www.samajalive.in
Saturday, December 13, 2025
23.1 C
Bhubaneswar

ମଙ୍ଗଳବାର ରାଶିଫଳ (୧୫/୦୨/୨୦୨୨)

ମେଷ : ସୌଖୀନ୍‌ ଦ୍ରବ୍ୟ କିଣିବାରେ ଆଗ୍ରହୀ ହେବେ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ନୂତନ ଦାୟିତ୍ବ ବହନ କରିବାର ସମ୍ଭାବନା ଅଛି। ପଢ଼ାପଢ଼ିରେ ଅଗ୍ରଗତି କରିବେ।

ବୃଷ : ଶତ୍ରୁ ଆପଣାଛାଏଁ ଅପସରି ଯିବ। ସୁସ୍ଥ ରହିବେ। ବ୍ୟବସାୟ ଲାଭଜନକ ହେବ। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଆୟ ଆଶାନୁରୂପ ହେବ। ଚାକିରି କ୍ଷେତ୍ରରେ ସୁନାମ ମିଳିବ।

ମିଥୁନ : ସମ୍ମାନିତ ହେବେ। ବ୍ୟବସାୟ ଲାଭରେ ଚାଲିବ। ଚାକିରି କ୍ଷେତ୍ରରେ ପ୍ରଶଂସା ମିଳିବ। ଦୂରଦ୍ରଷ୍ଟା ହୋଇପାରନ୍ତି। ସ୍ଥିତପ୍ରଜ୍ଞ ହୋଇପାରନ୍ତି। ଲେଖାପଢ଼ାରେ କୃତିତ୍ବ ଅର୍ଜନ କରିବେ।

କର୍କଟ : ରୋଜଗାର ଆଶାନୁରୂପ ହେବ। ବ୍ୟବସାୟ ଲାଭଜନକ ହେବ। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ପଢ଼ାପଢ଼ିରେ ଅଗ୍ରଗତି ଘଟିବ।

ସିଂହ : ଜମିଜମା ବାବଦରେ ଶତ୍ରୁଙ୍କ ସହିତ ମୁହାଁମୁହିଁ ହୋଇପାରନ୍ତି। ବହୁ ବ୍ୟୟର ସମ୍ମୁଖୀନ ହେବେ। ଉତ୍ତମ ଭାଷା ଓ ବ୍ୟବହାର ଯୋଗୁଁ ବିଭିନ୍ନ ସ୍ତରରୁ ସହାୟତା ମିଳିବ। କର୍ମଚଞ୍ଚଳ ରହିବେ।

କନ୍ୟା : ଦୁଷ୍ଟ ଲୋକମାନେ ଆପଣଙ୍କ ବଶତା ସ୍ବୀକାର କରିବେ। କର୍ମଚଞ୍ଚଳ ରହିବେ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତି କାର୍ଯ୍ୟରେ ସଫଳତା ମିଳିବ। ପଢ଼ାରେ କୃତକାର୍ଯ୍ୟ ହେବେ।

 ତୁଳା : ଆର୍ଥିକ ସ୍ଥିତରେ ଉନ୍ନତି ଘଟିବ। ସରକାରୀ ଅର୍ଥ ମିଳିପାରେ। ସମ୍ମାନିତ ହେବେ। ଚାକିରି କ୍ଷେତ୍ରରେ ପଦ-ମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟ ଲାଭରେ ଚାଲିବ। ମନପ୍ରସନ୍ନ ରହିବ। ପଢ଼ାରେ ଫଳ ଶୁଭ ମିଳିବ।

ବିଛା : କର୍ତ୍ତବ୍ୟ ପରାୟଣ ହେବେ। ଭାଗ୍ୟୋନ୍ନତି ଘଟିପାରେ। ଅତ୍ୟଧିକ ପରିଶ୍ରମର ସମ୍ମୁଖୀନ ହେଲେ ବି ତା’ର ମୂଲ୍ୟ ମିଳିବ। ବିଭିନ୍ନ ସ୍ତରରୁ ଆସୁଥିବା ଚାପକୁ ନିଜ ଗୁଣରେ ସମ୍ଭାଳି ନେଇପାରନ୍ତି।

ଧନୁ : ଆଳସ୍ୟ ଅନୁଭବ କରିପାରନ୍ତି। କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହେବାର ସମ୍ଭାବନା ଅଛି। ବ୍ୟବସାୟରେ ଲାଭ, କ୍ଷତି ସମାନ୍ତରାଳ ଗତିକରିବ। ଉଦ୍‌ଯୋଗୀ ହେବେ। ସତ୍ୟନିଷ୍ଠ ହେବେ। ପଢ଼ାପଢ଼ି ଶୁଭଦାୟକ ହେବ।

ମକର : ବାଣିଜ୍ୟ କାରବାରରେ ଉନ୍ନତି ଘଟିବ। ପରୋପକାରୀ ହେବେ। ସତ୍‌ସଙ୍ଗରେ ମନ ବଳାଇ ପାରନ୍ତି। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ଚାକିରିରେ ସ୍ଥିତି ସୁଦୃଢ଼ ହେବ। ସୁସ୍ଥ ରହିବେ।

କୁମ୍ଭ : ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଶତ୍ରୁତାର ଅବସାନ ଘଟାଇ ପରମ ଶାନ୍ତି ଲାଭ କରିବେ। ଭାବ ଆଦାନ-ପ୍ରଦାନରେ ବିନୟଭାବ ପ୍ରଦର୍ଶନ କରିବେ। ନୀତିନିଷ୍ଠ ହେବେ। ଭ୍ରାତୃଭାବ ଅତୁଟ ରହିବ।

ମୀନ : ରୋଜଗାର କ୍ଷମ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ଅଧ୍ୟୟନରତ ହେବେ। ସନ୍ତାନ, ସନ୍ତତି ଲାଭର ସୂଚନା ମିଳୁଛି। ସଂଗ୍ରାମୀ ହେବେ। ଯାତ୍ରା ଶୁଭପ୍ରଦ ହେବ। ସମ୍ମାନିତ ହେବେ। ପଢ଼ାରେ ପାରଙ୍ଗମ ହେବେ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories