ଗୁରୁବାର ରାଶିଫଳ (୨୧/୦୭/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Jul 21, 2022 Share ମେଷ : ରାଜନୀତି ସହିତ କୂଟନୀତି ବିଶାରଦ ହେବେ। ପରିଶ୍ରମ ଯେତେ କଠିନ ହେଲେ ବି ପଶ୍ଚାତ୍ପଦ ହେବେନି। ଶ୍ବଶୁର ଘର ତରଫରୁ ଧନାଗମ ହୋଇପାରେ। ଧର୍ମକ୍ଷେତ୍ରକୁ ଯାତ୍ରା କରିପାରନ୍ତି। ବୃଷ : ଯଶ ଅର୍ଜନ କରିବେ। ବିପଦ ଯେତେ ବଡ଼ ହେଲେ ବି ଧୈର୍ଯ୍ୟହରା ହେବେ ନାହିଁ। ଧନୀ ହେବେ। ମହାଜନୀ କାରବାର କରିପାରନ୍ତି। ପତ୍ନୀ ଗୃହକର୍ମ ନିପୁଣା ହେବେ। ଭାଇ, ଭଉଣୀଙ୍କ ପାଇଁ ସୁଖୀ ହେବେ। ମିଥୁନ : ପରୋପକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ନାଶକ ହୋଇପାରନ୍ତି। ବିପଦରୁ ଶୀଘ୍ର ଉଦ୍ଧାର ହେବେ। ପତ୍ନୀ ଭାଗ୍ୟବତୀ ହେବେ। ବିବାହ ପରେ ଭାଗ୍ୟୋଦୟ ହେବ। ଅନୁସନ୍ଧାନକାରୀ ହେବେ। କର୍କଟ : ବିବାହ ବିଳମ୍ବିତ ହୋଇପାରେ। ପତ୍ନୀ ଆଜ୍ଞାକାରିଣୀ ଏପରି କି ସେବାକାରିଣୀ ହେବେ। ଦିନଟି ସୁଖମୟ ହେବ। ସରକାରଙ୍କଠାରୁ ଧନଲାଭର ସୂଚନା ମିଳୁଛି। ଶତ୍ରୁ ବିଜୟୀ ହେବେ। ସିଂହ : ଶତ୍ରୁନାଶକ ହୋଇପାରନ୍ତି। ନିର୍ବାଚନରେ ବିଜୟୀ ହେବେ। ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇପାରନ୍ତି। ରାଜନୀତିରେ ସଫଳ ହେବେ। ଆଇନ ପରାମର୍ଶଦାତା ହେବେ। ପୁଣ୍ୟାତ୍ମା, ଈଶ୍ବର ବିଶ୍ବାସୀ ହେବେ। କନ୍ୟା : ନ୍ୟାୟପ୍ରିୟ ହେବେ। ଅନୁସନ୍ଧାନକାରୀ ହୋଇପାରନ୍ତି। ଲୋକଙ୍କୁ ସଂଗଠିତ କରିବାକୁ ଶକ୍ତିସମ୍ପନ୍ନ ହେବେ। ଉତ୍ତମ କଳାକାର ହେବେ। ଗମ୍ଭୀର ପ୍ରକୃତିଯୁକ୍ତ ହେବେ। ପ୍ରଭାବଶାଳୀ ହୋଇପାରନ୍ତି। Related Posts ସାପୁଆ ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ Jan 14, 2025 ଓଡ଼ିଆ ଭାଷାର ଜଣେ କିମ୍ବଦନ୍ତୀ ପୁରୁଷ ଫକୀର… Jan 14, 2025 ତୁଳା : ଧନବାନ୍ ହେବେ। ଗୃହ ପରିବେଶ ଉତ୍ତମ ମାନର ହେବ। ପୈତୃକ ଧନପ୍ରାପ୍ତିର ସୂଚନା ମିଳୁଛି। ଖାଦ୍ୟପଦାର୍ଥ ବ୍ୟବସାୟ ଲାଭଜନକ ହେବ। କାୟମନୋବାକ୍ୟରେ ପତ୍ନୀଙ୍କ ସେବାକାରୀ ହେବେ। ବିଛା : ଧନ ଅର୍ଜନରେ ପାରଙ୍ଗମ ହେବେ। ସୁସ୍ଥ ଓ ନିରାମୟ ରହିବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଭାଇଙ୍କଠାରୁ ସହଯୋଗ ମିଳିବ। କୂଟନୀତିଜ୍ଞ ହେବେ। ସଂଯମୀ ହୋଇପାରନ୍ତି। ଜ୍ଞାନୀ ହେବେ। ଧନୁ : କଠିନ ପରିଶ୍ରମୀ ହେବେ। ଗୁରୁ ଭକ୍ତ ହୋଇପାରନ୍ତି। ପୈତୃକ ସମ୍ପତ୍ତି ଭୋଗକାରୀ ହେବେ। ଦୟାଳୁ ସ୍ବଭାବ ଓ ନ୍ୟାୟପ୍ରିୟ ହେବେ। ଧର୍ମ ବିଶ୍ବାସୀ ହେବେ। ପାପପୁଣ୍ୟର ବ୍ୟାଖ୍ୟାକାରକ ହେବେ। ମକର : ଧନବାନ୍ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ସୁସ୍ଥ ରହିବେ। ରାଜନୀତିଜ୍ଞ ହେବେ। ଶତ୍ରୁବିନାଶକ ହେବେ। କଠିନ ପରିଶ୍ରମ କରି ଧନ ଅର୍ଜନ କରିବେ। ଆଧିପତ୍ୟ ବିସ୍ତାର କରିପାରନ୍ତି। କୁମ୍ଭ : ପ୍ରଭାବଶାଳୀ ହେବେ। ପରିବାରର ଭ୍ରାତା, ମାତା, ଭଗ୍ନୀ, ପିତା ସମସ୍ତେ ବିଭିନ୍ନ ବିଦ୍ୟାରେ ପ୍ରବୀଣ ହୋଇପାରନ୍ତି। ଗୁପ୍ତ ବିଦ୍ୟାଦାତା ହେବେ। ଲେଖା ପ୍ରାଣଛୁଆଁ ହେବ। ପତ୍ନୀ ରୂପବତୀ ଓ ଭାଗ୍ୟବତୀ ହେବେ। ମୀନ : ରାଜନୀତିରେ ଉଚ୍ଚାସନ ଲାଭ କରିପାରନ୍ତି। ବିଦେଶୀ ବ୍ୟବସାୟରୁ ବହୁ ଧନପ୍ରାପ୍ତ ହେବେ। ସୁସ୍ଥ ରହିବେ। ସୁଖୀ ହେବେ। ବିଦ୍ବାନ୍ ଓ ରୋଗହୀନ ହେବେ। ନୀତିବାନ୍ ଓ ପ୍ରଜ୍ଞାଶୀଳ ହୋଇପାରନ୍ତି। Share FacebookTwitterWhatsApp
Comments are closed.