www.samajalive.in
Monday, December 15, 2025
15.1 C
Bhubaneswar

ସୋମବାର ରାଶିଫଳ (୨୪/୧୦/୨୦୨୨)

ମେଷ :  ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ପରୋପକାର କରି କୃପାନିଧାନଙ୍କ କୃପାପାତ୍ର ହେବେ।

ବୃଷ : ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବତନ୍ତ୍ର୍ ବ୍ୟକ୍ତିତ୍ବସମ୍ପନ୍ନ ହେବେ।

ମିଥୁନ : ପରିଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। ଗୃହ ପରିବେଶ ଉତ୍ତମ ମାନର ହେବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି। କାର୍ଯ୍ୟ ଫଳପ୍ରସୂ ହେବ। ନମ୍ରତାର ପ୍ରତୀକ ହୋଇପାରନ୍ତି।

କର୍କଟ : ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟାଇ ସଞ୍ଚୟାଭିମୁଖୀ ହୋଇପାରନ୍ତି। ଅସାଧ୍ୟ ସାଧନ କରି ଜନ ସାଧାରଣଙ୍କ ଆଦରର ପାତ୍ର ହେବେ। ସରକାରୀ ସ୍ତରରୁ ଲାଭ ମିଳିବ। ବିକଶିତ ବ୍ୟକ୍ତିତ୍ବଯୁକ୍ତ ହେବେ।

ସିଂହ :  ଦୃଢ଼ ମନୋବଳ ନେଇ ନ୍ୟସ୍ତ ଦାୟିତ୍ବ ସୁଚାରୁରୂପେ ନିର୍ବାହ କରିବେ। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ଚଞ୍ଚଳମନା ହେବେ। ସହିଷ୍ଣୁ ହେବେ। ପୁଣ୍ୟପ୍ରଭା ମହିଳାଙ୍କ ପ୍ରେରଣା ମିଳିବ।

କନ୍ୟା : ଆୟ ଆଶାନୁରୂପ ହେବ। ସରକାରୀ ଓ ବନ୍ଧୁଙ୍କ ସହାୟତାରୁ ଲାଭବାନ୍‌ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ସ୍ବାସ୍ଥ୍ୟ ଚାହଁୁଥିଲେ ଆହାର ସୁଧାର ହେବ। ଈଶ୍ବରୀୟ ସତ୍ତାକୁ ଅନୁଭବ କରିବେ।

ତୁଳା : ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ। ବିବାଦୀୟ ବିତର୍କରୁ ଓହରିଯାଇ ପାରନ୍ତି। ସାଧନାରେ ବ୍ରତୀ ହେବା ପାଇଁ ନଗାଧିରାଜ ହିମାଳୟର ଆମନ୍ତ୍ରଣ ରକ୍ଷା କରିବାକୁ ପଡ଼ିବ। ଭାଷା ମଧୁର ଓ ସାହସୀ ହେ​‌େ​‌ବ।

ବିଛା : ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଆଶାନୁରୂପ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ରର ନିଷ୍ଠାପର ଉଦ୍ୟମ ଭବିଷ୍ୟ ଉନ୍ନତିର କାରଣ ହେବ।

ଧନୁ : କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆଶା ଫଳବତୀ ହେବ। ବଂଶ ମର୍ଯାଦା ରକ୍ଷା କରିବାରେ ପାରଙ୍ଗମ ହେବେ। ଆତ୍ମ ମୂଲ୍ୟାୟନ ଦ୍ବାରା ବ୍ୟକ୍ତିତ୍ବର ବିକାଶ ସାଧନ କରିପାରନ୍ତି। ଗୁଣଜ୍ଞ ହେବେ।

ମକର : ଶ୍ରମ ସାର୍ଥକ ହେବ। ଗତିରୋଧର ସମ୍ମୁଖୀନ ହୋଇପାରନ୍ତି। ବିଳାସବ୍ୟସନ କରିପାରନ୍ତି। କ୍ଷମତାଧାରୀ ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ।

କୁମ୍ଭ : ସମ୍ୟକ ତତ୍ତ୍ବଦର୍ଶୀ ହେବେ। ଦୟାଳୁ ସ୍ବଭାବସମ୍ପନ୍ନ ହେବେ। ବିଘ୍ନକାରୀମାନଙ୍କର ବିରୋଧର ମୁକାବିଲା କଲେ ସେମାନେ ଡରିଯିବେ। ସତର୍କତାର ଦିନଟି ଆଜି। ପାପତାପ ପରିହାରକ ହେବେ।

ମୀନ : ଦିନ ଭିତରେ ବହୁ ସୁଖକର ଘଟଣାମାନ ଘଟିବ। କୃପାନିଧାନଙ୍କ କୃପାପାତ୍ର ହେବେ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଆନନ୍ଦ ଉପଭୋଗ କରିବେ। ସେବା ପରାୟଣ ହେବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories