ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ

ବିନା ପ୍ରଶିକ୍ଷକରେ ଚାଲିଛି ପୁରୁଷ ହକି ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ବର: ରାଜ୍ୟ ସରକାର ଲୋକପ୍ରିୟ କ୍ରୀଡ଼ା ହକିକୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ରାଜ୍ୟରେ ତୃଣମୂଳସ୍ତରରୁ ହକି ପ୍ରତିଭା ସୃଷ୍ଟିକରିବା ଲକ୍ଷ୍ୟରେ ସୁନ୍ଦରଗଡ଼ ଜିଲାର ୧୭ଟି ବ୍ଲକରେ ସିନ୍ଥେଟିକ୍‌ ହକି ଗ୍ରାଉଣ୍ଡ ମଧ୍ୟ ନିର୍ମାଣ ନେଇ କାର୍ଯ୍ୟଚାଲିଛି। ରାଉରକେଲାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ମଧ୍ୟ ନିର୍ମାଣ ହେଉଛି। ଭାରତୀୟ ପୁରୁଷ ଓ ମହିଳା ହକି ଦଳର ମୁଖ୍ୟ ପ୍ରାୟୋଜକ ଭାବେ ୨୦୨୩ ପର୍ଯ୍ୟନ୍ତ ଓଡ଼ିଶା ସରକାର ରହିଛନ୍ତି। ଏଭଳି ପ୍ରୋତ୍ସାହନ ମଧ୍ୟରେ କ୍ରୀଡ଼ା ରାଜଧାନୀ ଭୁବ​‌େ​ନଶ୍ବର କ୍ରୀଡ଼ା ଛାତ୍ରାବାସର ହକି ଖେଳାଳିମାନଙ୍କ ପାଇଁ ପ୍ରଶିକ୍ଷକ ଅଭାବ ବେଶ୍‌ କୌତୁହଳ ସୃଷ୍ଟିକରିଛି। ପ୍ରଶିକ୍ଷକ ନଥିବାରୁ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସର ପୁରୁଷ ହକି ଅନ୍ତେବାସୀ ବିନା ପ୍ରଶିକ୍ଷକରେ ଅଭ୍ୟାସ କରୁଛନ୍ତି।

ରାଜ୍ୟ କ୍ରୀଡ଼ା ବିଭାଗ ଦ୍ବାରା ପରିଚାଳିତ ରାଉରକେଲାର ପାନପୋଷ କ୍ରୀଡ଼ା ଛାତ୍ରାବାସ, ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ ଓ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସରେ ହକି ​‌େ​ଖଳାଳିମାନଙ୍କ ଲାଗି ସୁବିଧା ରହିଛି। ପାନପୋଷରେ ଉପକନିଷ୍ଠ ଓ କନିଷ୍ଠ ବର୍ଗର ବାଳକ ଓ ବାଳିକା ବିଭାଗରେ ୭୫ଜଣ ଲେଖାଏଁ ଖେଳାଳି ରହିଛନ୍ତି। ଏଥିପାଇଁ ୬ଜଣ ପ୍ରଶିକ୍ଷକ ମଧ୍ୟ ରହିଛନ୍ତି। ସେହିପରି ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସରେ କେବଳ ବାଳକ କନିଷ୍ଠ ଓ ଉପକନିଷ୍ଠ ବର୍ଗରେ ୩୫ଜଣ ଖେଳାଳି ରହିଥିବା ବେଳେ ୨ ଜଣ ପ୍ରଶିକ୍ଷକ ରହିଛନ୍ତି। ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ହେଉଛି ଓଡ଼ିଶାରେ ବରିଷ୍ଠ ପୁରୁଷ ଓ ମହିଳା ହକିର ଉତ୍କର୍ଷ କେନ୍ଦ୍ର। ଏଠାରେ ପୁରୁଷ ଓ ମହିଳା ବିଭାଗରେ ୩୦ ଜଣ ଲେଖାଏଁ ଖେଳାଳି ରହିବାର ସୁଯୋଗ ରହିଛି। କିନ୍ତୁ ଏବେ ପୁରୁଷ ବିଭାଗରେ ୨୧ ଓ ମହିଳା ବିଭାଗରେ ୨୪ ଜଣ ଖେଳାଳି ରହିଛନ୍ତି। ଅବଶିଷ୍ଟ ଖେଳାଳିଙ୍କ ମନୋନୟନ ଅଦ୍ୟାବଧି କରା ଯାଇନାହିଁ। ପୁରୁଷ ବିଭାଗରେ କାଳୁଚରଣ ଚୌଧୁରୀ ଓ ମହିଳା ବିଭାଗରେ ଲୁସିଲା ଏକ୍କା ପ୍ରଶିକ୍ଷକ ଦାୟିତ୍ବ ତୁଲାଉଥିଲେ। ପୁରୁଷ ବିଭାଗର ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ ଗତ ଜାନୁଆରୀ ୩୧ରୁ ଅବସର ନେଇ ସାରିଛନ୍ତି। ତାଙ୍କ ସ୍ଥାନରେ ଅନ୍ୟ କୌଣସି ହକି ପ୍ରଶିକ୍ଷକଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତ କରା ଯାଇନାହିଁ। \

ଯାହା ଫଳରେ ପୁରୁଷ ହକି ଖେଳାଳିମାନେ ବିନା ପ୍ରଶିକ୍ଷକରେ ଅଭ୍ୟାସ କରୁଛନ୍ତି। କାଳୁଚରଣ ଚୌଧୁରୀ ଏବେ କ୍ରୀଡ଼ା ବିଭାଗର ଓଏସ୍‌ଡି ନିଯୁକ୍ତ ହୋଇ ରାଉରକେଲାରେ କାର୍ଯ୍ୟ କରୁଥିବା ବେଳେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ପୁରୁଷ ହକି କେନ୍ଦ୍ରରେ କୌଣସି ପ୍ରଶିକ୍ଷକ ନାହାନ୍ତି। ରାଜ୍ୟ କ୍ରୀଡ଼​‌ା ବିଭାଗ କୌଣସି ନୂତନ ପ୍ରଶିକ୍ଷକ ନିଯୁକ୍ତି କରିବା ନେଇ ଆନ୍ତରିକତା ମଧ୍ୟ ପ୍ରକାଶ କରୁନାହିଁ ବୋଲି ମତପ୍ରକାଶ ପାଉଛି। ଆଗକୁ ଜାତୀୟ ବରିଷ୍ଠ ପୁରୁଷ ଓ ମହିଳା ହକି ପ୍ରତିଯୋଗିତା ଆୟୋଜିତ ହେବ। ଏଥିପାଇଁ କିଭଳି ଓଡ଼ିଶା ଦଳର ପ୍ରସ୍ତୁତି ଚାଲିଛି; ​‌େ​‌ସ ନେଇ କାହାର ଧ୍ୟାନ ନାହିଁ।

Comments are closed.