ଶନିବାର ରାଶିଫଳ (୨୫/୦୯/୨୦୨୧) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By SamajaDigital(AH) Last updated Sep 25, 2021 Share ମେଷ : ଧନବାନ୍ ହେବେ। ଶାସ୍ତ୍ରଜ୍ଞ ଓ ଜ୍ଞାନୀ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ବଳିଷ୍ଠ ହୋଇପାରନ୍ତି। ଲୋକପୂଜ୍ୟ ହେବେ। କ୍ରୋଧୀ ହୋଇପାରନ୍ତି। ଉତ୍ତମ ବଂଶରୁ କନ୍ୟା ଆଣିପାରନ୍ତି। ବୃଷ : ସାଧନାରେ ସିଦ୍ଧିଲାଭ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ସଂଗୀତପ୍ରିୟ ହେବେ। ଧର୍ମଧାରଣାରେ ବ୍ରତୀ ହେବେ। ସୁଶୀଳ ହୋଇପାରନ୍ତି। ଯଶସ୍ବୀ ହେବେ। ସାଧୁମାନଙ୍କର ହିତ ପାଇଁ ଅକୁଣ୍ଠିତ ଭାବେ ଧନ ବ୍ୟୟ କରିବେ। ମିଥୁନ : ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନବାହନଯୁକ୍ତ ହେବାର ସୂଚନା ମିଳୁଛି। କୀର୍ତ୍ତିମାନ୍ ହେବେ। ଭୋଗବିଳାସ କରିପାରନ୍ତି। ଗୁଣବାନ୍ ହେବେ। ମନ ପ୍ରସନ୍ନ ରହିବ। ସରକାରୀ ଅର୍ଥ ମିଳିପାରେ। କର୍କଟ : ସର୍ବୋଚ୍ଚ ସ୍ଥାନର ଅଧିକାରୀ ହୋଇପାରନ୍ତି। ସନ୍ମାର୍ଗୀ ହେବେ। କୀର୍ତ୍ତିମାନ୍ ହୋଇପାରନ୍ତି। ବିଦ୍ୟାରୂପକ ମହାଧନ ଅର୍ଜନ କରିବାରେ ପାରଙ୍ଗମ ହେବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ସିଂହ : ଧନବାନ୍ ହେବେ। ମନ ପ୍ରସନ୍ନ ରହିବ। ପଶୁପାଳନ କରି ଧନ ଅର୍ଜନ କରିପାରନ୍ତି। ସ୍ବଧର୍ମ ଧ୍ୟାୟୀ ହେବେ। ତୀର୍ଥଯାତ୍ରୀଙ୍କ ସେବାଯତ୍ନ କରି ଆନନ୍ଦ ଲାଭ କରିବେ। ପ୍ରବଳ ଶିଳ୍ପ ଉଦ୍ୟୋଗୀ ହେବେ। କନ୍ୟା : ପରଧନରେ ଧନୀ ହୋଇପାରନ୍ତି। ରସିକତାରୁ ବାଚାଳତା ଉପୁଜିପାରେ। ରଜତ ଧନଦ୍ବାରା ଧନଶାଳୀ ହୋଇପାରନ୍ତି। ମହିଳାମାନଙ୍କର ହିତାକାଂକ୍ଷୀ ହୋଇପାରନ୍ତି। ସୁଖୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। Related Posts ଜନ୍ମଦିନ ଉପହାର ପଠାଇଲେ ବଲିଉଡ଼ ଷ୍ଟାର ସୁନୀଲ… Sep 25, 2023 ସନ୍ଧ୍ୟା ୬ଟା ମୁଖ୍ୟ ଖବର Sep 22, 2023 ତୁଳା : ମିତ୍ରଲାଭର ସୂଚନା ମିଳୁଛି। ଈଶ୍ବର ବିଶ୍ବାସୀ, ଧାର୍ମିକ, ଶାସ୍ତ୍ରଜ୍ଞ ଓ ଜ୍ଞାନୀ ହୋଇପାରନ୍ତି। ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି। ଶିଳ୍ପ ପାରଦର୍ଶୀ ହେବେ। ହାସ୍ୟଯୁକ୍ତ, ଯୁବତୀପ୍ରିୟ ଓ ଚଞ୍ଚଳ ଚେଷ୍ଟିତ ହେବେ। ସ୍ବର୍ଣ୍ଣାଦି ଲାଭ ହୋଇପାରେ। ବିଛା : ଧର୍ମ ବିଧାନରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ନିରୀହ ସ୍ବଭାବ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। କାର୍ଯ୍ୟରେ ସ୍ଥିରତା ଆସିବ। ମିଷ୍ଟାନ୍ନ ଭୋଜନ ମିଳିପାରେ। କୁଳପ୍ରଧାନ ଓ ଧନ ସଞ୍ଚୟକାରୀ ହେବେ। ଧନୁ : ନୃତ୍ୟ-ସଙ୍ଗୀତ ପ୍ରିୟ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ଧର୍ମ ଓ ଭକ୍ତି ମାର୍ଗରେ ମନୋନିବେଶ କରିପାରନ୍ତି। ବିଜ୍ଞ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ସର୍ବଜନପ୍ରିୟ ହୋଇପାରନ୍ତି। ମକର : ସୌଭାଗ୍ୟସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। ସମ୍ମାନିତ ହୋଇପାରନ୍ତି। ଧନଯୁକ୍ତ ହେବେ। ସ୍ତ୍ରୀ-ପୁତ୍ର ପ୍ରୀତିଯୁକ୍ତ ହୋଇପାରନ୍ତି। ନିଜ ବନ୍ଧୁବାନ୍ଧବଙ୍କ ହିତକାରୀ ହୋଇପାରନ୍ତି। ବେଳେବେଳେ ବୁଦ୍ଧି ହଜିଯାଇପାରେ। କୁମ୍ଭ : କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଅତିଥି, ଗୁରୁ ଓ ଦେବପୂଜା ନିରତ ହେବେ। ତୀର୍ଥଯାତ୍ରାଦି ଶୁଭକର୍ମରେ ଧନ ବ୍ୟୟ କରିପାରନ୍ତି। ସୁଖୀ ହେବେ ଓ ନିଜ ଅର୍ଜିତ ବଳକା ଧନକୁ ଭୋଗକରିବେ। ମୀନ : ଲୋଭଗ୍ରସ୍ତ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ଦ୍ବିଜମାନଙ୍କ ପ୍ରତି ଭକ୍ତିଭାବ ରହିବ। ପତ୍ନୀ ଘରର ପରିଚାଳିକା ହୋଇପାରନ୍ତି। ସିଦ୍ଧହସ୍ତା ହେବେ। ଜନସାଧାରଣରେ ନମସ୍ୟ ହେବେ। ସମାଜସେବା ଓ ପରୋପକାରରେ ନିୟୋଜିତ ହେବେ। Horoscope 25th Sept. 2021odia news Share FacebookTwitterWhatsApp
Comments are closed.