www.samajalive.in
Monday, December 15, 2025
16.1 C
Bhubaneswar

ବେସରକାରୀ ହୋମିଓପାଥି ଡାକ୍ତର ସଂଘର ବିଧାନସଭା ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର: ବେସରକାରୀ ହୋମିଓପାଥି ସଂଘ ପକ୍ଷରୁ ସଭାପତି ନେତ୍ରାନନ୍ଦ ଭୋଇଙ୍କ ନେତୃତ୍ୱରେ ବିଭିନ୍ନ ଜିଲାରୁ ଆସିଥିବା ୬୦୦ରୁ ଅଧିକ ସଭ୍ୟ କଂଗ୍ରେସ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ହାତରେ ବିଭିନ୍ନ ପ୍ରକାର ପ୍ଲାକାର୍ଡ଼ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ସେମାନେ ନିଜର ମାନ୍ୟତା ଫେରି ପାଇବା ନାରବାଜି ଦେଇ ଶୋଭାଯାତ୍ରାରେ ଆସି ଧାରଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ସଂଘର ବିଭିନ୍ନ ଜିଲାରୁ ନେତୃତ୍ୱ ନେଉଥିବା ସଂଯୋଜକମାନେ ନିଜର ଅଭିଭାଷଣ ରଖିଥିଲେ।

ପ୍ରକାଶଥାଉକି ସାରା ପୃଥିବୀରେ ହୋମିଓପାଥିକୁ ଔଷଧର ମାନ୍ୟତା ଦିଆଯାଇଛି। ଏହାର ସ୍ରଷ୍ଟା କ୍ରିଷ୍ଟିୟାନ୍ ଫେଡେରିକ୍ ସାମୁଏଲ୍ ହାନିମାନ ଅଟନ୍ତି। ଆମ ଦେଶ ପରାଧୀନ ଥିବା ସମୟରେ ଇଂରେଜ ସରକାର ୧୮୯୬ ମସିହାରେ ହୋମିଓପାଥି ଔଷଧକୁ ମାନ୍ୟତା ଦେଇ ଆଇନରେ ପରିଣତ କରିଥିଲେ। ଆମ ଦେଶ ସ୍ୱାଧୀନ ହେବା ପରେ ୧୯୫୬ ମସିହାରେ ହୋମିଓପାଥି କଲେଜ ନଥିଲା। ହାନିମାନଙ୍କ ପୁସ୍ତକକୁ ଅଧ୍ୟୟନ କରି ଯେଉଁମାନେ ଚିକିତ୍ସା କରୁଥିଲେ ସେମାନଙ୍କୁ ହୋମିଓପାଥି ଡାକ୍ତର କୁହାଯାଉଥିଲା। ସରକାରଙ୍କ ତରଫରୁ ସେମାନଙ୍କୁ ହୋମିଓପାଥି ବୋର୍ଡ଼ ଦ୍ୱାରା ଏକ ତାଲିକାଭୁକ୍ତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ସରକାର ତାହା ଉପରେ ରହିତାଦେଶ ଜାରି କରି ତାଲିକାଭୁକ୍ତ ଡାକ୍ତରମାନେ ସେମାନଙ୍କର ସେବା ଜାରି ରଖିପାରିବେ ନାହିଁ ବୋଲି ବାରଣ କରିଥିଲେ। ଫଳରେ ବହୁ ଡାକ୍ତର ନିଜର ଜୀବନ ଜୀବିକା ହରାଇ ବସିଥିଲେ।

- Advertisement -

ଏହାକୁ ପୁନର୍ବାର ପ୍ରଚଳନ ପାଇଁ ସଂଘ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି। ତେଣୁ ସଂଘର ମୁଖ୍ୟ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ବୋଲି ସଂଘର ସଭାପତି ନେତ୍ରାନନ୍ଦ ଭୋଇ ଜଣାଇଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ପ୍ରଚଳିତ ତାଲିକାଭୁକ୍ତ ମାନ୍ୟତା ପ୍ରଦାନ କରାଯାଉ କିମ୍ବା ରାଜ୍ୟ ଭିତରେ ଚିକିତ୍ସା ନିମିତ୍ତ ବିଳଳ୍ପ ବ୍ୟବସ୍ଥା କରିବା, ସରକାର ଏକ କମଟି ଗଠନ କରି ବିଗତ ୨୦୦ ବର୍ଷ ଧରି ପାରମ୍ପରିକ ରୀତିରେ ବଂଶାନୁକ୍ରମିକ ଭାବରେ ଘରୋଇ ଚିକିତ୍ସା ବା ହୋମିଓପାଥି ଚିକିତ୍ସାକୁ ରାଜ୍ୟର ଗ୍ରାମାଞ୍ଚଳ, ଉପାନ୍ତ ଅଞ୍ଚଳ ଏବଂ ଅପହଞ୍ଚ ଇଲାକାରେ ନିରବଚ୍ଛିନ୍ନ ଭାବରେ ସ୍ୱଳ୍ପ ମୂଲ୍ୟରେ ଗରୀବ ଓ ଆଦିବାସୀ ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିବା ଅଭିଜ୍ଞ ଚିକିତ୍ସକମାନଙ୍କର ସାମ୍ପ୍ରତିକ ପରିସ୍ଥିତିରେ ଆବଶ୍ୟକତା ଅଛିକି ନାହିଁ ତାହାର ଏକ ନିରପେକ୍ଷ ତଦନ୍ତ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ବାରିକ, ଉପସଭାପତି ଜଗନ୍ନାଥ ଦାସ, ଉପଦେଷ୍ଟା ନିହାର ରଞ୍ଜନ ବିଶ୍ୱାଳ, କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତା ଯୋଗ ଦେଇଥିଲେ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories