www.samajalive.in
Saturday, December 6, 2025
14.1 C
Bhubaneswar

ବିଦେଶରେ ବିଶ୍ୱକପ୍‍ର ପ୍ରଚାର ପାଇଁ ବୁଲିବ ବସ୍‍

ଭୁବନେଶ୍ୱର : ଆଉ ୭୨ ଦିନ ପରେ କଳିଙ୍ଗ ଷ୍ଟାଡିୟମ୍‍ରେ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବ ପୁରୁଷ ହକି ବିଶ୍ୱକପ୍‍। ପ୍ରତିଯୋଗିତାର ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର ନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆଗେଇ ଚାଲିଛି। ସାରା ଭାରତ ସମେତ ବିଶ୍ୱର କୋଣ ଅନୁକୋଣରେ ହକି ବିଶ୍ୱକପକୁ ପହଞ୍ଚାଇବାର ଲକ୍ଷ୍ୟରେ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତର ବିଭିନ୍ନ ସହର ସହ ଅଷ୍ଟ୍ରେଲିଆର ସିଡ୍‍ନୀ ଓ ଜର୍ମାନୀର ମ୍ୟୁନିକ୍‍ ସହରରେ ଏହି ବିଶ୍ୱକପ୍‍ର ପ୍ରଚାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ‘ସକାଳେ ଓଡ଼ିଶା, ସନ୍ଧ୍ୟାରେ ହକି’- ଏହି ସ୍ଲୋଗାନ୍‍ ନେଇ ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ସହର ସିଡ୍‍ନୀ ଓ ଜର୍ମାନୀର ମ୍ୟୁନିକ୍‍ ସହରରେ ବୁଲିବ ହକି ବିଶ୍ୱକପ୍‍ର ପ୍ରଚାର ଗାଡ଼ି।
କ୍ରୀଡ଼ା ଓ ପର୍ଯ୍ୟଟନ ବିଭାଗର ସହଯୋଗରେ ସ୍ୱତନ୍ତ୍ର ବସ୍‍ ସିଡ୍‍ନୀ ସହରରେ ବୁଲିବ। ସେପ୍ଟେମ୍ବର ୨୪ରୁ ସିଡ୍‍ନୀ ଓ ଅକ୍ଟୋବର ୧ରୁ ଜର୍ମାନୀର ମ୍ୟୁନିକ୍‍ ସହରରେ ସ୍ୱତନ୍ତ୍ର ବସ୍‍ ବୁଲିବ। ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ବସ୍‍ରେ ଓଡ଼ିଶା ହକି ବିଶ୍ୱକପର ଲୋଗୋ ସହିତ ପର୍ଯ୍ୟଟନସ୍ଥଳି କୋଣାର୍କର୍ ଚିତ୍ର ସ୍ଥାନ ପାଇଛି। ଅଷ୍ଟ୍ରେଲିଆ ହକିର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ର ହୋଇଥିବା ବେଳେ ସିଡ୍‍ନୀରେ ହକିପ୍ରେମୀଙ୍କୁ ଉତ୍ସାହିତ କରିବ। ସେହିପରି ଜର୍ମାନୀର ମ୍ୟୁନିକ୍‍ ସହରରେ ମଧ୍ୟ ଓଡ଼ିଶା ହକି ବିଶ୍ୱକପର ପ୍ରଚାର ଗାଡ଼ି ଭ୍ରମଣ କରିବ। ଜର୍ମାନୀରେ ହକିର ଲୋକପ୍ରିୟତା ଥିବାରୁ ଏହି ବିଶ୍ୱକପ୍‍ର ପ୍ରଚାର ବିଦେଶୀ କ୍ରୀଡ଼ାପ୍ରେମୀଙ୍କୁ ଆକର୍ଷିତ କରିବାର ଆଶା କରାଯାଉଛି। ଓଡ଼ିଶା ସରକାର କ୍ରୀଡ଼ା ମାଧ୍ୟମରେ ପର୍ଯ୍ୟଟନ ଶିଳ୍ପର ପ୍ରଚାର ପ୍ରସାର କରିବା ନେଇ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ହକି ବିଶ୍ୱକପକୁ ଦେଶବିଦେଶର କୋଣ ଅନୁକୋଣରେ ପହଞ୍ଚାଇବା ଆମର ଲକ୍ଷ୍ୟ ରହିଛି। ଏଥିପାଇଁ ଜୁଲାଇରେ ଇଂଲଣ୍ଡରେ ଅନୁଷ୍ଠିତ ମହିଳା ବିଶ୍ୱକପ ହକି ପ୍ରତିଯୋଗିତା ଅବସରରେ ହକି ବିଶ୍ୱକପ୍‍ର ପ୍ରଚାର କରା ଯାଇଥିଲା। ଓଡ଼ିଶା ଲୋଗା ଥିବା ସ୍ୱତନ୍ତ୍ର ବସ୍‍ ଲଣ୍ଡନ ସହର ପରିଭ୍ରମଣ କରିଥିଲା। ଲଣ୍ଡନ ପରେ ସିଡ୍‍ନୀ ଓ ମ୍ୟୁନିକ୍‍ ଭଳି ସହରରେ ହକି ବିଶ୍ୱକପର ପ୍ରଚାର ବସ୍‍ ବୁଲିବା ନେଇ ନିଷ୍ପତ୍ତି ହୋଇଛି। ଆଶା କରାଯାଉଛି ହକି ବିଶ୍ୱକପ ସମେତ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିପାରିବ ବୋଲି କ୍ରୀଡ଼ା ସଚିବ ବିଶାଳ ଦେବ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories