QNETIC – Mobile

ଶୁକ୍ରବାର ରାଶିଫଳ (ଜୁନ ୨୩)

ମେଷ: ଆସନ୍ତାକାଲିର ବିଦ୍ୟା ନିକେତନ କାର୍ଯ୍ୟକ୍ରମ ପାଇଁ ଅଧ୍ୟୟନରତ ହୋଇପାରନ୍ତି। ବ୍ୟବସାୟରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଲଟେରି ଉଠାଣ ଫଳ ସପକ୍ଷରେ ଯାଇପାରେ।
ବୃଷ: ପରିଶ୍ରମ ଅତ୍ୟଧିକ ଓ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। ରୂପଶ୍ରୀଯୁକ୍ତ ହେବେ। ଶାନ୍ତ ଓ ନିପୁଣା ହେବେ। ମେଧାବୀ ହେବେ। ଜିତେନ୍ଦ୍ରୀୟ ହୋଇପାରନ୍ତି। ବିଦ୍ବାନ୍‌ ଓ ଦୟାଳୁ ସ୍ବଭାବସମ୍ପନ୍ନ ହେବେ।
ମିଥୁନ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଦେବ ଦର୍ଶନ ପାଇଁ ଅପୂର୍ବ ସୁଯୋଗ ଅଛି। ଅଶାନ୍ତିର ଅବସାନ ଘଟିବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ସକଳ ଗୁଣଯୁକ୍ତ, ସୁଖୀ ଓ କବିତାପ୍ରିୟ ହେବେ।
କର୍କଟ: ସୁଖସମ୍ମାନ ଲାଭ କରିପାରନ୍ତି। ବିବିଧ ଉପାୟରେ ଧନ ଅର୍ଜନ କରିପାରନ୍ତି। ମନ ଚଞ୍ଚଳ ରହିବ। ତ୍ୟାଗପୂତ ମନୋଭାବର ହୋଇପାରନ୍ତି। ମତିମାନ୍‌ ହେବେ। କର୍ମଚଞ୍ଚଳ ରହିବେ। ସୁଖୀ ହେବେ।
ସିଂହ: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
କନ୍ୟା: ଚିତ୍ତ ସନ୍ତୁଷ୍ଟ ରହିବ। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ମଧୁର ଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‌ ରହିବା ଭଲ। ବାଲ୍ୟ ଲୀଳା କରିବେ।
ତୁଳା: ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ, ବେସରକାରୀ ଉଭୟ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉଚ୍ଚ ସମ୍ମାନର ଅଧିକାରୀ ହେବେ। କାର୍ଯ୍ୟରେ ସଫଳତା ମିଳିବ।
ବିଛା: ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଶତ୍ରୁବଂଶୀୟ କନ୍ୟାର ପାଣିଗ୍ରହଣ କରିପାରନ୍ତି। ସୁଗୁଣ ସମ୍ପନ୍ନ ହେବେ।
ଧନୁ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାଧାରୀ ହେଲେ ବି ସହନଶୀଳ ମନୋଭାବର ହେବେ। ବିବାଦରେ ବିଜୟୀ ହେବେ। ପରାକ୍ରମଶାଳୀ ହୋଇପାରନ୍ତି। ବହୁଜନଙ୍କ ପୋଷକ ହେବେ।
ମକର: ବନ୍ଧୁ ସୁଖ ମିଳିପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅର୍ଥାଭାବ ଦେଖା ଦେଇପାରେ। ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ବନ୍ଧୁ ସହାୟତା ମିଳିବ।
କୁମ୍ଭ: କର୍ତ୍ତବ୍ୟ ପରାୟଣ ହେବେ। ଉପୁଜିଥିବା ସମସ୍ୟା ଦୂର ହେବ। ଶତ୍ରୁଜିତ୍‌ ଯୋଗ ଅଛି। ଦୃଢ଼ ମନୋବଳକୁ ପାଥେୟ କରି ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ। ସେବା ଭାବନାରେ ଉଦ୍‌ବୁଦ୍ଧ ହୋଇପାରନ୍ତି।
ମୀନ: ମନ ପ୍ରସନ୍ନ ରହିବ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପରାମର୍ଶ ନେଇ କାର୍ଯ୍ୟ କଲେ ଅପୂର୍ବ ସଫଳତା ମିଳିବ। ସୁସ୍ଥ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିରେ ସୁନାମ ଅର୍ଜନ କରିବେ।

Comments are closed.