www.samajalive.in
Sunday, December 14, 2025
17.1 C
Bhubaneswar

ମଙ୍ଗଳବାର ରାଶିଫଳ (୨୩/୦୮/୨୦୨୨)

ମେଷ : ସତ୍‌ ପରାୟଣ ହୋଇପାରନ୍ତି। କର୍ମକ୍ଷେତ୍ରରେ କର୍ମଚଞ୍ଚଳ ହୋଇପାରନ୍ତି। ଶ୍ରମ ବଳରେ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ସରକାରୀ କୃପା ଲାଭ କରିବେ। ଅର୍ଥାଗମ ହେବାର ସମ୍ଭାବନା ଅଛି।

ବୃଷ : ଚଞ୍ଚଳମନା ହେବେ। ଚଞ୍ଚଳ ମନର ନିଗ୍ରହ କଠିନ; କିନ୍ତୁ ଅସମ୍ଭବ ନୁହେଁ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ପ୍ରତ୍ୟୁତ୍ପନ୍ନମତି ସମ୍ପନ୍ନ ହେବେ। ଦାମ୍ପତ୍ୟ ଜୀବନ ସରସ ସୁନ୍ଦର ହେବ।

ମିଥୁନ : ଆୟ ବୃଦ୍ଧି ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ନୂତନ ଓ ପୁରାତନ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ମିଷ୍ଟାନ୍ନ ଦ୍ରବ୍ୟ ଖାଇ, ଖୁଆଇ ଆନନ୍ଦ ଅନୁଭବ କରିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେତୁ ଦେବ ପୂଜା ନିରତ ହେବେ।

କର୍କଟ : ସାଧନାରେ ସିଦ୍ଧି ପ୍ରାପ୍ତ ପାଇଁ ନଗାଧିରାଜ ହିମାଳୟର ଆମନ୍ତ୍ରଣ ଗ୍ରହଣ କରିବାକୁ ପଡ଼ିବ। ମଧୁର କଥାରେ ପଡ଼ୋଶୀଙ୍କ ପ୍ରିୟପାତ୍ର ହେବେ। ପରିବାରର ସ୍ବାସ୍ଥ୍ୟ ରକ୍ଷା ପାଇଁ ଖର୍ଚ୍ଚାନ୍ତ ହେବେ। କର୍ମଚଞ୍ଚଳ ରହିବେ।

ସିଂହ : ସ୍ବକୀୟ ମୂଲ୍ୟବୋଧ ସିଦ୍ଧାନ୍ତକୁ ନେଇ ଆଗକୁ ବଢ଼ିପାରନ୍ତି। ଜ୍ଞାନଯୋଗୀ ଓ ଧର୍ମାନୁରାଗୀ ହୋଇପାରନ୍ତି। ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ସମ୍ମାନ ଓ ଅନୁଦାନ ମିଳିବ।

କନ୍ୟା : ଦୟା ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସମାଜସେବାରେ ଜୀବନ ସମର୍ପିତ ହୋଇପାରେ। ପ୍ରଥିତଯଶା ଯୁକ୍ତ ହେବେ। ନିଜ ଜ୍ଞାନଗରିମା ବଳରେ ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସଫଳ ହେବେ।

ତୁଳା : ଚରିତ୍ରବାନ୍‌ ବ୍ୟକ୍ତିଭାବେ ପ୍ରାପ୍ତ କ୍ଷମତାର ସଦ୍‌ ବ୍ୟବହାର କରିପାରନ୍ତି। ପିଲାଙ୍କୁ ପ୍ରତିଯୋଗୀ ନ କରାଇ ପ୍ରଗତିଶୀଳ କରାଇ ପାରନ୍ତି। ବିବାଦୀୟ ଘଟଣାରେ ଆପୋଷ ସମାଧାନ ଉପରେ ଗୁରୁତ୍ବ ଦେବେ।

ବିଛା :  କର୍ମନିଷ୍ଠ ରହି ଶ୍ରମ ସ୍ବୀକାର କରିବାରେ ମହଦ୍‌କାଂକ୍ଷୀ ହେବେ। ଯଦିଓ ବ୍ୟବସାୟ ଲାଭାନ୍ବିତ ହେବ; ତଥାପି ବିରୋଧୀଙ୍କ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଯାନବାହନ ଚାଳନାରେ ସାବଧାନ ହେବେ।

ଧନୁ : ସେବା ଭାବନାରେ ପରମ କଲ୍ୟାଣୀୟ ମାର୍ଗକୁ ବାଛିନେଇ ପାରନ୍ତି। ଆଜି ଦିନ ଭିତରେ ଯେଉଁ ଘଟଣା ଘଟିବ ତାହା ସୁସଂଘଟିତ ହେବ। ପତ୍ନୀଙ୍କ ଅଭିଳାଷ ପୂର୍ଣ୍ଣ କରିବାରେ ଚେଷ୍ଟିତ ହେବେ।

ମକର : ବଦଖର୍ଚ୍ଚରୁ ଓହରି ଆସି ସେହି ଧନରେ ଋଣ ପରିଶୋଧ କରିବେ। ଶତ୍ରୁର ଆକ୍ରମଣକୁ ପ୍ରତିହତ କରିବାରେ ପାରଙ୍ଗମ ହେବେ। ପରୋପକାର କଲେ କୃପା ନିଧାନଙ୍କ କୃପାପାତ୍ର ହେବେ।

କୁମ୍ଭ : ଆତ୍ମଶକ୍ତିକୁ ଜାଗତ୍ର କରି, ତା’ ଉପରେ ବିଶ୍ବାସ ରଖିପାରନ୍ତି। ଲେଖାଇ ଭାଷାକୁ ନମନୀୟ, କମନୀୟ ଓ ଗାଉଁଲି ବ୍ୟାବହାରିକ ଭାଷାର ମାନ୍ୟତା ଦେଇପାରନ୍ତି। ପୁରାତନ ଶବ୍ଦ ଭଣ୍ଡାରର ମଞ୍ଜୁଷା ଖୋଲିପାରନ୍ତି।

ମୀନ : ଶ୍ରମଜୀବୀଙ୍କ ସ୍ବାର୍ଥ ପାଇଁ ଉତ୍ସର୍ଗୀକୃତ ମନୋଭାବ ଗ୍ରହଣ କରିପାରନ୍ତି। ଆଧ୍ୟାତ୍ମିକ ପଥର ପଥିକ ହୋଇପାରନ୍ତି। ଉଦାର ସ୍ବଭାବସମ୍ପନ୍ନ ହେବେ। ଭାଇମାନଙ୍କ ମଧ୍ୟରେ ଶୀର୍ଷ ଗାଦିନସୀନ ହୋଇପାରନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories