯାଇ ପଟ୍ଟା ବଣ୍ଟନ କରିଛନ୍ତି। ଏହି ପଟ୍ଟା ବିକ୍ରି ଉପଯୋଗୀ କିମ୍ବା ବନ୍ଧକରେ ବ୍ୟବହାର ହେବ ନାହିଁ ଏବଂ ଜଙ୍ଗଲ ସୁରକ୍ଷା ସହ ଜୀବନ ଜିବିକାରେ ସହାୟକ ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଥିବା ପଦାଅଧିକାରୀ ମାନେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories