www.samajalive.in
Monday, December 15, 2025
14.1 C
Bhubaneswar

ରାଶିଫଳ (ସୋମବାର) ୦୭/୧୧/୨୦୨୨

ମେଷ: ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଭଲ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ଦାମ୍ପତ୍ୟ ସୁଖ ମିଳିବ।

ବୃଷ: ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। କାର୍ଯ୍ୟରେ ବିଘ୍ନ ଉପୁଜିପାରେ। ଦିନଟି ସମସ୍ୟା ବହୁଳ ହୋଇପାରେ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଖର୍ଚ୍ଚାନ୍ତ ଯୋଗ ଅଛି।

- Advertisement -

ମିଥୁନ: ଅଧିକ ଜ୍ଞାନ ଅର୍ଜନ ପାଇଁ ଉଦ୍ୟମ ଜାରି ରଖିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ଓ ବେସରକାରୀ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ସ୍ତରରେ ସମ୍ମାନିତ ହେବେ।

କର୍କଟ: କର୍ମତତ୍ପର ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ହସଖୁସିରେ ସମୟ ଅତିବାହିତ କରିପାରନ୍ତି। ଆମୋଦ ପ୍ରମୋଦରେ ବୁଡ଼ି ରହିବେ। ସୁସ୍ଥ ଓ ନିରାମୟ ରହିବେ। ଶାସ୍ତ୍ରଜ୍ଞ ହେବେ।

ସିଂହ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିବେ ଓ ଜନ ସମର୍ଥନ ଲାଭ କରିବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି।

କନ୍ୟା: ଥଣ୍ଡାକଫରେ ଆକ୍ରାନ୍ତ ହୋଇ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ଜଳଯାତ୍ରାରେ ବିପଦ ଅଛି। ବିଦ୍ୟାବାନ୍‌, ଗୁଣୀ ଓ ଚତୁର ହେବେ। ପତ୍ନୀଙ୍କ ଧନରେ ସୁଖ ଭୋଗ କରିପାରନ୍ତି। ପରାମର୍ଶଦାତା ହେବେ।

ତୁଳା: ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଆହାର ରୁଚିକର ହେବ। ସ୍ବେଇଚ୍ଛାରେ ସ୍ବଚ୍ଛାସେବୀ ଭାବେ ନିୟୋଜିତ ହେବେ।

ବିଛା: ଶତ୍ରୁକୁ ପରାଜିତ କରି ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ପରୋପକାର କରି ପ୍ରଶଂସିତ ହେବେ। ଭବିଷ୍ୟ ଯୋଜନା ପ୍ରସ୍ତୁତ କରିବେ।

ଧନୁ: ତଥ୍ୟ ହାସଲ ପାଇଁ ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଆର୍ଥିକ ଅନୁଦାନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଦେବଦର୍ଶନ କରି ଆତ୍ମ ସନ୍ତୋଷ ଲାଭ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମକର: ପରିଶ୍ରମ କଷ୍ଟଦାୟକ ହୋଇପାରେ; ମାତ ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କାର୍ଯ୍ୟରେ ସଫଳତା ମିଳିବ। କୃଷି କାର୍ଯ୍ୟ ଲାଭଦାୟକ ହେବ। ଉଦାର ସ୍ବଭାବର ହେବେ।

କୁମ୍ଭ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଦେବ ଦର୍ଶନ ଶାନ୍ତିଦାୟକ ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହୋଇପାରନ୍ତି। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ।

ମୀନ: ଭାଗ୍ୟୋନ୍ନତିର ସୂଚନା ମିଳୁଛି। ସାଂସାରିକ ସୁଖଶାନ୍ତି ଅବ୍ୟାହତ ରହିବ। ବିବିଧ ଉପାୟରେ ଧନ ଆହରଣ କରିପାରନ୍ତି। ଅନ୍ୟର ମଙ୍ଗଳକାମନା କରି ବିଭୁକୃପା ଲାଭ କରିବେ। କୀର୍ତ୍ତିମାନ୍‌ ହେବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories