www.samajalive.in
Sunday, December 14, 2025
23.1 C
Bhubaneswar

ଅଷ୍ଟ୍ରେଲିଆକୁ ୩ ୱିକେଟରେ ହରାଇଲା ଇଂଲଣ୍ଡ

ହେଡିଂଲି : ଚଳିତ ଆସେସ୍‌ ଶୃଙ୍ଖଳାକୁ ଜୀବନ୍ତ ରଖିପାରିଛି ଘରୋଇ ଇଂଲଣ୍ଡ ଦଳ। ରବିବାର ୪ର୍ଥ ଦିନରେ ସମାପ୍ତ ହୋଇଥିବା ୩ୟ ଟେଷ୍ଟମ୍ୟାଚ୍‌ରେ ଇଂଲଣ୍ଡ ମାତ୍ର ୩ ୱିକେଟରେ ଚମକପ୍ରଦ ବିଜୟ ହାସଲ କରିଛି। ୨ୟ ଇନିଂସରେ ୨୫୧ ରନ୍‌ର ପିଛା କରିଥିବା ଇଂଲଣ୍ଡ ଦଳ ପାଇଁ ଅଧିକାଂଶ ବ୍ୟାଟ୍‌ସମ୍ୟାନ୍ ଉପଯୋଗୀ ଯୋଗଦାନ କରିଥିଲେ। ହେଲେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଯୁବ ବ୍ୟାଟ୍‌ସମ୍ୟାନ୍ ହ୍ୟାରୀ ବ୍ରୁକ୍‌। ୬ଷ୍ଠ ୱିକେଟ ପଡ଼ିବା ବେଳକୁ ବିଜୟ ପାଇଁ ଇଂଲଣ୍ଡ ଆଉ ୮୦ ରନ୍‌ ଆବଶ୍ୟକ କରୁଥିଲା। ବ୍ରୁକ୍‌ଙ୍କ ସହ କ୍ରିସ୍‌ ୱକ୍‌ସ ୭ମ ୱିକେଟ ପାଇଁ ୫୯ ରନ୍‌ ଯୋଡ଼ି ଦଳକୁ ବିଜୟର ନିକଟତର କରିଥିଲେ। ବ୍ରୁକ୍‌ ଆଉଟ୍‌ ହେବା ପରେ ମାର୍କ ଉଡ୍‌ ଆସି ମାତ୍ର ୮ ବଲ୍‌ରୁ ଅପରାଜିତ ୧୬ ରନ୍‌କରି ଦଳକୁ ବିଜୟୀ କରାଇଥିଲେ। ୭ ୱିକେଟ ହରାଇ ଇଂଲଣ୍ଡ ଜିତିଥିଲା। ମିଚେଲ ଷ୍ଟାର୍କ ଚମତ୍କାର ବୋଲିଂକରି ୫ଟି ୱିକେଟ ନେଇଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରିନଥିଲେ। ପ୍ରଥମ ୨ଟି ଟେଷ୍ଟମ୍ୟାଚ୍‌ ହାରିଥିବା ଇଂଲଣ୍ଡ ୩ୟ ଟେଷ୍ଟମ୍ୟାଚ୍‌ ଜିତି ଶୃଙ୍ଖଳାକୁ ଜୀବନ୍ତ ରଖିପାରିଛି। ୫ ମ୍ୟାଚ୍‌ର ଶୃଙ୍ଖଳାରେ ଅଷ୍ଟ୍ରେଲିଅା ୨-୧ରେ ଆଗୁଆ ରହିଛି। ଚଳିତମାସ ୧୯ରୁ ଉଭୟ ଦଳଙ୍କ ମଧ୍ୟରେ ୪ର୍ଥ ଟେଷ୍ଟମ୍ୟାଚ୍‌ ଆରମ୍ଭ ହେବ।
ମ୍ୟାଚ୍‌ ଜିତିବା ପାଇଁ ଘରୋଇ ଇଂଲଣ୍ଡ ୨ୟ ଇନିଂସରେ ୨୫୧ ରନ୍‌ର ପିଛା କରିଥିଲା। ୩ୟ ଦିନ ଶେଷରେ ଇଂଲଣ୍ଡ ବିନା ୱିକେଟରେ ୨୭ ରନ୍‌ କରିଥିଲା। ସମସ୍ତ ୱିକେଟ ବାକିଥାଇ ୪ର୍ଥ ଦିନ ଇଂଲଣ୍ଡ ଆଉ ୨୨୪ ରନ୍‌ ଆବଶ୍ୟକ କରୁଥିଲା। ତେବେ ୪ର୍ଥ ଦିନର ୫ ଓଭରରେ ଅଷ୍ଟ୍ରେଲିଆ ୱିକେଟ ନେଇ ପାରିଥିଲା। ୯ ଓଭରରେ ୪୨ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ବେନ୍ ଡକେଟ୍‌ ଆଉଟ୍‌ ହୋଇଥିଲେ। ବାମହାତି ଡକେଟ୍‌ ୩ଟି ଚୌକା ସହ ୨୩ ରନ୍‌ କରିଥିଲେ। ବ୍ୟାଟିଂକ୍ରମରେ ପଦୋନ୍ନତି ପାଇଥିବା ମୋଇନ୍ ଅଲୀ ୫ ରନ୍‌କରି ବିଦାୟ ନେଇଥିଲେ। ମିଚେଲ ମାର୍ଶ ଆସି ତାଙ୍କ ପ୍ରଥମ ଓଭରରେ ଏକ ଚମତ୍କାର ଆଉଟ୍‌ ସ୍ବିଙ୍ଗରରେ ଜ୍ୟାକ୍‌ କ୍ରଲିଙ୍କୁ ଆଉଟ୍‌ କରିଥିଲେ। କ୍ରଲି ୫୫ ବଲ୍‌ରୁ ୫ଟି ଚୌକା ସହ ୪୪ ରନ୍‌ କରିଥିଲେ। ଇଂଲଣ୍ଡ ଦଳର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍ ଜୋ ରୁଟ୍‌ ୩ଟି ଚୌକା ସହ ୨୧ ରନ୍‌କରି ବିଦାୟ ନେବା ଇଂଲଣ୍ଡ ପାଇଁ ଶକ୍ତ ଧକ୍କା ଥିଲା। ଏହାସହ ୪୦ ରନ୍‌ରେ ଇଂଲଣ୍ଡ ୩ଟି ୱିକେଟ ହରାଇବା ପରେ ଅଷ୍ଟ୍ରେଲିଆ ମ୍ୟାଚ୍‌କୁ ଫେରିଥିଲା। ଅଧିନାୟକ ବେନ୍ ଷ୍ଟୋକ୍‌ସ ୧୩ ରନ୍‌ କରି ଆଉଟ୍‌ ହେବା ପରେ ଫର୍ମରେ ନଥିବା ଜନି ବେୟାରଷ୍ଟୋ ୫ ରନ୍‌କରି ଆଉଟ୍‌ ହୋଇଥିଲେ। ୧୭୧ ରନ୍‌ରେ ୬ଟି ୱିକେଟ ପଡ଼ିବା ପରେ ଅଷ୍ଟ୍ରେଲିଆ ମ୍ୟାଚ୍‌କୁ ଫେରିବାର ସୁଯୋଗ ଉଣ୍ଡୁଥିଲା। ତେବେ ଏହାର ପଥରୋଧ କରିଥିଲେ ହ୍ୟାରି ବ୍ରୁକ୍‌ ଓ କ୍ରିସ୍‌ ୱକ୍‌ସ। ଦୁହେଁ ୫୯ ରନ୍‌ ଭାଗିଦାରୀ କରି ଇଂଲଣ୍ଡକୁ ବିଜୟର ନିକଟତର କରିଥିଲେ। ହେଲେ ବ୍ରୁକ୍‌ ବଡ଼ ସଟ୍‌ ମାରିବା ପ୍ରୟାସରେ ୱିକେଟ ଫିଙ୍ଗିଥିଲେ। ବ୍ରୁକ୍‌ ୯୩ ବଲ୍‌ରୁ ୯ଟି ଚୌକା ସହ ୭୫ ରନ୍‌ କରିଥିଲେ। ମାର୍କ ଉଡ୍‌ ଆସି ଗୋଟିଏ ଛକା ଓ ଚୌକା ସହ ସହ ୮ଟି ବଲ୍‌ରୁ ୧୬ ରନ୍‌କରି ଅପରାଜିତ ଥିଲେ। ମୂଲ୍ୟବାନ ଇନିଂସ ଖେଳିଥିବା କ୍ରିସ୍‌ ୱକ୍‌ସ ୪୭ ବଲ୍‌ରୁ ୪ଟି ଚୌକା ସହ ୩୨ ରନ୍‌କରି ଅପରାଜିତ ଥିଲେ। ମିଚେଲ ଷ୍ଟାର୍କ ୭୮ ରନ୍‌ଦେଇ ୫ଟି ୱିକେଟ ନେଇଥିଲେ। ମ୍ୟାଚ୍‌ରେ ମୋଟ ୭ଟି ୱିକେଟ ନେବା ସହ ମୋଟ ୪୦ ରନ୍‌ କରିଥିବା ମାର୍କ ଉଡ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ। ଏହି ମ୍ୟାଚ୍‌ ଜିତିଥିଲେ ଅଷ୍ଟ୍ରେଲିଆ ୨୦୦୧ ପରେ ଇଂଲଣ୍ଡ ମାଟିରେ ପ୍ରଥମ ଆସେସ୍ ଟେଷ୍ଟ ଜିତି ପାରିଥାଆନ୍ତା।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories