www.samajalive.in
Monday, December 15, 2025
26.1 C
Bhubaneswar

କାର୍ଯ୍ୟାଳୟ ପ୍ରକୋଷ୍ଠରୁ ତଡି ଦେଉଛନ୍ତି ନିର୍ବାହୀ ଅଧିକାରୀ

ଦେବଗଡ଼ : ଦେବଗଡ଼ ପୌରାଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟାର ସମଧାନ ନିମନ୍ତେ ସୋମବାର ଦେବଗଡ ପୌର ପରିଷଦର ୬ ଜଣ ନବ ନିର୍ବାଚିତ ବିଜେପି କାଉନସିଲର ଦେବଗଡ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଦେବଗଡ ପୌର ପରଷଦର ଉପାଧ୍ୟକ୍ଷ ତଥା ୪ ନମ୍ବର ୱାର୍ଡର ବିଜେପି କାଉନସିଲର ପ୍ରଜିତ କୁମାର ଭୋଜଙ୍କ ନେତୃତ୍ୱରେ ୭ ନମ୍ବର ୱାର୍ଡର କାଉନସିଲର ପିଙ୍କିରାଣୀ ସାହୁ ୮ ନମ୍ବର ୱାର୍ଡର କାଉନସିଲର ମଧୁସୂଦନ ବାଘ,୯ ନମ୍ବର ୱାର୍ଡର କାଉନସିଲର ସରୋଜିନୀ ମୁଣ୍ଡା,୧୦ ନମ୍ବର ୱାର୍ଡର କାଉନସିଲର ଈତିଶ୍ରୀ ମିଶ୍ର ଓ ୧୧ ନମ୍ବର ୱାର୍ଡର କାଉନସିଲର କାର୍ତ୍ତୀକ ମହାକୁଳ ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କର ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ରେବିକା ବିଲୁଙ୍ଗଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ ।

ପୌରାଞ୍ଚଳର ୮, ୯ ଓ ୧୦ ନମ୍ବର ୱାର୍ଡର ଗୋଷ୍ଠୀ ଶୌଚାଳୟ ଗୁଡିକ ବ୍ୟବହାର ନହୋଇ ଧ୍ୱଂସ ପ୍ରାୟ ହୋଇପଡିଥିବା, ୯ ଓ ୧୦ ନମ୍ବର ୱାର୍ଡର ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡିରହିଥିବା ଏବଂ ୪ ନମ୍ବର ୱାର୍ଡରେ ଥିବା ଗୋକର୍ଣ୍ଣେଶ୍ୱର ପ୍ରାଥମିକ ବିଦ୍ୟାଳୟ କୋଠରୀ ଗୁଡିକ ବିପଦଶଙ୍କୁଳ ହୋଇପଡିଥିବା ସେମାନେ ଅଭିଯୋଗ କରିଥିଲେ। ଏଥିସହ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଷ୍ଟ୍ରିଟଲାଇଟ ଲଗାଯାଇନଥିବା ବେଳେ ବିଭିନ୍ନ ସ୍ତାନରେ ଲାଗିଥିବା ଷ୍ଟ୍ରିଟ ଲଇଟ ଗୁଡିକ ଅଚଳ ହୋଇପଡିଥିବା ସେମାନେ ଅଭିଯୋଗ କରିବା ସହ ବାରମ୍ବାର ଅଭିଯୋଗ ସତ୍ୱେ ପୌର ନିର୍ବାହୀ ଅଧିକାରୀଣୀ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଏବଂ ଆପତ୍ତି କରିବାକୁ ଗଲେ କାଉନସିଲର ମାନଙ୍କୁ କାର୍ଯ୍ୟାଳୟ ପ୍ରକୋଷ୍ଠରୁ ବାହାରକୁ ତଡି ଦେଉଥିବା ଅଭିଯୋଗ କରିଛନ୍ତି । ସେହିପରି ନିର୍ବାଚିତ ପ୍ରତିନିଧି ମାନଙ୍କ ପ୍ରତି ପୌର ନିର୍ବାହୀ ଧିକାରୀଣୀଙ୍କ ଏଭଳି ବ୍ୟବହାର ଅଧିନିୟମ -୪୭ର ଅବମାନନା ହୋଇଥିବା ଦର୍ଶାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ପୌରାଞ୍ଚଳ ବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗଇଦେବାକୁ ଏହି ସ୍ମାରକପତ୍ର ଜରିଆରେ ସେମାନେ ଜିଲାପାଳଙ୍କ ନିକଟରେ ଦାବୀ କରିଛନ୍ତି । ଅନ୍ୟଥା ସେମାନେ ଆନ୍ଦୋଳନ ପନ୍ଥା ଆପଣେଇବାକୁ ଲିଖିତ ଚେତାବନୀ ଦେଇଥିବା ଜଣାପଡିଛି।

- Advertisement -

 

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories