www.samajalive.in
Sunday, December 14, 2025
19.1 C
Bhubaneswar

ରାଜଧାନୀରେ ସମିତି ସଭ୍ୟ ସଂଘର ରଣହୁଙ୍କାର

ଭୁବନେଶ୍ବର : ରାଜ୍ୟ ସମିତି ସଭ୍ୟ/ସଭ୍ୟା ମହାସଂଘର ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମହାସଂଘର ସଭାପତି ଶରତ ଖିଲାର ସଭାପତିତ୍ବ କରି ସଭାର ନିଷ୍ପତ୍ତି ଅନୁଯାୟୀ ପୂର୍ବରୁ ସଂଘ ବାରମ୍ବାର ତା’ର ୧୦ଦଫା ଦାବି ନେଇ ସରକାରଙ୍କୁ ଜଣାଇଥିଲେ ମଧ୍ୟ ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି। ଏଣୁ ଆସନ୍ତା ୪ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭା ମୌସୁମୀ ଅଧିବେଶନରେ ମହାସଂଘ ବିଧାନସଭା ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହିତ ବିକ୍ଷୋଭ ପ୍ରଦର୍ଶନ କରିବ। ଏଥିପାଇଁ ରାଜ୍ୟର ୩୧୪ ବ୍ଲକର ସମସ୍ତ ସମିତି ସଭ୍ୟ/ସଭ୍ୟାମାନେ ଯୋଗ ଦେବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି। ସମସ୍ତ ସମିତି ସଭ୍ୟ/ସଭ୍ୟାଙ୍କର ୧୦ଦଫା ଦାବିକୁ ବାରମ୍ବାର ସରକାର ଅଣଦେଖା କରୁଛନ୍ତି ବୋଲି ସମସ୍ତେ ହୃଦୟଙ୍ଗମ କରିଥିଲେ ଏବଂ ଆଗାମୀ ଦିନରେ ଦାବି ପୂରଣ ନହେଲେ ଯେକୌଣସି ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଂଘ ଚେତାବନୀ ଦେଇଛି।
ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଭାବେ ବାରଙ୍ଗ ବ୍ଲକର ତୁଷାରକାନ୍ତ ଚକ୍ରବର୍ତ୍ତୀ ଓ ଉପସଭାପତି ରୂପେ ବିଷ୍ଣୁପ୍ରିୟା ଚାନ୍ଦ୍‌ ଓ ମିନର୍ଭା ପାତ୍ରଙ୍କୁ ମନୋନୀତ କରାଯାଇଛି। ସାଧାରଣ ସମ୍ପାଦକ ସୁକାନ୍ତକୁମାର ସାମଲ, ପ୍ରଦୀପ ଘଡ଼ାଇ, ଗୋପବନ୍ଧୁ ସ୍ବାଇଁ, ନିତ୍ୟାନନ୍ଦ ବେହେରା, ଭୂପତି ଦାଶ, ରଞ୍ଜନ ଦାସ, ଜୟୀରାମ ମଲ୍ଲିକ, ପାର୍ବତୀ ହେମ୍ବ୍ରମ୍‌, ବାଇଧର ବଳ, ଅନିଲ ମହାପାତ୍ର, ପୁଷ୍ପଲତା ମାରାଣ୍ଡି, ସୁଦେଶ ପଣ୍ଡା, ମାନସ ସାହୁ, ପ୍ରକାଶ ରାଉତଙ୍କ ସମେତ ବହୁ ସଭ୍ୟ/ସଭ୍ୟା ଯୋଗ ଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories