www.samajalive.in
Saturday, December 13, 2025
23.1 C
Bhubaneswar

ମୋହନା : ଶେଷ ଦିନରେ ତିନି ଦଳର ଦମଦାର ପ୍ରଚାର

ମୋହନା : ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ମୋହନା ବ୍ଳକରେ ରହିଛି ୩ଟି ଜିଲ୍ଲା ପରିଷଦ ଆସନ । ୨୦୧୭ ନିର୍ବାଚନରେ ୮ ନମ୍ବର ଅଡବା ଜୋନରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ୯ ନମ୍ବର ମୋହନା ଜୋନରେ ବିଜେପି  ଓ ୧୦ ନମ୍ବର ଜୋନରୁ ବିଜେଡି ବିଜୟ ଲାଭ କରିଥିଲା। ବୁଧବାର ଦିନ ମୋହନା ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେବ । ୩ଟି ଦଳର ପ୍ରାର୍ଥୀ, ନେତା ଓ କର୍ମୀ ଗଡ ରକ୍ଷାକୁ ନେଇ ଜୋରସୋରରେ ପ୍ରସ୍ତୁତି ଚଲାଇଛନ୍ତି ।
ସୋମବାର ପ୍ରଚାରର ଶେଷ ଦିନ ହୋଇଥିବାରୁ ୩ଟି ଦଳର ପ୍ରଚାର ମୋହନା ବଜାରକୁ ଡିଜେ ଓ ନାରାବାଜିରେ ପ୍ରକମ୍ପିତ କରିଦେଇଥିଲା। ଏହି ୩ଟି ଯାକ ଜୋନର ଜିଲ୍ଲା ପରିଷଦ ଆସନ ହାତେଇବା ପାଇଁ ବିଜେଡି ଆପ୍ରାଣ ଉଦ୍ୟମ କରିଥିବାବେଳେ ରାଜ୍ୟସ୍ତରୀୟ ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଦାସ), ମିଡିଆ ସେଲ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ତୁମ୍ବନାଥ ପଣ୍ଡା, ମାରୁତି ପାଳ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ ବିଜେପିର ରାଷ୍ଟ୍ରିୟ ସମ୍ପାଦିକା ଡି.ପୁରେନ୍ଦଶ୍ୱରୀ , ଭୁଗୁ ବକ୍ସିପାତ୍ର ଆସି ୩ଟି ଜୋନରେ ନିଜର ପ୍ରଚାର କରି ଯାଇଛନ୍ତି । ଶେଷ ଦିନରେ ୩ଟି ଦଳ ବାଇକ, କାର ଓ ପଦଯାତ୍ରାରେ କଲେଜ ଛକରୁ ଡିଜେ ବଜାଇ ନାରାବାଜି କରି ମୋହନା ବଜାର, ସାହି ପରିକ୍ରମା କରି ଯେ ଯାହାର ଭୋଟ ଭିକ୍ଷା କରିଥିଲେ। ବରିଷ୍ଠ ଓ କୁଜି ନେତାମାନେ ବିଭିନ୍ନ ସ୍ଥାନରେ ଡେରା ପକାଇ ଜଗି ରହିଛନ୍ତି। ସେହିଭଳି ମୋହନା ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ ପ୍ରାର୍ଥୀମାନେ ଘରକୁ ଘର ଯାଇ ଲୋକଙ୍କୁ ମିଶି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ନିର୍ବାଚନ ଫଳ ବାହାରିଲେ ଜଣାପଡିବ କାହାର ପଲା କେତେ ଭାରୀ ।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories