www.samajalive.in
Sunday, December 14, 2025
17.1 C
Bhubaneswar

ସୋମବାର ରାଶିଫଳ (୧୦.୦୭.୨୦୨୩)

ମେଷ : ରାଜଯୋଗ ଅଛି। ଉଚ୍ଚାସନରେ ଆସୀନ ହୋଇପାରନ୍ତି। ଶାଶ୍ବତ ଶାନ୍ତିର ସନ୍ଧାନ ପାଇବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ଏକାନ୍ତ ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ସାହସୀ ଓ ଜ୍ଞାନୀ ହେବେ।

ବୃଷ : ସଂକଳ୍ପବାନ୍‌ ବ୍ୟକ୍ତିତ୍ବସମ୍ପନ୍ନ ହେବେ। କର୍ମଚଞ୍ଚଳ ରହିବେ। ଜନସାଧାରଣଙ୍କ ପ୍ରିୟପାତ୍ର ହେବେ। ଆୟୁଷ୍ମାନ୍‌ ହେବେ। ଆତ୍ମଶକ୍ତି ଉପରେ ବିଶ୍ବାସ ରହିବ। ସମ୍ମାନିତ ହେବା ସହ ଆର୍ଥିକ ସ୍ଥିତି ଦୃଢ଼ ହେବ।

ମିଥୁନ : ଆତ୍ମବିଶ୍ବାସ ଓ ଅବିରତ ଅଧ୍ୟବସାୟ ଆପଣଙ୍କୁ ମହାନ୍‌ କରି ଗଢ଼ି ତୋଳିବ। ଜ୍ଞାନର ପ୍ରଦୀପ ଜଳାଇ ଚଲାପଥକୁ ଆଲୋକିତ କରିପାରନ୍ତି। କର୍ମତତ୍ପର ହେବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି।

କର୍କଟ : ଭକ୍ତି ରୂପକ ଅମୂଲ୍ୟ ରତ୍ନକୁ ପାଥେୟ କରି ଅନୁଗାମୀମାନଙ୍କ ପଥପ୍ରଦର୍ଶକ ହୁଅନ୍ତୁ। ସ୍ବକର୍ମ ବଳରେ ନିଜର ଭାଗ୍ୟନିୟନ୍ତା ନିଜେ ହେବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍‌ ଓ ସାହସୀ ହେବେ।

ସିଂହ : ଧୈର୍ଯ୍ୟ ଓ ସାହସର ସହିତ ଆଶୁ ବିପଦର ସମ୍ମୁଖୀନ ହୋଇପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଦାୟକ ହେବ। ମାୟାର ଚାରି ସେନାପତି କାମ, କ୍ରୋଧ, ଲୋଭ ଓ ମୋହକୁ ପରିତ୍ୟାଗ କରିବେ।

କନ୍ୟା : ପବିତ୍ର ଚିନ୍ତାଧାରା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ବିଭୁଦତ୍ତ ପ୍ରତିଭାସମ୍ପନ୍ନ ହେବେ। ବ୍ୟବହାରରେ ଶାଳୀନତା ଆପଣଙ୍କୁ ମହାନ୍‌ କରି ଗଢ଼ିତୋଳିବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

ତୁଳା : ଭ୍ରାତୃପ୍ରେମରେ ନିଜକୁ ହଜାଇ ଦେଇପାରନ୍ତି। ଆୟୁଷ୍ମାନ୍‌ ହେବେ। କ୍ରୋଧର ସ୍ଫୁଲିଙ୍ଗରେ ଶତ୍ରୁ ବିନାଶ କରିପାରନ୍ତି। ଜ୍ଞାନର ଅବତରଣ କରି ଶାନ୍ତି ଲାଭ କରିବେ। ଲୋକଙ୍କ ସେବା ଆପଣଙ୍କୁ ମହାନ୍‌ କରିବ।

ବିଛା : ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଦୈବୀ ଶକ୍ତିସମ୍ପନ୍ନ କନ୍ୟା ରତ୍ନ ପାଇଁ ଗର୍ବିତ ହେବେ। ବାଣିଜ୍ୟ କାରବାର ଉଚ୍ଚକୋଟିର ହେବ। ଧାର୍ମିକ ଓ ତେଜସ୍ବୀ ହେବେ। ସତ୍‌ ପରାୟଣ ହୋଇପାରନ୍ତି।

ଧନୁ : ଉଦାର ଚେତା, ଉଦାର ଚରିତ ଓ ଉଦାର ସ୍ବଭାବସମ୍ପନ୍ନ ହେବେ। ସନ୍ମାର୍ଗୀ ହୋଇ ନିଜର ଉତ୍ତର ଦାୟିତ୍ବ ନିର୍ବାହ କରିବେ। ସଜ୍ଜନତା ଓ ବିବେକଶୀଳତା ଆପଣଙ୍କୁ ମହାନ୍‌ କରିବ। ଦାନଧର୍ମ କରିପାରନ୍ତି।

ମକର : ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହେବେ । ମନ ପ୍ରସନ୍ନ ରହିବ। କର୍ମଫଳରୁ ବର୍ତ୍ତିବେ ନାହିଁ। ଈଶ୍ବରଙ୍କ ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ମାତୃସେବା ବ୍ରତ ଆଚରଣ କରିବେ। ସର୍ବତ୍ର ବିଜୟୀ ହେବେ।

କୁମ୍ଭ : ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ଦମ୍ଭ, ଗର୍ବ, ଅଭିମାନ, କ୍ରୋଧ, କଠୋରତା ଓ ଜ୍ଞାନହୀନତା ଭଳି ଆସୁରୀ ସମ୍ପଦଠାରୁ ଦୂରେଇ ରହିଥିବାରୁ ଆପଣ ମହାନ୍‌ ହେବେ। ମଧୁରଭାଷୀ ହେବେ।

ମୀନ : ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସପରିବାରେ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ମୋକଦ୍ଦମାରେ ବିଜୟୀ ହୋଇ ଧନଲାଭ କରିପାରନ୍ତି। ସତ୍ୟଂ ବଦ, ଧର୍ମଂ ଚର ନୀତିକୁ ଆପଣେଇ ନେଇପାରନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories