www.samajalive.in
Saturday, December 13, 2025
21.1 C
Bhubaneswar

ଭାରତ-ଚୀନ୍ ସମ୍ପର୍କ କଠିନ ସମୟ ଦେଇ ଗତି କରୁଛି : ଜୟଶଙ୍କର

ବ୍ୟାଙ୍କକ୍‌ : ଭାରତ ଓ ଚୀନ୍‌ ସମ୍ପର୍କ ବର୍ତ୍ତମାନ କଠିନ ସମୟ ଦେଇ ଗତି କରୁଛି ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର । ଥାଇଲାଣ୍ଡର ଚୌଲାଲଙ୍ଗକର୍ନ ବିଶ୍ବବିଦ୍ୟାଳୟରେ ଭାଷଣ ଦେବା ଅବସରରେ ଜୟଶଙ୍କର କହିଥିଲେ ସୀମାରେ ଚୀନ୍‌ ଗତ ଦୁଇବର୍ଷ ହେବ ଯେଉଁ କାର୍ଯ୍ୟକଳାପ ଜାରି ରଖିଛି ତାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ସମ୍ପର୍କ କଠିନ ସମୟ ଦେଇ ଗତି କରୁଥିବା କୁହାଯାଇ ପାରିବ। ଭାରତ ଓ ଚୀନ୍‌ ମଧ୍ୟରେ ଭଲ ସଂପର୍କ ରହିଥିଲେ ବିଶ୍ବ ଦରବାରରେ ଏସିଆର ଆଧିପତ୍ୟ ବଢ଼ିବ ବୋଲି ଚୀନ୍‌ର ନେତାମାନେ କହୁଥିବା ବେଳେ ବାସ୍ତବିକ କ୍ଷେତ୍ରରେ ଦୁଇ ଦେଶର ସମ୍ପର୍କରେ ଉନ୍ନତି ଆଣିବାକୁ ସେମାନେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଜୟଶଙ୍କର ମତ ଦେଇଛନ୍ତି।
ରୁଷିଆ ଠାରୁ ତେଲ କିଣିବା ଏବଂ ମିଆଁମାର ଶାସକଙ୍କୁ ସମର୍ଥନ ଦେବା ପରିପ୍ରେକ୍ଷୀରେ ବିଶ୍ବର କେତେକ ଦେଶ ଭାରତକୁ ସମାଲୋଚନା କରୁଥିବା ବେଳେ ଭାରତର ଏହି ନିଷ୍ପତ୍ତିକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି ଜୟଶଙ୍କର। ଭାରତ ଓ ଚୀନ୍‌ ନିଜର ସ୍ବାର୍ଥକୁ ସୁରକ୍ଷିତ ରଖି ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବଜାୟ ରଖିପାରିଲେ ଉଭୟ ଦେଶର ବ୍ୟାପକ ଉନ୍ନତି ସାଧିତ ହେବ ବୋଲି ସେ କହିଥିଲେ। ସୀମାରେ ଶାନ୍ତି ବଜାୟ ରଖିଲେ ଭାରତ ଓ ଚୀନ୍‌ ସମ୍ପର୍କରେ ଉନ୍ନତି ଆସିବ ବୋଲି ଜୟଶଙ୍କର ସ୍ପଷ୍ଟ କରି ଦେଇଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories