ମଙ୍ଗଳବାର ରାଶିଫଳ (୨୮.୧୧.୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated Nov 28, 2023 Share ମେଷ : ବ୍ୟାବସାୟିକ ଲାଭ ଆପଣଙ୍କ ଆର୍ଥିକ ସ୍ଥିତିକୁ ଦୃଢ଼ କରିବ। ମତିଜ୍ଞ ହୋଇପାରନ୍ତି। ତ୍ୟାଗଶୀଳ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଅତିସୁଖୀ ଓ କୀର୍ତ୍ତିଶାଳୀ ହେବେ। ସହିଷ୍ଣୁ ଓ ରୂପବାନ୍ ହେବେ। ବୃଷ : ରୋଜଗାର ଊଣା ହେବ ନାହିଁ। ବନ୍ଧୁ ବା ସରକାରୀ ସହାୟତାରୁ ଲାଭବାନ୍ ହେବେ। ଭୋଜନ ରୁଚିକର ହେବ। ଦାମ୍ପତ୍ୟ ଜୀବନ ସୁଖବୋଧ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ। ମିଥୁନ : କର୍ମଚଞ୍ଚଳ ରହିବେ। ମଧୁର ଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଜ୍ଞାନୀ ହେବେ। କର୍କଟ : ଜ୍ଞାନ ପିପାସୁ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କରିତ୍କର୍ମା ହେବେ। ସିଂହ : କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସରକାରୀ ଅର୍ଥ ମିଳିପାରେ। ଗୃହ ପରିବେଶ ଉତ୍ତମ ମାନର ହେବ। ସୁଗୁଣଯୁକ୍ତ ହେବେ। କନ୍ୟା : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିବେ। ପ୍ରତିଯୋଗିତାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧନ ପ୍ରାପ୍ତ ହେବେ। Related Posts ଗୋପାଳପୁର ବେଳାଭୂମିର ମୁଖ୍ୟ ରାସ୍ତା କଡରେ… May 14, 2025 ପାକିସ୍ତାନକୁ ଆଉ ଏକ ଝଟକା:… May 14, 2025 ତୁଳା : ପ୍ରତିଶୋଧ ପରାୟଣ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। ଅଯଥା ପାରିବାରିକ କଳହର ସମ୍ମୁଖୀନ ହୋଇପାରନ୍ତି। ସାରାଦିନ ସତର୍କ ରହିବାକୁ ପଡ଼ିବ। ବିଛା : ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ରୁଚିକର ଭୋଜନ ସହିତ ଆନନ୍ଦ ଉପଭୋଗ କରିବେ। ଧନୁ : ଆତ୍ମୀୟସ୍ବଜନ ଓ ବନ୍ଧୁବାନ୍ଧବଙ୍କ ସହାୟତାରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସମ୍ମାନିତ ହେବେ। ମକର : ପରୀକ୍ଷାର ସମ୍ମୁଖୀନ ହେବା ପାଇଁ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବାଣିଜ୍ୟ କାରବାରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କୁମ୍ଭ : ପରିଶ୍ରମ କଠିନ ଓ କଷ୍ଟପ୍ରଦ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପରବର୍ତ୍ତୀ ସମୟରେ ସୁଧାର ଆସିବ। କୃଷକଙ୍କୁ ଉତ୍ସାହିତ କରିବେ। ଯାନବାହନ ସୁଖ ମିଳିବ। ମୀନ : ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଦେବ ଦର୍ଶନ ପାଇ ଆତ୍ମ ସନ୍ତୋଷ ଲାଭ କରିବେ। ଅଶାନ୍ତିର ଉପସମ ହେବ। ସରକାରୀ ସ୍ତରରୁ ଲାଭବାନ୍ ହୋଇପାରନ୍ତି। ଭାଷା ଓ ବ୍ୟବହାର ମାର୍ଜିତ ହେବ। Share FacebookTwitterWhatsApp
Comments are closed.