www.samajalive.in
Sunday, December 7, 2025
14.1 C
Bhubaneswar

ଗୁରୁବାର ରାଶିଫଳ (୨୦.୦୭.୨୦୨୩)

ମେଷ: ଯାନବାହନ ସୁଖ ମିଳିବ। କୃଷି କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେବେ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। ବହୁ ମିତ୍ର, ବହୁ ଧନ ଭୋଗ କରିପାରନ୍ତି। ଭାଗ୍ୟବାନ୍‌ ହେବେ। ପାଣ୍ଡିତ୍ୟ ଅର୍ଜନ କରିବେ।
ବୃଷ: ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ। କୁଶଳୀ ହୋଇପାରନ୍ତି। ବାଞ୍ଛିତ କାର୍ଯ୍ୟ କରି ସମ୍ମାନିତ ହେବେ।
ମିଥୁନ: ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିମାନ୍‌ ହେବେ। ବିବିଧ ଧନଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ। ଅତି ସୁଖୀ ଓ କୀର୍ତ୍ତିମାନ୍‌ ହେବେ। ସତ୍‌ ପରାୟଣ ହେବେ। ପିତୃଭକ୍ତ ଓ ଭାଗ୍ୟବାନ୍‌ ହେବେ।
କର୍କଟ: ଧନବାନ୍‌ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ଶକ୍ତିମାନ୍‌ ହୋଇପାରନ୍ତି। ରୂପବାନ୍‌ ହେବେ। ଶାନ୍ତ, ନିପୁଣ ଓ ମେଧାବୀ ହୋଇପାରନ୍ତି। ଜିତେନ୍ଦ୍ରିୟ, ବିଦ୍ବାନ୍‌ ଓ ଦୟାଳୁ ହେବେ।
ସିଂହ: ରାଜଯୋଗ ଅଛି। ବହୁ ସୁଖର ଅଧିକାରୀ ହୋଇପାରନ୍ତି। କର୍ମତତ୍ପର ରହିବେ। ମଧୁର ବ୍ୟବହାରରେ ପରକୁ ଆପଣାର କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ।

ପରବର୍ତ୍ତୀ ସମ୍ବାଦ ପାଇଁ ଏହି ଲିଙ୍କ କ୍ଲିକ କରନ୍ତୁhttps://samajalive.in/odisha-high-court-10/483159.html
କନ୍ୟା: ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ଭୋଗ କରିବେ। କୀର୍ତ୍ତିମାନ୍‌ ହେବେ। ଅପାର ଗୁଣର ଅଧିକାରୀ ହେବେ। ମନ ପ୍ରସନ୍ନ ରହିବ। ଧନ ଲାଭକାରୀ ହେବେ। ବିନୀତ ସ୍ବଭାବ ହେବେ।
ତୁଳା: ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶ ଉତ୍ତମ ମାନର ହେବ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ, ବହୁବିଧ ଧନ ଓ ଉତ୍ତମ ଗୁଣଯୁକ୍ତ ହେବେ। ବୁଦ୍ଧି, ବିଦ୍ୟା, ଶ୍ରେଷ୍ଠ କର୍ମଯୁକ୍ତ ଓ ଉତ୍ତମ କଥକ ହେବେ।
ବିଛା: ଧନବାନ୍‌ ହେବେ। ମହିଳାମାନଙ୍କ ମନକୁ ନେଇ କାର୍ଯ୍ୟ କରିବେ। ଉଦ୍ୟୋଗୀ ହେବେ। ବ୍ୟବସାୟରେ ପାରଙ୍ଗମ ହେବେ। ପରୋପକାରୀ ହେବେ। ବିଦ୍ବାନ୍‌ ହେବେ। ଆଦରଯୁକ୍ତ, ହର୍ଷଯୁକ୍ତ ଓ ଦାନୀ ହେବେ।
ଧନୁ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଚୋର ଭୟ ଅଛି। ଶତ୍ରୁଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ସରକାରଙ୍କ କୋପ ଦୃଷ୍ଟି ପ୍ରତି ସତର୍କ ରହିବେ। ସରକାରୀ ସ୍ତରରୁ କିଛି ଧନ ମିଳିପାରେ।
ମକର: ମନୋରମା ରମଣୀଙ୍କୁ ପତ୍ନୀ ରୂପେ ଗ୍ରହଣ କରିବେ। ସୁବର୍ଣ୍ଣାଦି ପ୍ରାପ୍ତିର ସୂଚନା ମିଳୁଛି। ଅବିବାହତମାନଙ୍କର ସୁଶ୍ରୀ କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ। ସୁଗୁଣ ସମ୍ପନ୍ନ ହେବେ। ସତ୍ୟବାକ୍ୟଯୁକ୍ତ ହେବେ।
କୁମ୍ଭ: ଶତ୍ରୁ ଦମନ କରିବେ। ଧନବାନ୍‌ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ରାଜନୀତିଜ୍ଞ ହେବେ। କଠିନ ପରିଶ୍ରମରେ ଧନ ଅର୍ଜନ କରିପାରନ୍ତି। ରାଜତୁଲ୍ୟ ସମ୍ମାନିତ ହେବେ। ଆଧିପତ୍ୟ ବିସ୍ତାର କରିବେ।
ମୀନ: କନ୍ୟା, ପୁତ୍ରାଦିରୁ ସୁଖ ଭୋଗ କରିବେ ଓ ସେମାନଙ୍କ ପାଇଁ ଗର୍ବ ଅନୁଭବ କରିପାରନ୍ତି। ପୁତ୍ର କୁଳ ଉଦ୍ଧାରକାରୀ ହେବ। କର୍ତ୍ତବ୍ୟ ନିଷ୍ଠ ହେବେ। କାର୍ଯ୍ୟ ଶୈଳୀରେ କିଛିଟା ପରିବର୍ତ୍ତନ ଘଟାଇ ପାରନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories