www.samajalive.in
Sunday, December 7, 2025
14.1 C
Bhubaneswar

ମହୁର ଏଭଳି ସ୍ୱାସ୍ଥ୍ୟ ଉପକାରୀ ଗୁଣ ଜାଣିଛନ୍ତି କି ?

ମହୁକୁ ଭିନ୍ନ ଭିନ୍ନ ପ୍ରକାରର ମିଠା ଦ୍ରବ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଏ। ଏହାର ବହୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ମଧ୍ୟ ରହିଛି। ଏହାକୁ ବିଭିନ୍ନ ପ୍ରକାରରେ ବ୍ୟବହାର କରାଯାଇ ସ୍ୱାସ୍ଥ୍ୟଜନିତ ବହୁ ସମସ୍ୟାକୁ ଦୂର କରି ହୋଇଥାଏ। ମହୁରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଓ ବହୁ କ୍ଷତିକାରକ ଜୀବାଣୁକୁ ନଷ୍ଟ କରିବାର ଗୁଣ ରହିଛି। ଚିନି ବଦଳରେ ମହୁ ବ୍ୟବହାର କରିବା ଅଧିକ ହିତକାରକ ବୋଲି କୁହାଯାଏ। ଏଥିରେ ଆଣ୍ଟିବ୍ୟାକ୍ଟେରିଅଲ ଓ ଆଣ୍ଟିଫଙ୍ଗଲ ଗୁଣ ରହିଛି।
ଥଣ୍ଡା କାରଣରୁ ଗଳା ଗତଗତ ହେବା ସହ କାଶ ହୋଇଥାଏ। ଏଭଳି ସମୟରେ ଏକ ଚାମଚ ମହୁରେ ସାମାନ୍ୟ ଅଦା ରସ ମିଶାଇ ରାତି ସମୟରେ ଶୋଇବା ପୂର୍ବରୁ ପିଅନ୍ତୁ।
ଯେଉଁମାନଙ୍କୁ ରାତିରେ ଭଲ ଭାବେ ନିଦ ହେଉନାହିଁ, ସେମାନଙ୍କ ପାଇଁ ମହୁ ଖୁବ ହତିକାରକ। ରାତିରେ ଶୋଇବା ପୂର୍ବରୁ ଖିରରେ ମହୁ ମିଶାଇ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଏହାସହ ଖିରରେ ସାମାନ୍ୟ ଡ଼ାଲଚିନି ଗୁଣ୍ଡ, ମହୁ ମିଶାଇ ପିଇପାରିବେ। ଏହା ଦ୍ୱାରା ଆପଣଙ୍କୁ ଭଲ ନିଦ ହେବ।
ତ୍ୱଚା ପାଇଁ ମଧ୍ୟ ମହୁର ବ୍ୟବହାର ଖୁବ ଉପକାରୀ। ଏହା ଆପଣଙ୍କ ତ୍ୱଚାକୁ ପ୍ରାକୃତିକ ରୂପରେ କୋମଳ ଓ ଚମକ ବୃଦ୍ଧି କରିଥାଏ। ସପ୍ତାହକୁ ୨ ରୁ ୩ ଥର ମହୁ ଲଗାଇଲେ ମୁହଁ ଖୁବ ସୁନ୍ଦର ହୋଇଥାଏ।
ଓଠରେ ପ୍ରତିଦିନ ମହୁ ଲଗାଇ କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା ଓଠ ଗୋଲାପି ଓ କୋମଳ ହେବା ସହ ଓଠ ମଧ୍ୟ ଫାଟି ନଥାଏ।

 

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories