ବାଲେଶ୍ଵର: ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା। ବୁଧବାର ରାତିରୁ ମେଡିକାଲରେ ପାଣି ନାହିଁ, ଯାହାଫଳରେ ରୋଗୀ ଏବଂ ସମ୍ପର୍କୀୟ ମାନେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଥିବା ଦେଖିବାକୁ ମିଳିଛି। ବୁଧବାର ରାତିରୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଣି ସମସ୍ୟା ଦେଖାଦେଇଛି। ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପାଣି ଆସୁନି। ରୋଗୀଙ୍କୁ ଔଷଧ ଖାଇବାକୁ ମେଡିକାଲ ବାହାରକୁ ଯିବାକୁ ପଡୁଛି। ତେବେ ମୋଟର ପୋଡି ଯାଇଥିବାରୁ ଏଭଳି ସମସ୍ୟା ଉପୁଜିଥିବା ସୂଚନା ମିଳିଛି। ବୁଧବାର ରାତିରୁ ଏଭଳି ସମସ୍ୟା ଦେଖାଦେଇଥିଲେ ବି ମେଡିକାଲ କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି।
Popular Categories



