www.samajalive.in
Monday, December 15, 2025
15.1 C
Bhubaneswar

ଫାଟ ନିରୀକ୍ଷଣ ଓ ରକ୍ଷଣାବେକ୍ଷଣ ଜରୁରୀ

ବୁର୍ଲା : ମହାନଦୀ ଜଳ ପରିଚାଳନା ନେଇ ଶୁକ୍ରବାର ଓଡ଼ିଶା-ଛତିଶଗଡ଼ ଆଲୋଚନା ହୋଇଥିବା ବେଳେ ଦ୍ୱିତୀୟ ଦିନରେ ଆଜି ହୀରାକୁଦ ବନ୍ଧ ସୁରକ୍ଷା ସମୀକ୍ଷା ପ୍ୟାନେଲର ୯ ଜଣ ବିଶେଷଜ୍ଞ ବନ୍ଧର ସ୍ଥିତି ଓ ସୁରକ୍ଷା ଦିଗ ଅନୁଧ୍ୟାନ କରିଛନ୍ତି। ହୀରାକୁଦ ବନ୍ଧର ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ସୁଧାକର ପତ୍ରୀ ଓ ମୁଖ୍ୟଯନ୍ତ୍ରୀ (ବନ୍ଧ ସୁରକ୍ଷା) ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏହି ବିଶେଷଜ୍ଞ ଯନ୍ତ୍ରୀ ଦଳ ବନ୍ଧର କଂକ୍ରିଟ ଅଂଶ, ସ୍ଲୁଇସ ଓ କ୍ରେଷ୍ଟ ଗେଟ୍‍ଗୁଡ଼ିକର ଅବସ୍ଥା ଏବଂ ଫାଉଣ୍ଡେସନ ଗ୍ୟାଲେରି ତଦାରଖ କରିଛନ୍ତି। ଅନୁଧ୍ୟାନ ଶେଷରେ ଇଂ. ପତ୍ରୀ ସୂଚନା ଦେଇଛନ୍ତି ଯେ ବନ୍ଧର ଅବସ୍ଥା ଠିକ ଅଛି। ଏହାର ସ୍ଥିତି ନେଇ ଏବେଠୁ ଚିନ୍ତା କରିବାର କୌଣସି କାରଣ ନାହିଁ। ପୁରୁଣା ଫାଟଗୁଡ଼ିକ ମରାମତି ହୋଇଛି। ମରାମତି ପରେ ଫାଟଗୁଡ଼ିକର ଅବସ୍ଥା ଠିକଠାକ ଅଛି। ମରାମତି ପରେ ସେଗୁଡ଼ିକ ଆଉ ଅଧିକ ଓସାରିଆ ହୋଇନାହିଁ। ତଥାପି ଫାଟଗୁଡ଼ିକର ଅବସ୍ଥା ନିୟମିତ ନିରୀକ୍ଷଣ ଓ ରକ୍ଷଣାବେକ୍ଷଣ ଜରୁରି ବୋଲି ବନ୍ଧ କର୍ତ୍ତୃପକ୍ଷଙ୍କୁ ସୂଚାଇ ଦିଆଯାଇଛି ବୋଲି ଇଂ.ପତ୍ରୀ କହିଛନ୍ତି। ଅପର ପକ୍ଷରେ ହୀରାକୁଦ ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ଯେ, ଆଜିର ନିରୀକ୍ଷଣ ଏକ ନିୟମିତ ପ୍ରକ୍ରିୟାର ଅଂଶବିଶେଷ ଅଟେ। ପ୍ରତି ବର୍ଷ ମୌସୁମୀ ଋତୁରେ ଏହା କରାଯାଏ। ପୂର୍ବରୁ ମରାମତି ହୋଇଥିବା ଫାଟଗୁଡ଼ିକର ସ୍ଥିତି ଦେଖି ବିଶେଷଜ୍ଞ ଦଳ ସନ୍ତୋଷ ପ୍ରକାଶ କରିଛନ୍ତି। ୧୯୯୦ ପୂର୍ବରୁ ସ୍ପିଲ-ୱେ କଂକ୍ରିଟ ଅଂଶରେ ଫାଟ ଦେଖା ଯାଇଥିଲା। ହୀରାକୁଦ ବନ୍ଧ ସମୀକ୍ଷା ପ୍ୟାନେଲ ଓ ରାଜ୍ୟ ନଦୀବନ୍ଧ ସୁରକ୍ଷା ସମୀକ୍ଷା ପ୍ୟାନେଲ ସେହି ଫାଟଗୁଡ଼ିକର ଜରୁରି ମରାମତି ପାଇଁ ସୁପାରିଶ କରିଥିଲେ। ୧୯୯୯ ମସିହାରେ ଫାଟ ମରାମତି କାମ ଶେଷ ହୋଇଥିଲା। ନୂଆଦିଲ୍ଲୀସ୍ଥିତ ସେଣ୍ଟ୍ରାଲ ସଏଲ ଏଣ୍ଡ ମ୍ୟାଟେରିଆଲ ରିସର୍ଚ୍ଚ ଷ୍ଟେସନ ମଧ୍ୟ ଜଳମଗ୍ନ ଫାଟଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ। ରୋବୋଟିକ ସହାୟତାରେ ବନ୍ଧର ଜଳମଗ୍ନ ଅଂଶରେ ସୃଷ୍ଟି ହୋଇଥିବା ଫାଟଗୁଡ଼ିକର ଫଟୋ ଉଠା ଯାଇଥିଲା।
ରୋବୋଟିକ ରିପୋର୍ଟ ଅନୁସାରେ ଫାଟଗୁଡ଼ିକର ପୁଣି ଥରେ ମରାମତି କରାଯାଇଥିଲା। ମରାମତି ହୋଇଥିବା ଫାଟଗୁଡ଼ିକର ଅବସ୍ଥା ଏବେ ଠିକ ଅଛି ବୋଲି ବିଶେଷଜ୍ଞ ଦଳ ମତ ଦେଇଥିବା ଇଂ. ରଥ କହିଛନ୍ତି। ଏହି ଟିମ୍‍ରେ ଜଳସମ୍ପଦ ବିଭାର ସର୍ବୋଚ୍ଚ ଯନ୍ତ୍ରୀ (ଇଆଇସି) ପ୍ଳାନିଂ ଆଣ୍ଡ ଡିଜାଇନର ଗୁଣଧର ମିଶ୍ର, ମୁଖ୍ୟଯନ୍ତ୍ରୀ (ବନ୍ଧ ସୁରକ୍ଷା) ପ୍ରଫୁଲ୍ଲ କୁମାର ସ୍ୱାଇଁ, ନିର୍ଦ୍ଦେଶକ (ବନ୍ଧ ସୁରକ୍ଷା) ଇଂ. ଅକ୍ଷୟ କୁମାର ଦାସ, ୟୁଏମବି ମୁଖ୍ୟଯନ୍ତ୍ରୀ ଜେ. ରଥ, ବନ୍ଧ ସୁରକ୍ଷା ଉପନିର୍ଦ୍ଦେଶକ ଟି.ଆର. ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଅଭିଷେକ ମିଶ୍ର, ପ୍ରତୀକ ଦୀକ୍ଷିତ, ଇଂ. ନରେଶ ବାରିକ, ଇଂ. ସୁରଜ ଯାଜୋଡିଆ ଓ ହୀରାକୁଦ ମୁଖ୍ୟବନ୍ଧ ନିର୍ବାହୀ ଯନ୍ତ୍ରୀ ଚିନ୍ମୟ ରାଉତ ବନ୍ଧ ସାମିଲ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories