www.samajalive.in
Sunday, December 14, 2025
26.1 C
Bhubaneswar

ଘରେ ନକାରାତ୍ମକ ଶକ୍ତି ରହିଥିଲେ ଗୋ ମୂତ୍ର ସିଞ୍ଚନ କରନ୍ତୁ

ଯଦି ଘରେ ବାସ୍ତୁଦୋଷ ରହିଥାଏ ତେବେ ପରିବାର ସଦସ୍ୟଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ। ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ସମସ୍ତ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇଥାଏ। ଘରେ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଅନେକ ପ୍ରକାର ଉପାୟ ରହିଛି। ସେ ଉପାୟ କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା କେଉଁ ଉପାୟ ଦ୍ୱାରା ନକାରାତ୍ମକ ଶକ୍ତି ଦୂର କରିବା ..

ଗୋଟା ଲୁଣ:
ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଘର ପୋଛିବା ସମୟରେ ପାଣିରେ କିଛି ଲୁଣ ମିଶାଇ ଦିଅନ୍ତୁ। ଏଥିପାଇଁ ଗୋଟା ଲୁଣ ସର୍ବୋତ୍ତମ ହୋଇଥାଏ। ଏହାଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଯାଇଥାଏ।
ଗୋ ମୂତ୍ର:
ଘରେ ମଝିରେ ମଝିରେ ଗୋ ମୂତ୍ର ଛିଞ୍ଚିବା ଉଚିତ। ମାନ୍ୟତା ଅନୁଯାୟୀ, ଏପରି କରିବା ଦ୍ୱାରା ସମସ୍ତ ଦେବାଦେବୀ ସନ୍ତୁଷ୍ଟ ହୋଇଥାନ୍ତି। ଏହା ସହ ସେମାନଙ୍କ କୃପା ଦୃଷ୍ଟି ଆମ ଉପରେ ପଡିଥାଏ। ଗୋ ମୂତ୍ରର ଗନ୍ଧ ଦ୍ୱାରା ଜୀବାଣୁ ମଧ୍ୟ ନଷ୍ଟ ହୋଇଯାଇଥାଏ। ଏହାଦ୍ୱାରା ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।ମୁରୁଜ:
ପ୍ରତିଦିନ ଘର ଭିତର ଓ ବାହାର ସ୍ଥାନକୁ ଭଲ ଭାବେ ସଫା କରନ୍ତୁ। ପ୍ରତିଦିନ ଘର ବାହାରେ ମୁରୁଜ ପକାନ୍ତୁ। ଏହା କରିବା ଦ୍ୱାରା ବାହାରୁ କୌଣସି ନକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିପାରିବ ନାହିଁ। ମୁରୁଜ ଅତ୍ୟନ୍ତ ଶୁଭ ଅଟେ। ଏହାଦ୍ୱାରା ଧନର ଦେବୀ ମା ଲକ୍ଷ୍ମୀ ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ।
ପୂଜା ସାମଗ୍ରୀ:
ମୁଖ୍ୟତଃ ଘରେ ପ୍ରତ୍ୟେକ ଦିନ କିଛି ବିଶେଷ ଦ୍ରବ୍ୟର ଧୂଆଁ ଦେବା ଉଚିତ। ଏହାଦ୍ୱାରା ଭଗବାନଙ୍କ କୃପା ଦୃଷ୍ଟି ଘରେ ପଡିବା ସହ ନକାରାତ୍ମକ ଶକ୍ତି କମି ଯାଇଥାଏ। ପୂଜା ସମୟରେ କର୍ପୂର ଆଳତୀ, ଝୁଣା, ଦେଶୀ ଘିଅର ଦୀପ ଓ ଚନ୍ଦନ ବ୍ୟବହାର କରନ୍ତୁ। ଏହି ପବିତ୍ର ପୂଜା ସାମଗ୍ରୀ ଦ୍ୱାରା ଘରେ ସର୍ବଦା ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories