ସୋମବାର ରାଶିଫଳ (୦୫/୦୯/୨୦୨୨)

ମେଷ : ଭାଗ୍ୟ ଓ ଭବିଷ୍ୟ ସ୍ବକର୍ମ ଉପରେ ନିର୍ଭର କରୁଛି। କର୍ମ ତତ୍ପରତା ପ୍ରକାଶ ପାଇବ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବୃଷ : ଆଶୁ ବିପଦ ଆସିପାରେ; ମାତ୍ର ତାକୁ ଡରିଲେ ସେ ଡରାଇବ, ମୁକାବିଲା କଲେ ଲୁଚିଯିବ। ପବିତ୍ର ହୃଦୟବାନ୍‌ ହେବେ। ନିଜ ବୁଦ୍ଧିବଳରେ ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିପାରନ୍ତି। ସତର୍କତାର ଦିନ ଆଜି।

ମିଥୁନ : କ୍ଷମତା ହାସଲ କରିବାକୁ ହେଲେ ସେବା ପରାୟଣ ହେବାକୁ ପଡ଼ିବ। କର୍ମକ୍ଷେତ୍ରରେ ପତ୍ନୀଙ୍କ ସହଯୋଗ ଲାଭପ୍ରଦ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ମନରେ ଉପୁଜିଥିବା ଅହଂକାରକୁ ବିସର୍ଜିତ କରିପାରନ୍ତି।

କର୍କଟ : ବାହ୍ୟ ଖର୍ଚ୍ଚକୁ ସୀମିତ ରଖିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁକୁ କରାୟତ୍ତ କରିବାରେ ପାରଙ୍ଗମ ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। ବନ୍ଧୁ ‌େ​‌ଦ୍ବଷୀ ହେବେ।

ସିଂହ : ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଧନାଢ଼୍ୟ ଶ୍ବଶୁର ଘରୁ ଆର୍ଥିକ ସହାୟତା ଆସିପାରେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ।

କନ୍ୟା : କୃଷିକ୍ଷେତ୍ରରେ ନିଜର ଅଭିଜ୍ଞତାକୁ କୃଷକଙ୍କୁ ପରାମର୍ଶ ଦେଇପାରନ୍ତି। ଯାନବାହନ ସୁଖ ମିଳିବ। ଯଶସ୍ବୀ ଓ କୀର୍ତ୍ତିମାନ୍‌ ହେବେ। ଜଳସେଚନ ଉପରେ ଗୁରୁତ୍ବ ଦେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।

prayash

ତୁଳା : ଆଜି ଗୋଟିଏ ମାତ୍ର ଦିନ ଯାହା କି ସର୍ବତ୍ର ବିଜୟୀ ହେବେ। ସର୍ବ ସୁଖ ଅନୁଭବ କରିବେ। ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଈଶ୍ବରୀୟ ଚେତନାରେ ଉଦ୍‌ବୁଦ୍ଧ ହୋଇପାରନ୍ତି। ମନ ପ୍ରସନ୍ନ ରହିବ।

ବିଛା : ମଧୁର ଭାଷା ଓ ପ୍ରେମପୂର୍ଣ୍ଣ ବ୍ୟବହାରରେ ନିଜ ବ୍ୟବସାୟକୁ ଲାଭଜନକଭାବେ ସମ୍ପ୍ରସାରିତ କରିପାରନ୍ତି। ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଉଦାର ଚରିତ୍ର ଓ ବିଦ୍ୟାପ୍ରେମୀ ହେବେ।

ଧନୁ : ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ବନ୍ଧୁ, ଶୁଭେଚ୍ଛୁ ଓ ପରିବାରବର୍ଗଙ୍କୁ ସୁସ୍ବାଦୁ ଭୋଜନରେ ଆପ୍ୟାୟିତ କରିପାରନ୍ତି। ମୂଲ୍ୟବାନ୍‌ ଓ ସମ୍ମାନଜନକ ଉପହାର ପ୍ରାପ୍ତ ହୋଇପାରନ୍ତି। ଆୟ ଆଶାନୁରୂପ ହେବ।

ମକର : କର୍ମଚଞ୍ଚଳ ରହିବେ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଏକାନ୍ତ ସାଧନା ଫଳପ୍ରସୂ ହେବ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଗୁପ୍ତ ବିଦ୍ୟାରେ ରୁଚି ରହିବ।

କୁମ୍ଭ : ଜୀବନକୁ ସରସ ସୁନ୍ଦର କରିବା ପାଇଁ ଓ କର୍ମମାର୍ଗକୁ ଆଲୋକିତ କରିବା ପାଇଁ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ରାଜ କୃପା ଲାଭ କରିବା ସହିତ ସମ୍ମାନିତ ହେବେ।

ମୀନ : ଜ୍ଞାନଦୀପର ଉଳ ଆଲୋକରେ ନିଜର ହୃଦୟାକାଶକୁ ଦୟାର୍ଦ୍ର କରିପାରନ୍ତି। ମନରେ ପ୍ରସନ୍ନତା ଭାବ ଉଦ୍ରେକ ହେବ। ବ୍ୟବସାୟ ଲାଭଜନକ ହେବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ।

kalyan agarbati

Comments are closed.