www.samajalive.in
Monday, December 15, 2025
24.1 C
Bhubaneswar

ଅର୍ଦ୍ଧ ସାମରିକ ବଳର ୧୦୭ଟି କ୍ୟାଣ୍ଟିନ୍‌ରେ ଖଦି ଉତ୍ପାଦର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କର “ସ୍ୱଦେଶୀ” ଅଭିଯାନକୁ ସର୍ବଭାରତୀୟ ସ୍ତରରେ ବ୍ୟାପକ କରିବା ନିମନ୍ତେ ଅର୍ଦ୍ଧ ସାମରିକ ବଳର କ୍ୟାଣ୍ଟିନ୍‌ ଗୁଡିକରେ ହସ୍ତ ନିର୍ମିତ ଖଦି ଉତ୍ପାଦ ଗୁଡିକର ବିକ୍ରି ଆରମ୍ଭ କରାଯାଇଛି । ସ୍ବରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ, ଅମିତ ଶାହା ସୋମବାର ଦିନ ୧୦୭ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳ (ସିଏପିଏଫ୍‌) କ୍ୟାଣ୍ଟିନ୍‌ ଗୁଡିକରେ ଖଦି ଉତ୍ପାଦ ଗୁଡିକର ବିକ୍ରି ଆରମ୍ଭ କରିଛନ୍ତି ଏବଂ ଏହି ଅବସରରେ ସେ କହିଛନ୍ତି ଯେ, ଦେଶରେ ସମସ୍ତ ଅର୍ଦ୍ଧ ସାମରିକ ବଳର କ୍ୟାଣ୍ଟିନ୍‌ ଗୁଡିକ ବହୁତ ଶୀଘ୍ର ଖଦି ଉତ୍ପାଦ ଗୁଡିକର ବିକ୍ରି ଆରମ୍ଭ କରିବେ ।

“ଗାନ୍ଧୀଜୀଙ୍କ ନିମନ୍ତେ ଖଦି ସ୍ୱଦେଶୀର ପ୍ରତୀକ ଥିଲା ଏବଂ ଏହା ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କର ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ପୂରଣ କରିବା ନିମନ୍ତେ ଏକ ସାଧନ ମଧ୍ୟ ଅଟେ । ଖଦି ନିଜେ ହିଁ ଶୁଦ୍ଧତାର ଗ୍ୟାରେଣ୍ଟି ଦେଇଥାଏ । ଦେଶର ୧୦୭ ଅର୍ଦ୍ଧ ସାମରିକ ବଳର କ୍ୟାଣ୍ଟିନ୍‌ରେ ଖଦି ଉତ୍ପାଦ ଗୁଡିକର ବିକ୍ରି ଆରମ୍ଭ ହୋଇ ଯାଇଛି ଏବଂ ବହୁତ ଶୀଘ୍ର ଖଦି ଉତ୍ପାଦ ଗୁଡିକୁ ସାରା ଦେଶରେ ସମସ୍ତ ପାରା ମିଲିଟାରୀ କ୍ୟାଣ୍ଟିନ୍‌ ଗୁଡିକରେ ଉପଲବ୍ଧ କରାଯିବ” ବୋଲି ଆସାମର ତାମୁଲପୁରରେ ବିଏସ୍‌ଏଫ୍‌ର କେନ୍ଦ୍ରୀୟ କାର୍ଯ୍ୟଶାଳା ଏବଂ ଭଣ୍ଡାରର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ।

- Advertisement -

ଏହି ଅବସରରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, କେଭିଆଇସିର ଅଧ୍ୟକ୍ଷ  ବିନୟ କୁମାର ସାକ୍‌ସେନା, ସ୍ବରାଷ୍ଟ୍ର ସଚିବ ଅଜୟ କୁମାର ଭଲ୍ଲା ଏବଂ ବିଏସ୍‌ଏଫ୍ ଏବଂ ସିଆରପିଏଫ୍‌‌ର ମହାନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

ଶ୍ରୀ ଶାହା ଦେଶରେ ସ୍ଥାୟୀ ଗ୍ରାମୀଣ ରୋଜଗାର ସୃଷ୍ଟି କରିବା ନିମନ୍ତେ କେଭିଆଇସିର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ କେଭିଆଇସିର ପ୍ରମୁଖ ଯୋଜନା ଗୁଡିକ, ଯେମିତିକି ମହୁ ମିଶନ, କୁମ୍ଭକାର ସଶକ୍ତିକରଣ ଯୋଜନା, ଚମଡା ଏବଂ ଶିଳ୍ପୀ ସଶକ୍ତିକରଣ ଯୋଜନା ଗୁଡିକର ଆସାମର ବୋଡୋ ଲ୍ୟାଣ୍ଡରେ ସ୍ଥାୟୀ ରୋଜଗାର ସୃଷ୍ଟି କରିବାର କ୍ଷମତା ରହିଛି । ସେ କହିଥିଲେ ଯେ, “ଯଦି କେଭିଆଇସି ଲୋକ ମାନଙ୍କୁ ନିଜର ସ୍ୱରୋଜଗାର କାର୍ଯ୍ୟକଳାପ ସହିତ ସାମିଲ କରିବା ଆରମ୍ଭ କରି ଦିଏ, ଏହା ନିଶ୍ଚିତ ରୂପରେ ବୋଡୋଲ୍ୟାଣ୍ଡରେ ବେରୋଜଗାରୀ ସମସ୍ୟାକୁ ଶେଷ କରିବ ଏବଂ ଅସ୍ତଶସ୍ତ୍ର ତ୍ୟାଗ କରି ଦେଇଥିବା ବୋଡୋ ଯୁବକ ମାନଙ୍କୁ ରାଷ୍ଟ୍ରର ବିକାଶ ସହିତ ପୁଣି ଥରେ ଯୋଡି ଦେବ ।” ଗୃହ ମନ୍ତ୍ରୀ ଏହି କଥା ଉପରେ ଗୁରୁତ୍ୱ ଦେଇଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ, କେଭିଆଇସି ୨୦୨୧- ୨୨ରେ ୧.୧୫ ଲକ୍ଷ କୋଟି ଟଙ୍କା ପରିମାଣର ଐତିହାସିକ ବ୍ୟବସାୟ କରିଛି, ଯେଉଁଥିରେ ପ୍ରାୟ ୨୫୦ ପ୍ରତିଶତର ଅତ୍ୟଧିକ ଅଭିବୃଦ୍ଧି ହୋଇଛି ।

ଏହା ପୂର୍ବରୁ, ସ୍ୱଦେଶୀ  ଧାରାକୁ ଆଗକୁ ବଢ଼େଇବା ନିମନ୍ତେ, ଗୃହ ମନ୍ତ୍ରୀ ସମସ୍ତ ସିଏପିଏଫ୍ କ୍ୟାଣ୍ଟିନ୍‌ ଗୁଡିକ ପାଇଁ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ମାଧ୍ୟମରେ ଅଧିକରୁ ଅଧିକ “ସ୍ୱଦେଶୀ” ଉତ୍ପାଦ ବିକ୍ରି କରିବା ବାଧ୍ୟତାମୂଳକ କରି ଦେଇଥିଲେ । ଆରମ୍ଭରେ ଜାତୀୟ ପତାକା, ସୂତା ତିଆରି ତଉଳିଆ, ମହୁ, କଚିଘନି ସୋରିଷ ତେଲ, ଧୂପକାଠି, ଦଲିଆ, ପାପଡ, ଆଚାର, ଅଁଳା ଉତ୍ପାଦ ଇତ୍ୟାଦି ସହିତ ୩୨ ପ୍ରକାରର ଉତ୍ପାଦର ଯୋଗାଣ ଦିଲ୍ଲୀ ଏନ୍‌ସିଆର୍‌, ପଞ୍ଜାବ, ହରିୟାନା, ଗୁଜରାଟ, ଉତର ପ୍ରଦେଶ, ଆସାମ ଏବଂ ଅନ୍ୟ ରାଜ୍ୟ ଗୁଡିକରେ ରହିଥିବା କ୍ୟାଣ୍ଟିନ୍‌ ଗୁଡିକରେ ଉପଲବ୍ଧ କରାଯିବ ।

ସୋରିଷ ତେଲ, କପାରେ ତିଆରି ଦରି, ଉଲ୍‌ରେ ପ୍ରସ୍ତୁତ କମ୍ବଳର ଯୋଗାଣ ନିମନ୍ତେ ପାରାମିଲିଟାରୀ ବଳ ସହିତ କେଭିଆଇସିର ଐତିହାସିକ ବୁଝାମଣା ପରେ ଏହାର ବିକାଶ ହୋଇଥିଲା । ଏବେ ପର୍ଯ୍ୟନ୍ତ କେଭିଆଇସି ବିଭିନ୍ନ ପାରା ମିଲିଟାରୀ ବଳକୁ ପ୍ରାୟ ୧୭ କୋଟି ଟଙ୍କାର ଉତ୍ପାଦ ସଫଳତାର ସହିତ ଯୋଗାଣ କରିଛି। ଏଥିରେ ୫.୫୦ କୋଟି ଟଙ୍କାର ୩ ଲକ୍ଷ କିଲୋଗ୍ରାମ୍ (୩୦୦୦ ମେଟ୍ରିକ୍ ଟନ୍‌) କଚି ଘନି ସୋରିଷ ତେଲ, ୧୧ କୋଟି ଟଙ୍କା ମୂଲ୍ୟର ୨.୧୦ ଲକ୍ଷ କପାର ଦରି, ୪୦ ଲକ୍ଷ ଟଙ୍କା ମୂଲ୍ୟର ଉଲ୍ ତିଆରି କମ୍ବଳ ସାମିଲ୍ ଅଟେ ।

ବିଶେଷ ଭାବେ , ଅର୍ଦ୍ଧ ସାମରିକ ବଳ କ୍ୟାଣ୍ଟିନ୍‌ ଗୁଡିକ ଖଦି ଉତ୍ପାଦକୁ ବିକ୍ରି କରିବା ନିମନ୍ତେ ଏକ ବଡ ପ୍ଲାଟଫର୍ମ (ମଂଚ) ପ୍ରଦାନ କରିବେ ଏବଂ ଏହାର ସିଧାସଳଖ ପ୍ରଭାବ କେଭିଆଇସିର ଉତ୍ପାଦନ ଏବଂ ବିକ୍ରି ଉପରେ ପଡିବ । ଅର୍ଦ୍ଧ ସାମରିକ ବଳକୁ ଖଦି ଉତ୍ପାଦ ଗୁଡିକର ଏକ ବିସ୍ତୃତ ଶୃଙ୍ଖଳାର ଯୋଗାଣ କରିବା ନିମନ୍ତେ ବ୍ୟବସ୍ଥା ଉପରେ କାର୍ଯ୍ୟ କରାଯାଉଛି, ଯେଉଁଥିରେ ଖଦି କପଡା ଏବଂ ରେଡିମେଡ୍ ପୋଷାକ, ସୌନ୍ଦର୍ଯ୍ୟ ପ୍ରସାଧନ ଏବଂ ଖାଇବା ଯୋଗ୍ୟ ଏବଂ ହର୍ବାଲ୍ ଉତ୍ପାଦ ସାମିଲ୍ ହେବ ।

Hot this week

ରାତିରେ ସ୍ଵେଟର ଏବଂ ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories