ଶନିବାର ରାଶିଫଳ (୧୧/୦୩/୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated Mar 11, 2023 Share ମେଷ : ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। ଉତ୍ସର୍ଗୀକୃତ ସେବାରେ ନିମଗ୍ନ ହୋଇପାରନ୍ତି। ଶିକ୍ଷାଦାନ ଉପରେ ଗୁରୁୁତ୍ବ ଦେଇପାରନ୍ତି। ଦାମ୍ପତ୍ୟ ଜୀବନ ମଧୁମୟ ହେବ। ବୃଷ : ଶତ୍ରୁତାର ଅବସାନ ଘଟାଇ ମିତ୍ରତା ସ୍ଥାପନ ପୂର୍ବକ ମାନସିକ ଶାନ୍ତି ଫେରିପାଇବେ। ସ୍ବାତ୍ତ୍ବିକ ଭୋଜନରେ ତୃପ୍ତି ମିଳିବ। ଋଣ ଶୁଝିବା ପରିବର୍ତ୍ତେ ଅଧିକ ଋଣ ଗ୍ରହଣ କରିବେ। ଉତ୍ତମ ଭୋଜନ ପ୍ରାପ୍ତ ହେବେ। ମିଥୁନ : ସ୍ବଳ୍ପଲାଭରେ ଅଧିକ ବାଣିଜ୍ୟ କାରବାର କରି ଧନ ଅର୍ଜନରେ ପାରଙ୍ଗମ ହେବେ। ସତ୍ୟପ୍ରାଜ୍ଞ ହୋଇପାରନ୍ତି। କର୍ତ୍ତବ୍ୟ ନିର୍ବାହ କରି ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ଆର୍ଥିକ ପୁରସ୍କାର ପାଇପାରନ୍ତି। କର୍କଟ : ଧର୍ମ ରୂପକ ଧନକୁ ମନପେଡ଼ିରେ ସଞ୍ଚୟ କରି ଅସହାୟଙ୍କୁ ସହାୟତା ଦେଇପାରନ୍ତି। କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରି ପଡ଼ୋଶୀ କୃଷକଙ୍କୁ ପ୍ରଶିକ୍ଷଣ ଦେଇପାରନ୍ତି। ଉଦାର ଓ ସହନଶୀଳ ହେବେ। ସିଂହ : ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ସମ୍ମାନବୋଧ ଭାଷା ପ୍ରୟୋଗ ଆପଣଙ୍କ ଧେୟ ହେବ। ଶ୍ରଦ୍ଧା ଓ ବିଶ୍ବାସ ରଜ୍ଜୁରେ ଅନୁବନ୍ଧିତ ହୋଇପାରନ୍ତି। ମଣିଷ ଗଢ଼ା କାରଖାନାର ବିନ୍ଧାଣି ହୋଇପାରନ୍ତି। ଶାଳୀନତା ଯୋଗୁଁ ମହାନ୍ ହେବେ। କନ୍ୟା : ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ଭକ୍ତି, ରସ, ପ୍ରେମର ଅଧିକାରୀ ହେବେ। ବିବିଧ ଉପାୟରେ ଧନ ଅର୍ଜନ କରି ବାଲ୍ୟଲୀଳାରେ ବ୍ୟୟ କରିପାରନ୍ତି। ସତ୍ୟଧର୍ମ ପରାୟଣ ହେବେ। Related Posts ସମ୍ୱଲପୁର ବିଶ୍ଵବିଦ୍ୟାଳୟରେ ପଦବୀକୁ ହ୍ରାସ… Jan 10, 2025 ରାଜରାଣୀ ଉତ୍ସବରେ କଣ୍ଠଶିଳ୍ପୀ ସଂଗୀତା ପଣ୍ଡା… Jan 10, 2025 ତୁଳା : ପ୍ରତିଷ୍ଠିତ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ପରିବାର ସଦସ୍ୟ ଓ ଶୁଭେଚ୍ଛୁଙ୍କୁ ଆପ୍ୟାୟିତ କରିପାରନ୍ତି। ପରୋପକାରରେ ବ୍ରତୀ ହୋଇ କୃପାନିଧାନଙ୍କ କୃପାପାତ୍ର ହେବେ। ବିଛା : ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିପାରନ୍ତି। ସତ୍ୟଧର୍ମ ପରାୟଣ ହେବେ। ବ୍ୟାବସାୟିକ ସୁପରିଚାଳନାରେ ଲକ୍ଷ୍ମୀ ବରଦାୟିକା ହେବେ। ଆତ୍ମସଂଯମୀ ହୋଇ ଇନ୍ଦ୍ରିୟଗୁଡ଼ିକୁ ଆୟତ୍ତ କରିପାରନ୍ତି। ଧନୁ : ଈଶ୍ବର ବିଶ୍ବାସରୁ ଶାଶ୍ବତ ଶାନ୍ତିର ସନ୍ଧାନ ପାଇବେ। ଈପ୍ସିତ ପଦାର୍ଥ ମିଳିପାରେ। ପାପ, ତାପ ପରିହାରକ ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନ ଅର୍ଜନରେ ପାରଙ୍ଗମ ହେବେ। ମକର : ମନରେ, ଧ୍ୟାନରେ ଦୀପ ପ୍ରଜ୍ବଳନ କରି ଚଲାପଥକୁ ଆଲୋକିତ କରିପାରନ୍ତି। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ଚେତନାର ଉଳ ପ୍ରଦୀପ ହୋଇପାରନ୍ତି। କୁମ୍ଭ : ସମ୍ବେଦନା ସହିତ ଯୋଡ଼ି ହୋଇ ସେବାର ସାର୍ଥକତା ଉପଲବ୍ଧି କରିବେ। ସଂସ୍କୃତି ସହ ଯୋଡ଼ି ହେଲେ ରାଷ୍ଟ୍ର ଉତ୍ଥାନ ସମ୍ଭବ ହେବ। ଧର୍ମକୁ ଜୀବନର ଆଧାର କରିପାରନ୍ତି। ନିଜ ପ୍ରତିଭାକୁ ବିକଶିତ କରିବେ। ମୀନ : ବିପଦକୁ ଡରିଲେ ସେ ଡରାଇବ; ମାତ୍ର ତା’ର ମୁକାବିଲା କଲେ ସେ ଲୁଚିଯିବ। ଆତ୍ମ ମୂଲ୍ୟାଙ୍କନ ଦ୍ବାରା ବ୍ୟକ୍ତିତ୍ବର ବିକାଶ ଘଟାଇପାରନ୍ତି। ସାମାନ୍ୟ ଅସୁସ୍ଥତାକୁ ଭ୍ରୂକ୍ଷେପ ନ କରି ଅନ୍ୟକୁ ସହାୟତା କରିବେ। Share FacebookTwitterWhatsApp
Comments are closed.