www.samajalive.in
Saturday, December 6, 2025
23.1 C
Bhubaneswar

ରାଧା-କୃଷ୍ଣଙ୍କ ପ୍ରେମର ରଙ୍ଗ ‘ହୋଲି’

ପାଖେଇ ଆସିଲାଣି ରଙ୍ଗର ପର୍ବ ହୋଲି । ଚଳିତ ବର୍ଷ ମାର୍ଚ୍ଚ ୨୧ ତାରିଖ ହେଉଛ ହୋଲି । ଏହି ଦିନ ରଙ୍ଗ ଖେଳିବା ପାଇଁ ଛୋଟରୁ ବଡ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାଆନ୍ତି । ପରିବାରର ଗୁରୁଜନଙ୍କ ପଦରେ ପ୍ରଥମେ ଅବିର ପକାଇ ଆର୍ଶୀବାଦ ନେବା ପରେ ରଙ୍ଗ ଖେଳାଯାଏ । ରଙ୍ଗକୁ ପ୍ରେମର ପ୍ରତୀକ ବୋଲି ମଧ୍ୟ କୁହାଯାଏ । ମାନ୍ୟତା ରହିଛି ଯେ, ଏହି ଦିନ ଶ୍ରୀକୃଷ୍ଣ ଓ ରାଧାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେଣୁ ରଙ୍ଗ ଖେଳକୁ ପ୍ରେମ ଓ ଶ୍ରଦ୍ଧା ଭାବରେ ଖେଳାଯାଏ ।

pic courtesy Nedrick News

ପୌରାଣିକ ବିଷୟବସ୍ତୁ ଅନୁଯାୟୀ, ଭଗବାନ କୃଷ୍ଣଙ୍କୁ ମାରିବା ପାଇଁ କଂସ ରାଜ ରାକ୍ଷସୀ ପୁତନାକୁ ପଠାଇଥିଲେ । ରାକ୍ଷସୀ ପୁତନାର ବିଷ କ୍ଷୀର ପାନ କରି ଭଗବାନ କୃଷ୍ଣଙ୍କ ଶରୀରର ରଙ୍ଗ ବଦଳି ଯାଇଥିଲା। ଏହି ରଙ୍ଗକୁ ନେଇ କୃଷ୍ଣ ଅସନ୍ତୁଷ୍ଟ ଥିଲେ । ଶରୀରର ରଙ୍ଗ ପରିବର୍ତ୍ତନ କାରଣରୁ ରାଧା ଓ ଅନ୍ୟ ଗୋପିମାନେ ତାଙ୍କୁ ପସନ୍ଦ କରିବେ ନାହିଁ ବୋଲି କୃଷ୍ଣ ଚିନ୍ତା କଲେ । କୃଷ୍ଣଙ୍କ ଏଭଳି ପରିସ୍ଥିତିରେ ମାତା ଯଶୋଦା ତାଙ୍କୁ ଏକ ପରାମର୍ଶ ଦେଇଥିଲେ । ରାଧାକୁ ନିଜ ମନ ପସନ୍ଦ ରଙ୍ଗରେ ରଙ୍ଗେଇବା ପାଇଁ ଯୋଶଦା ମାତା କୃଷ୍ଣଙ୍କୁ କହିଥିଲେ । ମାତା ଯଶୋଦାଙ୍କ କଥା ଗ୍ରହଣ ଶ୍ରୀକୃଷ୍ଣ ରାଧାଙ୍କୁ ରଙ୍ଗ ଲଗାଇ ଥିଲେ । ଗୋପପୁରରେ ସମସ୍ତେ ପରସ୍ପର ମଧ୍ୟରେ ରଙ୍ଗ ଲଗାଇ ହୋଲି ଖେଳରେ ମଧ୍ୟ ମାତି ଯାଇଥିଲେ । ସେହି ଦିନ ରାଧା ଓ କୃଷ୍ଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ବୋଲି ମାନ୍ୟତା ରହିଛି । ଏହାକୁ ସ୍ମରଣୀୟ କରିବା ପାଇଁ ସେବେଠାରୁ ଏହି ଦିନ ରଙ୍ଗ ଖେଳର ପରମ୍ପରା ଚଳି ଆସୁଛି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories