୨-୧ ଗୋଲରେ ଜର୍ମାନୀକୁ ହରାଇ ସେମିଫାଇନାଲରେ ବେଲଜିୟମ

0

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହକି ବିଶ୍ୱକପ କ୍ୱାଟରଫାଇନାଲର ଗୁରୁବାର ପ୍ରଥମ ମ୍ୟାଚ ରୋମାଞ୍ଚକର ରହିଥିଲା। ଜର୍ମାନୀ ଏବଂ ବେଲଜିୟମ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ କଡା ଟକ୍କର ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ବେଲଜିୟମ ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ବେଲଜିୟମ ଏହି ବିଜୟ ସହିତ ସେମିଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ବେଲଜିୟମ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ।
ଗୁରୁବାରର ପରବର୍ତ୍ତି ମ୍ୟାଚ ଆୟୋଜକ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ।

Leave A Reply