www.samajalive.in
Sunday, December 14, 2025
23.1 C
Bhubaneswar

ଦେବଗଡ଼ ଜିଲା ଆଉଟ ସୋର୍ସିଂ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

ଦେବଗଡ଼: ସ୍ଥାନୀୟ ପ୍ରଧାନପାଟ ଜଳ ପ୍ରପାତ ନିକଟସ୍ଥ ମୁକ୍ତାକାଶ ମଂଚରେ ଆଜି ଦେବଗଡ଼ ଜିଲା ଆଉଟ ସୋର୍ସିଂ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ହେମନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲାର ୨୭ଟି ବିଭାଗରେ କାର୍ଯ୍ୟରତ ଆଉଟ ସୋର୍ସିଂ କର୍ମଚାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସେମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଉପସ୍ଥାପନ କରିବାସହ ଏଗୁଡିକର ସମାଧାନ ପାଇଁ ପ୍ରସ୍ତାବ ଦେବା ସହ ରାଜ୍ୟ ସରକାର ଆଉଟ ସୋର୍ସିଂ କର୍ମଚାରୀ ମାନଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା ପ୍ରଦାନ କରୁନଥିବା ନେଇ କର୍ମଚାରୀ ମାନେ କ୍ଷୋଭ ପ୍ରକାଶ କରିଥିଲେ। ଏଥିସହ ସେମାନଙ୍କୁ ତୁରନ୍ତ ନିୟମିତ କର୍ମଚାରୀର ମାନ୍ୟତା ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦାବୀ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରବା ସହ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଦାବୀ ପୁରଣ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ନିଷ୍ପତ୍ତି ନେଇଥିଲେ। ଆଜିର ଏହି ବୈଠକରେ ସମ୍ପାଦକ ଦିବ୍ୟଶଙ୍କର ଗିରି , ରିଆମାଳ ବ୍ଲକ ସଂଘର କୋଷାଧ୍ୟକ୍ଷ ବ୍ୟୋମକେଶ ଶତପଥି,ତିଲେଇବଣି ବ୍ଲକ ସଂଘର କୋଷାଧ୍ୟକ୍ଷ ମାନସ ରଞ୍ଜନ ଟାଲୀ , ବାରକୋଟ ବ୍ଲକ ସଂôଘ କୋଷାଧ୍ୟକ୍ଷ ଜୟ ପ୍ରକାଶ ସାହୁ , ଦେବଗଡ଼ ପୌରାଂଚଳ କୋଷାଧ୍ୟକ୍ଷ ସୁବ୍ରତ କୁମାର ସାହୁ, ଉପଦେଷ୍ଟା ସୁଶୀଳ କୁମାର ପ୍ରଧାନ, ମୋହନ ଚନ୍ଦ୍ର ନାୟକ, ଉମାକାନ୍ତ ନାୟକ, ସଙ୍ଗୀତା ପଟ୍ଟନାୟକ, କମଳିନୀ ରଥ ,ଚିନ୍ମୟ କୁମାର ସାହୁ ଓ ପୁଷ୍ପାଞ୍ଜଳୀ ଦାଶଙ୍କ ସମେତ ସମସ୍ତ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। ମନୋନୀତ କରାଯାଇଥିଲା। ଶେଷରେ ସଭାପତି ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories