ମଙ୍ଗଳବାର ରାଶିଫଳ (୨୧.୦୨.୨୦୨୩)

ମେଷ : ଶାରୀରିକ ସ୍ତରରେ ରୋଗ ଓ ମାନସିକ ସ୍ତରରେ ଶୋକର ପ୍ରଶ୍ନ ଉଠୁ ନାହିଁ। ପତ୍ନୀଙ୍କ କର୍ତ୍ତବ୍ୟ ପରାୟଣତା ଓ ନମନୀୟ ବ୍ୟବହାର ଘରଟିକୁ ବୈକୁଣ୍ଠ ସମତୁଲ୍ୟ କରିପାରେ। କୁଳର କଳଙ୍କ ପୋଛିପାରନ୍ତି।

ବୃଷ : ପତ୍ନୀଙ୍କ ପ୍ରଫୁଲ୍ଲିତ ମନ ଓ ବ୍ୟବହାର ଦେଖି ମନର ଆବେଗକୁ ବ୍ୟକ୍ତ କରିପାରନ୍ତି। ଅନ୍ତଃକରଣକୁ ଶୁଦ୍ଧ ରଖନ୍ତୁ; ଦେଖିବେ ଜ୍ଞାନଚକ୍ଷୁ ଉନ୍ମିଳିତ ହେବ। ସୁଖସମୃଦ୍ଧିର ମୂଳଦୁଆ ପଡ଼ିବ।

ମିଥୁନ : ଏପରି କାର୍ଯ୍ୟ ନ କରନ୍ତୁ ଯେଉଁଥିରେ କି ଉଳ ଭବିଷ୍ୟତର ଆଶା ଧୁଳିସାତ୍‌ ହେବ। ଯୁଗ୍ମ ବ୍ୟବସାୟରୁ ଈପ୍‌ସିତ ଅର୍ଥ ମିଳିଯାଇପାରେ। ସ୍ବାଭିମାନୀ ହୋଇପାରନ୍ତି। ଧୈର୍ଯ୍ୟ ଓ ସାହସୀ ହୋଇ ବିପଦର ମୁକାବିଲା କରିବେ।

କର୍କଟ : ଜୀବନର ସାରବତ୍ତାକୁ ପାଥେୟ କରି ସେବା ଓ ଦାନ କ୍ଷେତ୍ରରେ ଅଗ୍ରଗଣ୍ୟ ହୋଇପାରନ୍ତି। ବାଣିଜ୍ୟ କାରବାରରେ ଲକ୍ଷ୍ମୀ ବରଦାୟିକା ଅଛନ୍ତି। ସେବା ଭାବନାରେ ଉଦ୍‌ବୁଦ୍ଧ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ।

ସିଂହ : ଅନୁଦାନ ପ୍ରାପ୍ତି ବିଳମ୍ବିତ ହୋଇଥିବାରୁ ଖର୍ଚ୍ଚ କାଟ୍‌ ପାଇଁ ମାନସିକ ସ୍ତରରେ ସଂକୀର୍ଣ୍ଣମନା ହୋଇପାରନ୍ତି। ଚେତନାର ଉଳ ପ୍ରଦୀପ ହେବେ। ସତ୍‌ସଙ୍ଗରୁ ମିଳିବ ଶାନ୍ତି ଓ ସୁଖ। ଶତ୍ରୁହନ୍ତା ହେବେ।

କନ୍ୟା : ଲେଖାଲେଖିରେ ଗୁଣଜ୍ଞାନର ପ୍ରତିଭା ପରିସ୍ଫୁଟ କରିପାରନ୍ତି। ଆଭା, ପ୍ରଭା, ପ୍ରତିଭାର ନିଦର୍ଶନ ହେବେ। ସର୍ବଦର୍ଶୀ ହେବେ। ପତ୍ନୀଙ୍କ ପରାମର୍ଶରେ ପରିଚାଳିତ ହେଲେ ଜୀବନର ଶୀର୍ଷାସନକୁ ଛୁଇଁବେ।

prayash

ତୁଳା : ମାଟିର ମଣିଷ ହୋଇ କୃଷି କର୍ମରେ ଅଧିକ ଉପାର୍ଜନ କରିବାର ପ୍ରୟାସୀ ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଅଶାକୁ ଜୀବନର ଆଧାର କରିପାରନ୍ତି।

ବିଛା : ଈଶ୍ବରୀୟ ଚେତନା ଆପଣଙ୍କୁ ଉଚ୍ଚାସନ ଦେଇପାରେ। ମନର ପ୍ରସନ୍ନତାରେ କାର୍ଯ୍ୟ ନିର୍ବାହରେ ବିଜୁଳି ବେଗରେ ଆଗୁସାର ହେବ। ଭାଷା, ସ୍ନେହ-ମମତାପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ।

ଧନୁ :  ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ଶୋଭନ ବ୍ୟକ୍ତିତ୍ବଯୁକ୍ତ ହୋଇପାରନ୍ତି। ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟା ପ୍ରେମୀ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବାର ସୂଚନା ମିଳୁଛି।

ମକର : ସଙ୍ଘର୍ଷମୟ ଜୀବନର କଷ୍ଟ ସହ୍ୟ କଲେ ଇଷ୍ଟ ପ୍ରାପ୍ତିର ନିଶୁଣି ମିିଳିଯିବ। ପ୍ରିୟଭାଷୀ ହୋଇପାରନ୍ତି। ବିବିଧ ଉପାୟରେ ଧନ ଅର୍ଜନ କରିପାରନ୍ତି। ପିତୃସତ୍ୟରେ ବନବାସ, ମାତ୍ର ପୁତ୍ର ସତ୍ୟରେ ଜରାନିବାସ ମିଳିପାରେ।

କୁମ୍ଭ : ଦିନଟି ଅଫୁରନ୍ତ ଆନନ୍ଦଦାୟକ ହେବ। ସୀମାହୀନର ସୀମା ଓ ଅସ୍ତିତ୍ବ ହୀନର ସ୍ଥିତି କଳନା କରାଯାଇ ପାରିବ ନାହିଁ। ଆହାର ସନ୍ତୁଳିତ ହୋଇପାରେ। ବିଦ୍ୟା ବିନୟେନ ଅମୃତବାଣୀ ଆପଣଙ୍କ ଧେୟ ହେବ।

ମୀନ : କର୍ମତତ୍ପର ରହିବେ। ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି। ଅର୍ଥାଗମ ହେବ। ସଞ୍ଚାୟାଭିମୁଖୀ ହୋଇପାରନ୍ତି। ନ୍ୟାୟ ଧର୍ମ ଧାରକ ହେବେ। ଦିବ୍ୟ ଚେତନା ପ୍ରାପ୍ତ ହୋଇ ପାରନ୍ତି। ସୁଖୀ ହେବେ।

kalyan agarbati

Comments are closed.