www.samajalive.in
Sunday, December 7, 2025
23.1 C
Bhubaneswar

ବୁଧବାର ରାଶିଫଳ (୨୩/୦୯/୨୦୨୦)

ମେଷ: ଅର୍ଥ ପ୍ରାପ୍ତିର ସୁଯୋଗ ଥିବାବେଳେ; ଧନକ୍ଷୟର ମଧ୍ୟ ସୂଚନା ମିଳୁଛି। ଶାରୀରିକ ଓ ମାନସିକ ସ୍ତରରେ କ୍ଳେଶ ଉପୁଜି ପାରେ। ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ। ସତ୍ୟବାଦୀ ହେବେ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ରହିବେ।

ବୃଷ: ପରଚର୍ଚ୍ଚାରୁ ବିରତ ହେଲେ ସମ୍ମାନ ମିଳିବ। ବିଳାସ-ବ୍ୟସନ କରିପାରନ୍ତି। ବସ୍ତ୍ରଭୂଷଣ ଲାଭ ହୋଇପାରେ। ପଦୋନ୍ନତି ମିଳିବାର ସୁଯୋଗ ଅଛି। ବନ୍ଧୁ ସହାୟତା ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମିଥୁନ: ଦୀର୍ଘଦିନର ଆଶାପୂରଣ ହୋଇପାରେ। କାର୍ଯ୍ୟରେ ସଫଳତା ମିଳିବ। ସୁଖଶାନ୍ତିରେ ସମୟ ଅତିବାହିତ କରିପାରନ୍ତି। ପରଧନରେ ଧନୀ ହେବେ। ପୁତ୍ର ଲାଭର ସୂଚନା ମିଳୁଛି। ଶାସ୍ତ୍ରାଭ୍ୟାସୀ ହେବେ। ସ୍ତ୍ରୀ ଧନ ହେତୁ ସୁଖୀ ହେବେ।

କର୍କଟ: ବହୁ ସୁଯୋଗକୁ ଉପଭୋଗ କରିପାରନ୍ତି। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‍ କରିପାରେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଉତ୍ସାହବୋଧ ଉପୁଜି ପାରେ। ଧର୍ମ ପ୍ରିୟ ହେବେ। ଶିଳ୍ପୋଦ୍ୟୋଗୀ ହୋଇପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ।

ସିଂହ: ଶତ୍ରୁକୁ ପରାଜିତ କରିବାରେ ଅଧିକ ବ୍ୟୟ କରିବେ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ଆସନ୍ନ ପ୍ରସବା ଥିଲେ ପୁତ୍ର ସନ୍ତାନ ଜାତ ହୋଇପାରେ। ଶାସ୍ତ୍ରଜ୍ଞ ହୋଇପାରନ୍ତି। ବାକ୍‍ପଟୁ ହେବେ। ସର୍ବତ୍ର ଶୁଭ ଆଶା କରାଯାଏ।

କନ୍ୟା: ଧର୍ମ-କର୍ମ ସଂପାଦନ କରିପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଚିନ୍ତାଧାରା ଉନ୍ନତମାନର ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଶାନ୍ତି, ସନ୍ତୋଷ ମିଳିବ।

ତୁଳା: କାର୍ଯ୍ୟ ହାସଲ କରିବାକୁ ହେଲେ ଅପେକ୍ଷା କରିବାକୁ ପଡ଼ିବ। ଶାନ୍ତି, ସନ୍ତୋଷ ଲାଭ କରିପାରନ୍ତି। ଯେକୌଣସି ସୂତ୍ରରୁ ଧନାଗମ ହୋଇପାରେ। ଉନ୍ନତିକର କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ସୁଖ ମିଳିବ।

ବିଛା: ପୁରାତନ କାର୍ଯ୍ୟରେ ରହିବା ଝାମେଲାର ପରିସମାପ୍ତି ଘଟିବ। ନୂତନ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। କର୍ମକ୍ଷେତ୍ର ଢ଼େର ଉନ୍ନତି ଘଟିବ। ବ୍ୟବସାୟ ସନ୍ତୋଷଜନକ ହେବ। ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି।

ଧନୁ: କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ଧନକ୍ଷୟ ହେବାର ସୂଚନା ମିଳୁଛି। ଶୁଭା-ଶୁଭ ମିଶ୍ରିତ ଫଳ ମିଳିବ। ଭୋଗାସକ୍ତ ହେବେ। ଧନ ଲାଭକାରୀ ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି। ନିତ୍ୟାନନ୍ଦଯୁକ୍ତ, ଗୁଣବାନ୍‍ ଓ ଧନୀ ହେବେ।

ମକର: ଅଧିକ ପରିଶ୍ରମର ସମ୍ମୁଖୀନ ହେଲେ ବି ତା’ର ମୂଲ୍ୟ ମିଳିବ। ଆଶା ପୂରଣ ହୋଇପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। ବନ୍ଧୁ ଦର୍ଶନ ଶୁଭଦାୟକ ହେବ। ସରକାରଙ୍କ କୃପାପାତ୍ର ହେବେ। ସୁଭାଷୀ ହୋଇପାରନ୍ତି।

କୁମ୍ଭ: ସମ୍ମାନିତ ହେବେ। ଧନପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶ ତୃପ୍ତିଦାୟକ ହେବ। ଉତ୍ତମ ଗୁଣ ସମ୍ପନ୍ନ ହୋଇପାରନ୍ତି। କୀର୍ତ୍ତିମାନ୍‍ ହେବେ।

ମୀନ: ଅନ୍ୟଦ୍ୱାରା କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିପାରନ୍ତି। ବିତ୍ତବାନ୍‍ ହେବେ। ଦାତା ହେବେ। ଗୁଣବାନ୍‍, ଧନୀ ଓ ମାନୀ ହେବା ଆଶା କରାଯାଏ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories