ଗୁରୁବାର ରାଶିଫଳ (୧୫.୦୬.୨୦୨୧)

ମେଷ : ରୋଜଗାର ଆଶାନୁରୂପ ହେବ। ସରକାରୀ ସୂତ୍ରରୁ କିମ୍ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହୋଇପାରନ୍ତି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

ବୃଷ : ବିବାଦୀୟ ବିତର୍କରେ ଭାଗ ନ ନେଇ ନିିରବ ଦର୍ଶକ ସାଜିପାରନ୍ତି। ନାନା ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ସାଧନା ପାଇଁ ନିିରୋଳା ସ୍ଥାନକୁ ବାଛିନେଇ ପାରନ୍ତି। ସ୍ନେହପୂର୍ଣ୍ଣ ଭାଷାରେ ପରକୁ ଆପଣାର କରିବେ।

ମିଥୁନ : ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଗୁଣଜ୍ଞ ହେବେ।

କର୍କଟ : କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିିିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ସରକାରୀ ଅର୍ଥ ମିଳିପାରେ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ।

ସିଂହ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ପ୍ରାପ୍ତ ହେବାର ସୂଚନା ମିଳୁଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଧନବାନ୍‌ ହେବେ। ମହିଳାମାନଙ୍କ ପ୍ରିୟପାତ୍ର ହେବେ।

କନ୍ୟା : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତିର ଅବନତି ଘଟିପାରେ। ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିପାରନ୍ତି। ଜଳଯାତ୍ରା ନ କରିବା ଭଲ। ରାତି ୯ଟା ୮ ମିନିଟ୍‌ ପର୍ଯ୍ୟନ୍ତ ସତର୍କରେ ଚଳିବେ।

ତୁଳା : ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମକ୍ଷେତ୍ରରୁ କଠିନ ପରିଶ୍ରମ କରି ଉଳମୟ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସୁଷମ ଖାଦ୍ୟରେ ଆପ୍ୟାୟିତ ହେବେ।

ବିଛା : ଶତ୍ରୁପକ୍ଷଙ୍କୁ କଥାରେ, କାର୍ଯ୍ୟରେ ଓ ବୀରତ୍ବ ପ୍ରଦର୍ଶନରେ ପରାଜିତ କରିବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଭ୍ରାତୃବର୍ଗ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବେ।

ଧନୁ : ନାନା ଶାସ୍ତ୍ର ଅଧ୍ୟୟନ କରି ତା’ର ନିର୍ଯାସକୁ କର୍ମକ୍ଷେତ୍ରରେ ବିନିଯୋଗ କରିପାରନ୍ତି। ଏକ ନିର୍ଦିଷ୍ଟ ସଂସ୍ଥାରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପତ୍ନୀଙ୍କ ସହାୟତା ଅଧିକାଂଶ କ୍ଷେତ୍ରରେ ଫଳପ୍ରଦ ହେବ।

ମକର : ପରିଶ୍ରମ ଅତ୍ୟନ୍ତ କଠିନ ହୋଇପାରେ; ମାତ୍ର ତା’ର ମୂଲ୍ୟ ମିଳିବ। ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିବାର ସମ୍ଭାବନା ଅଛି। ଅନୁଜମାନଙ୍କ ଆନୁଗତ୍ୟ ଆପଣଙ୍କ ପାଇଁ ପ୍ରେରଣାଦାୟୀ ହେବ।

କୁମ୍ଭ : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଦେବ ଦର୍ଶନର ସୁଯୋଗ ସୃଷ୍ଟି ହୋଇଛି। ଉପୁଜିଥିବା ଅଶାନ୍ତିର ଅବସାନ ଘଟିବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି।

ମୀନ : ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିଜ୍ଞ ହେବେ। ବିବିଧ ଧନଯୁକ୍ତ ହେବାର ସୂଚନା ମିଳୁଛି। ଚଞ୍ଚଳମନା ହୋଇପାରନ୍ତି। ଅତି ସୁଖୀ ଓ କୀର୍ତ୍ତିମାନ୍‌ ହେବେ। ସହିଷ୍ଣୁ, ରୂପବାନ୍‌ ହେବେ।

Comments are closed.