www.samajalive.in
Sunday, December 14, 2025
17.1 C
Bhubaneswar

ଶନିବାର ରାଶିଫଳ ( ୨୦/୦୮/୨୦୨୨)

ମେଷ : ସମସ୍ୟାର ସମ୍ମୁଖୀନ ହେବା ହିଁ ତା’ର ସମାଧାନ ହେଲା ଧନ ଲାଭ ହେବ; ମାତ୍ର ଅଧିକ ନ ହେଲେ ପତ୍ନୀଙ୍କର ବିରକ୍ତି ଭାବ ଆସିପାରେ। ମାନସିକ ସଂଘାତକୁ ଅନୁଭବ କରିପାରନ୍ତି। କୀର୍ତ୍ତିମାନ୍‌ ହେବେ।

ବୃଷ : ଆଜନ୍ମା ଜ୍ଞାନୀ ହୋଇପାରନ୍ତି। ଲୋଭାସକ୍ତ ସୁସ୍ବାଦୁ ଭୋଜନ ଅଗ୍ନିମାନ୍ଦ୍ୟର କାରଣ ହୋଇପାରେ। ଦାମ୍ପତ୍ୟ ଜୀବନରେ ଫୁଲର ଧନୁ ଧରି କମଳ ଦେଶର ରାଜକୁମାର ସାଜିପାରନ୍ତି। ଆୟ ଆଶାନୁରୂପ ହେବ।

ମିଥୁନ : କର୍ମ କୁଶଳତା ଆପଣଙ୍କୁ ଆଦର୍ଶବାଦୀ କରିପାରେ। ଏକାନ୍ତ ସାଧନା ସିଦ୍ଧିପ୍ରାପ୍ତିର ସୁଗମ ମାର୍ଗ। ଭକ୍ତି ଭାବରେ ଅନୁଗଣିତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ସ୍ବାସ୍ଥ୍ୟ ରକ୍ଷା ପାଇଁ ଯତ୍ନବାନ୍‌ ହେବେ।

କର୍କଟ : ଆପଣଙ୍କ ସୃଜନଶୀଳତା ଅନୁଗାମୀମାନଙ୍କୁ ଦିଗ୍‌ଦର୍ଶନ ଦେବ। ଜ୍ଞାନ ପିପାସୁ ହୋଇପାରନ୍ତି। ସତ୍‌କର୍ମ ଯୋଗୁଁ ଉଚ୍ଚ ସମ୍ମାନର ଅଧିକାରୀ ହେବେ। ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନ ପ୍ରାପ୍ତ ହେବେ।

ସିଂହ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ମନରେ ଲଗାମ୍‌ ଦେଇ ସମର୍ପିତ ଜୀବନଯାପନ କରିପାରନ୍ତି। ପରିବାର ସହିତ ଶ୍ରଦ୍ଧା ଓ ବିଶ୍ବାସ ରଜ୍ଜୁରେ ଅନୁବନ୍ଧିତ ହୋଇପାରନ୍ତି।

କନ୍ୟା : ଭକ୍ତିରୂପକ ଅମୂଲ୍ୟ ରତ୍ନକୁ ପାଥେୟ କରିପାରନ୍ତି। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। କ୍ଷମତାର ସଦ୍‌ ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି।

ତୁଳା : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କୂଟ, କପଟର ଶିକାର ହେବାର ସୂଚନା ମିଳୁଛି। ଦୃଢ଼ ଆତ୍ମବଳରେ ବଳୀୟାନ ହେବେ। ବନ୍ଧୁ ସହାୟତା ପାଇ ବିପଦର ସାମନା କରିପାରନ୍ତି। ସାହସୀ ହେବେ।

ବିଛା : ଅନୁଭୂତିରୁ ଉତ୍ପନ୍ନ ଜ୍ଞାନବଳରେ ଶୂନ୍ୟତା ମଧ୍ୟରୁ ପୂର୍ଣ୍ଣତାକୁ ଆବିଷ୍କାର କରିପାରନ୍ତି। ଆଜିର ଦିନଟି ମଙ୍ଗଳମୟ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ବ୍ୟବସାୟ ଲାଭଜନକ ହେବ। ଚେଷ୍ଟା ଫଳବତୀ ହେବ।

ଧନୁ : ବ୍ୟବହାର ଭଦ୍ରୋଚିତ୍ତ ହେବ। କର୍ମ କୁଶଳତା ଆପଣଙ୍କୁ ମହାନ୍‌ ପଦାଧିକାରୀ କରିପାାରେ। ଦେଖା ଦେଇଥିବା ଶତ୍ରୁଭାବ ଆପଣାଛାଏଁ ଧୂମିଳ ହୋଇପାରେ। ଋଣ ପରିଶୋଧରେ ତତ୍ପର ହୋଇପାରନ୍ତି।

ମକର : ଆତ୍ମ ମୂଲ୍ୟାୟନ ଦ୍ବାରା ବ୍ୟକ୍ତିତ୍ବର ବିକାଶ ଘଟାଇ ପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ପତିପ୍ରାଣା ପତ୍ନୀର ପରାମର୍ଶ ସୁଖଦାୟକ ହେବ। ଅନେକ କ୍ଷେତ୍ରରେ ବାସ୍ତବତା ସହିତ ଯୋଡ଼ି ହୋଇପାରନ୍ତି।

କୁମ୍ଭ : ବିଲୁପ୍ତ ଭାଷା ସାହିତ୍ୟକୁ ଉଦ୍ଧାର କରି ଚଳନ୍ତା ବିଶ୍ବକୋଷଭାବେ ନିଜକୁ ପ୍ରତିପାଦିତ କରିପାରନ୍ତି। ଶ୍ରମ କଠିନ ହେଲେ ବି, ତା’ର ମୂଲ୍ୟାଙ୍କନ ହେବ। ସେବା ଭାବନାର ଅଗ୍ରଗଣ୍ୟ ସାରଥି ହୋଇପାରନ୍ତି।

ମୀନ : ଜୀବନର ରକ୍ଷା କବଚ; ଆଧ୍ୟାତ୍ମବାଦୀ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ବିଜୟର ଦ୍ବାର ଆପଣଙ୍କ ପାଇଁ ଉନ୍ମୁକ୍ତ ରହିଛି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories