www.samajalive.in
Saturday, December 6, 2025
15.1 C
Bhubaneswar

ମହିଳା ବକ୍ସିଂ: ସରିତାଙ୍କ ସହ ୩ ଭାରତୀୟଙ୍କୁ ବ୍ରୋଞ୍ଜ୍‍

ନୂଆଦିଲ୍ଲୀ : ପୋଲାଣ୍ଡରେ ଚାଲିଥିବା ୧୩ଶ ସିଲେସିଆନ୍‍ ବକ୍ସିଂ ଚମ୍ପିଆନ୍‍ସିପ୍‍ରେ ୩ ଜଣ ଭାରତୀୟ ମହିଳା ବ୍ରୋଞ୍ଜ୍‍ପଦକ ଜିତିଛନ୍ତି। ତିନିହେଁ ସେମିଫାଇନାଲରେ ପରାସ୍ତହେବା ସହ ବ୍ରୋଞ୍ଜ୍‍ରେ ସନ୍ତୁଷ୍ଟ ରହିଛନ୍ତି। ପୂର୍ବତନ ବିଶ୍ୱ ଚମ୍ପିଆନ୍‍ ତଥା ଏସୀୟ କ୍ରୀଡ଼ା ବ୍ର୍ରୋଞ୍ଜ୍‍ ପଦକ ବିଜୟିନୀ ସରିତା ଦେବୀ ୬୦ କେଜି ବର୍ଗର ସେମିଫାଇନାଲରେ ପରାସ୍ତ ହୋଇ ଯାଇଛନ୍ତି। ସରିତାଙ୍କୁ କାଜାଖ୍‍ସ୍ତାନର କାରିନା ଇବ୍ରାଜିମୋଭା ୫-୦ ନିଷ୍ପତ୍ତିରେ ପରାସ୍ତ କରିଛନ୍ତି। ଏହି ଲଢ଼େଇରେ ସରିତା ଭଲ ପ୍ରଦର୍ଶନ କରିଥିଲେ ଏବଂ ବିଜୟୀ ହେବେ ବୋଲି ଭାରତୀୟ ଶିବିର ଆଶା ରଖିଥିଲେ ହେଁ ରେଫେରୀଙ୍କ ନିଷ୍ପତ୍ତି ସରିତାଙ୍କ ବିରୋଧରେ ଯାଇଥିଲା। ୬୯ କେଜି ବର୍ଗରେ ଭାରତର ଲଭ୍‍ଲିନା ବର୍ଗୋହେନ୍‍ ମଧ୍ୟ ବ୍ରୋଞ୍ଜ୍‍ପଦକ ପାଇଛନ୍ତି। ଲଭ୍‍ଲିନାଙ୍କୁ ମଧ୍ୟ ସେମିଫାଇନାଲରେ ପରାଜୟ ସ୍ୱୀକାର କରିବାକୁ ପଡ଼ିଥିଲା। ଲଭ୍‍ଲିନାଙ୍କୁ ପୋଲାଣ୍ଡର କାରୋଲିନା କୋଜେୱସ୍କା ୪-୧ ନିଷ୍ପତ୍ତିରେ ପରାସ୍ତ କରିଥିଲେ। ୮୧ କେଜି ବର୍ଗରେ ଭାରତର ପୂଜା ରାଣୀ ଲଢ଼ୁଆ ପ୍ରଦର୍ଶନ କରିଥିଲେ। ତେବେ ପୋଲାଣ୍ଡର ଆଗାଟା କାଜ୍‍ମାର୍କସ୍କା ୩-୨ ନିଷ୍ପତ୍ତିରେ ପୂଜାଙ୍କୁ ପରାସ୍ତ କରିଥିଲେ। ୪୮ କେଜି ବର୍ଗରେ ୫ ଥର ବିଶ୍ୱ ଚମ୍ପିଆନ୍‍ ତଥା ଅଲିମ୍ପିକ୍‍ସ ବ୍ରୋଞ୍ଜ୍‍ପଦକ ବିଜୟିନୀ ଏମ୍‍.ସି. ମ୍ୟାରି କମ୍‍ ଏବଂ ୫୪ କେଜି ବର୍ଗରେ ଭାରତର ମନୀଷା ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ରାତିରେ ଫାଇନାଲ ମ୍ୟାଚ୍‍ ଅନୁଷ୍ଠିତ ହେବ। ଉପରୋକ୍ତ ୨ ବକ୍ସର ସିନିୟର ବର୍ଗରେ ଫାଇନାଲରେ ପ୍ରବେଶ କରିଥିଲେ ହେଁ ଯୁବ ବର୍ଗରେ ଭାରତର ଜ୍ୟୋତି ଗୁଲିଆ ୫୧ କେଜି ବର୍ଗରେ ଫାଇନାଲରେ ପ୍ରବେଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories