www.samajalive.in
Monday, December 15, 2025
15.1 C
Bhubaneswar

ମୁହଁର କଳାଦାଗ ଦୂରେଇବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ : ୧୫ ଦିନ ମଧ୍ୟରେ ଜାଣିପାରିବେ ଫରକ

ସାଧାରଣତଃ ଏକ ସୁନ୍ଦର ଚେହେରା ପାଇବା ପାଇଁ ସମସ୍ତେ ଇଚ୍ଛା କରିଥାଆନ୍ତି। ହେଲେ ଯେତେ ସୁନ୍ଦର ହେଲେ ମଧ୍ୟ ଯଦି ମୁହଁରେ ସାମାନ୍ୟ କଳା ଦାଗ ଥାଏ ତେବେ ତାହା ଆପଣଙ୍କୁ ସୁନ୍ଦରତାରେ ମଧ୍ୟ ଦାଗ ଲଗାଇଥାଏ। ବିଶେଷ କରି ମୁହଁରେ ବ୍ରଣ ହୋଇଥିଲେ ତାହା ଛାଡ଼ିବା ପରେ କଳା ଚିହ୍ନ ହୋଇଯାଇଥାଏ। ମୁହଁର କଳାଦାଗ ଦୂର କରିବା ପାଇଁ ମହିଳାମାନେ ଅନେକ ପ୍ରକାର ପ୍ରସାଧନ ସାମଗ୍ରୀର ବ୍ୟବହାର କରିଥାଆନ୍ତି। ମାତ୍ର ବେଳେବେଳେ ଏହା ଆପଣଙ୍କ ସମସ୍ୟାକୁ କମାଇବା ପରିବର୍ତ୍ତେ ଓଲଟି ବଢ଼ାଇ ଦେଇଥାଏ। ତେଣୁ ଏକ୍ଷେତ୍ରରେ ଆପଣଙ୍କ ପାଇଁ କିଛି ଘରୋଇ ବା ପ୍ରାକୃତିକ ଉପଚାର ଫଳପ୍ରଦ ହୋଇଥାଏ। ଏହି ପ୍ରାକୃତିକ ଉପାୟକୁ ଆପଣାଇ ଆପଣ କଳାଦାଗ ସମସ୍ୟାକୁ ସବୁଦିନ ପାଇଁ ଦୂରେଇ ପାରିବେ। ମାତ୍ର ୧୫ ଦିନ ମଧ୍ୟରେ ହିଁ ଆପଣ ଫରକ ନିଜେ ଅନୁଭବ କରିପାରିବେ। ତେବେ ଆସନ୍ତୁ ଜାଣିବା କଳାଦାଗ ଦୂରେଇବାର ଘରୋଇ ଉପଚାର ବିଷୟରେ-

ତୁଳସୀ ପତ୍ର ରସରେ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ। ସେଥିରେ ଏକ ଚାମଚ ବେସନ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ପ୍ରତିଦିନ ସକାଳେ ଓ ରାତିରେ ଚେହେରାରେ ବା ଯେଉଁଠି କଳା ଦାଗ ହୋଇଛି ସେହି ସ୍ଥାନରେ ଲଗାନ୍ତୁ। ଲଗାଇବା ପରେ ଏହାକୁ ଅଧଘଣ୍ଟାରୁ ୪୫ ମିନିଟ୍ ରଖନ୍ତୁ। ତା’ପରେ ଚେହେରା ଧୋଇବା ପାଇଁ କୌଣସି ସାବୁନ୍ କିମ୍ବା ଫେସୱାସ୍ ବ୍ୟବହାର କରନ୍ତୁ ନାହିଁ। ଖାଲି ପାଣିରେ ହିଁ ମୁହଁକୁ ଧୁଅନ୍ତୁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories