www.samajalive.in
Monday, December 15, 2025
17.1 C
Bhubaneswar

ରଜନୀକାନ୍ତଙ୍କ ‘ଜେଲର୍’ ପାଇଁ କଲେଜ, ଅଫିସ୍‌ ଛୁଟି

ବେଙ୍ଗାଲୁରୁ: ସୁପରଷ୍ଟାର ରଜନୀକାନ୍ତଙ୍କ ଚଳଚ୍ଚିତ୍ର ‘ଜେଲର୍’ ଗୁରୁବାର ମୁକ୍ତିଲାଭ କରିଛି। ଏହି ଫିଲ୍ମ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। ଦୀର୍ଘଦିନରୁ ଫିଲ୍ମକୁ ଅପେକ୍ଷା କରି ରହିଥିବା ରଜନୀକାନ୍ତଙ୍କ ପ୍ରଶଂସକମାନେ ପ୍ରେକ୍ଷାଳୟରେ ଭିଡ଼ ଜମାଇଛନ୍ତି। ସାରା ଦେଶରେ ବିଶେଷ କରି ଦକ୍ଷିଣ ଭାରତରେ ରଜନୀକାନ୍ତଙ୍କ ଲୋକପ୍ରିୟତା ଏତେ ଅଧିକ ଯେ, ତାଙ୍କ ଚଳଚ୍ଚିତ୍ର ରିଲିଜ୍‌ ହେଉଥିବାରୁ କେଉଁଠି ଛୁଟି ଘୋଷଣା କରାଯାଇଛି ତ କେଉଁଠି ତାଙ୍କ ପୋଷ୍ଟରକୁ କ୍ଷୀରରେ ଅଭିଷେକ କରାଯାଉଛି। ‘ଜେଲର୍’ ରିଲିଜ୍‌ ହେଉଥିବାରୁ ଚେନ୍ନାଇ, ବେଙ୍ଗାଲୁରୁରେ କଲେଜ ଓ ଅଫିସଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ଜଣାପଡ଼ିଛି। ଏହି ଚଳଚ୍ଚିତ୍ର ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଥିବା କେତେକ କମ୍ପାନୀର କର୍ମଚାରୀମାନଙ୍କୁ ସେମାନଙ୍କ ମାଲିକମାନେ ଟିକେଟ ବିତରଣ କରିଥିବା ମଧ୍ୟ ସୂଚନା ମିଳିଛି। ଫିଲ୍ମର ଅଗ୍ରୀମ ବୁକିଙ୍ଗ୍ ଟିକେଟର ପରିମାଣ ଦର୍ଶାଉଛି ଯେ, ପ୍ରଶଂସକମାନେ କିଭଳି ରଜନୀକାନ୍ତଙ୍କ ଏହି ଚଳଚ୍ଚିତ୍ର ଦେଖିବାକୁ ଅତିଶୟ ଆଗ୍ରହୀ ହୋଇ ଉଠିଛନ୍ତି। ସାକ୍‌ନିଲ୍କ ଡଟ୍ କମ୍‌ର ସୂଚନା ଅନୁସାରେ, ଅଗ୍ରୀମ ବୁକିଙ୍ଗ୍ ମାଧ୍ୟମରେ ଭାରତରେ ଏହି ଚଳଚ୍ଚିତ୍ର ୧୨.୮ କୋଟି ଟଙ୍କା ଆୟ କରିଛି। ସେହିପରି ଚଳଚ୍ଚିତ୍ରର ତାମିଲ ଭର୍ସନ ୧୧.୭ କୋଟି ଓ ତେଲୁଗୁ ଭର୍ସନ ୧.୧ କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି।


ଏହି ଅବସରରେ ଗୋଟିଏ କମ୍ପାନୀ ଜାରି କରିଥିବା ଛୁଟି ନୋଟିସ୍ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ସେଥିରେ ଉଲ୍ଲେଖ ରହିଛି ଯେ, ମାନବ ସମ୍ବଳ ବିଭାଗରେ ଗଦା ହୋଇଥିବା ଛୁଟି ଦରଖାସ୍ତ ମଞ୍ଜୁରି ଏଡ଼ାଇବା ପାଇଁ କମ୍ପାନି ଏହି ଛୁଟି ଘୋଷଣା କରିଛି। ଏହାବ୍ୟତୀତ ଆମେ କର୍ମଚାରୀମାନଙ୍କୁ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ମାଗଣାରେ ଟିକେଟ୍ ବଣ୍ଟନ କରିଛୁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories