ପୁରୁଷ ହକି : ପାକିସ୍ତାନକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଭାରତ

0

ଜାକର୍ତ୍ତା : ଏସୀୟ କ୍ରୀଡ଼ାର ପୁରୁଷ ହକିରେ ଭାରତ ବ୍ରୋଞ୍ଜ ପଦକ ବିଜୟୀ ହୋଇଛି। ପାକିସ୍ତାନକୁ ୨-୧ ଗୋଲରେ​ ହରାଇ ଭାରତ ବ୍ରୋଞ୍ଜ ପଦକ ଜିତିଛି। ଏହି ବ୍ରୋଞ୍ଜ ପଦକ ଜିତି ଭାରତ ତୃତୀୟ ସ୍ଥାନରେ ରହିଛି । ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ଦଳରେ ଦୁଇଜଣ ଓଡ଼ିଆ ଖେଳାଳୀ ସ୍ଥାନ ପାଇଥିଲେ।  ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ।

ସୂଚନା ଯୋଗ୍ୟ ଶୁକ୍ରବାର ଏସୀୟ କ୍ରୀଡ଼ାର ମହିଳା ହକିରେ ଭାରତ ଜାପାନ ଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ହାସଲ କରିଥିଲା। ଏହି ଦଳରେ ୪ ଜଣ ଓଡ଼ିଆ ଝିଅ ସାମିଲ ହୋଇଥିଲେ।

Leave A Reply